Get Updates
Get notified of breaking news, exclusive insights, and must-see stories!

ଓଡିଶା କ୍ରିକେଟ ପାଇଁ ଖୁସି ଖବର, ବିସିସିଆଇ ବରିଷ୍ଠ ଚୟନ କମିଟିରେ ଓଡିଆ ପୁଅ ଦେବାଶିଷ ମହାନ୍ତି

ବିସିସିଆଇ ବରିଷ୍ଠ ଚୟନ କମିଟିରେ ଓଡିଶାର ପ୍ରଥମ ତଥା ପୂର୍ବତନ ଭାରତୀୟ କ୍ରିକେଟର ଦେବାଶିଷ ମହାନ୍ତି ସ୍ଥାନ ପାଇଛନ୍ତି ।

ଭୁବନେଶ୍ବର: ଓଡିଶା କ୍ରାଡୀ ଜଗତ ପାଇଁ ଗୋଟିଏ ପରେ ଗୋଟିଏ ଖୁସି ଖବର । ପ୍ରଜ୍ଞାନ ଓଝାଙ୍କ ପରେ ଆଉ ଜଣେ ଓଡିଆ କ୍ରିକେଟରଙ୍କୁ ଗୁରୁ ଦାୟୀତ୍ବ । ବିସିସିଆଇ ବରିଷ୍ଠ ଚୟନ କମିଟିରେ ଓଡିଶାର ପ୍ରଥମ ତଥା ପୂର୍ବତନ ଭାରତୀୟ କ୍ରିକେଟର ଦେବାଶିଷ ମହାନ୍ତି ସ୍ଥାନ ପାଇଛନ୍ତି ।

ମଦନ ଲାଲଙ୍କ ନେତୃତ୍ବାଧିନ କ୍ରିକେଟ ଆଡଭାଇଜରି କମିଟି (CAC) ଆଜି ଏହି ଘୋଷଣା କରିଛି । ତେବେ ଦେବାଶିଷଙ୍କ ସହ ଅନ୍ୟ ଦୁଇ ପୂର୍ବତନ ଭାରତୀୟ ଦୃତ ବୋଲର ଚେତନ ଶର୍ମା ଓ ଅଭୟ କୁରୁଭିଲ୍ଲା ସ୍ଥାନ ପାଇଛନ୍ତି । ଚେତନ ଶର୍ମା ଏହ କମିଟିର ଚେୟାର ମ୍ୟାନ ରହିଛନ୍ତି । ତେବେ ଏହି ତିନି ଜଣଙ୍କ ବ୍ୟତିତ ଟିମରେ ସାମିଲ ଅଛନ୍ତି ସୁନୀଲ ଜୋସି ଓ ହରଭିନ୍ଦର ସିଂ ।

ଦେବାଶିଷ ମହାନ୍ତି

ଉଲ୍ଲେଖଥାଉ କି, ଓଡିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ଦେବାଶିଷ ମହାନ୍ତି 1997 ରୁ 2001 ମଧ୍ୟରେ ଭାରତ ପାଇଁ 2 ଟି ଟେଷ୍ଟ ମ୍ୟାଚ୍ ଏବଂ 45 ଟି ଦିନିକିଆ ଖେଳିଛନ୍ତି। ଯେଉଁଠି ସେ ଦିନିକିଆରେ 57 ୱିକେଟ୍ ଏବଂ ଟେଷ୍ଟରେ 4 ଟି ୱିକେଟ୍ ନେଇଛନ୍ତି । ଦେବାଶିଷ ମଧ୍ୟ ଭାରତୀୟ ବିଶ୍ବକପ ଦଳର ସଦସ୍ୟ ରହିସାରିଛନ୍ତି । ତେବେ ସିଏସି ଚେତନ ଶର୍ମାଙ୍କୁ ତାଙ୍କର ବରିଷ୍ଠତା (ମୋଟ ଟେଷ୍ଟ ମ୍ୟାଚ୍) ହେତୁ ଚୟନ କମିଟିର ସଭାପତି ଭାବରେ ସୁପାରିଶ କରିଛି। 54 ବର୍ଷୀୟ ଚେତନ ଭାରତ ପାଇଁ 23 ଟି ଟେଷ୍ଟ ଏବଂ 65 ଟି ଦିନିକିଆ ଖେଳି ଯଥାକ୍ରମେ 61 ଏବଂ 67 ୱିକେଟ୍ ନେଇଛନ୍ତି।

ଅହମ୍ମଦାବାଦରେ ବାର୍ଷିକ ସାଧାରଣ ସଭା ପରେ ବିସିସିଆଇ ଏହି ଘୋଷଣା କରିଛି। CAC ଏକ ବର୍ଷ ଅବଧି ପରେ ପ୍ରାର୍ଥୀମାନଙ୍କୁ ସମୀକ୍ଷା କରିବ ଏବଂ ବିସିସିଆଇକୁ ଏହାର ସୁପାରିଶ ପହଞ୍ଚାଇବ । ଅନ୍ୟ ଜଣେ ପୂର୍ବତନ ଓଡିଶା କ୍ରିକେଟର ଶିବ ସୁନ୍ଦର ଦାସ ( ଓପନିଂ ବ୍ୟାଟ୍ସମ୍ୟାନ୍) 11 ଜଣ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ମଧ୍ୟରେ ଥିଲେ।

ତେବେ ଫେବୃଆରୀ-ମାର୍ଚ୍ଚରେ ଭାରତ ଗସ୍ତରେ ଆସୁଥିବା ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ ପାଇଁ ଭାରତୀୟ ଦଳ ଚୟନ କରିବା ନୂତନ କମିଟିର ପ୍ରଥମ କାର୍ଯ୍ୟ ହେବ। ତେବେ ପ୍ରଥମ କରି ବରିଷ୍ଠ ଚୟନ କମିଟିରେ ଜଣେ ଓଡିଶା କ୍ରିକେଟର ସ୍ଥାନ ପାଇଥିବାରୁ ଜାତୀୟ ଦଳରେ ଓଡିଶା କ୍ରିକେଟରଙ୍କ ଚୟନକୁ ନେଇ ଆଶା ବଢିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+