ମଦ ନିଶାରେ ପତ୍ନୀଙ୍କୁ ମାଡ ମାରିଲେ ବିନୋଦ କାମ୍ବଲି
ପୁଣି ବିବାଦରେ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି । ସ୍ତ୍ରୀ ଏଣ୍ଡ୍ରିୟା କାମ୍ବଲିଙ୍କୁ ପିଟିଥିବା ନେଇ ଥାନାରେ ଅଭିଯୋଗ । ପତ୍ନୀଙ୍କ ଅଭିଯୋଗ ପରେ ବିନୋଦଙ୍କ ବିରୋଧରେ ମାମଲା ରୁଜୁ । ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ସେ ଏହି ଅଭିଯୋଗ କରିଛନ୍ତି ।
ମୁମ୍ବାଇ: ପୁଣି ବିବାଦରେ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି । ସ୍ତ୍ରୀ ଏଣ୍ଡ୍ରିୟା କାମ୍ବଲିଙ୍କୁ ପିଟିଥିବା ନେଇ ଥାନାରେ ଅଭିଯୋଗ । ପତ୍ନୀଙ୍କ ଅଭିଯୋଗ ପରେ ବିନୋଦଙ୍କ ବିରୋଧରେ ମାମଲା ରୁଜୁ । ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ସେ ଏହି ଅଭିଯୋଗ କରିଛନ୍ତି ।

ବିନୋଦ କାମ୍ବଲୀଙ୍କ ପତ୍ନୀଙ୍କ କହିବା କଥା, ତାଙ୍କ ସ୍ୱାମୀ ନିଶାରେ ତାଙ୍କ ଉପରକୁ କୁକିଂ ପ୍ୟାନର ହ୍ୟାଣ୍ଡଲ ଫୋପାଡି ଦେଇଥିଲେ । ଯାହା ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ତେବେ ଶୁକ୍ରବାର ଦିନ ଦ୍ୱିପହର ୧ରୁ ସାଢେ ୧ଟା ଭିତରେ ଏହି ଘଟଣା ଘଟିଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ତେବେ ମଦ ନିଶାରେ ସେ ଏପରି କରିଥିବା ଜଣାପଡିଛି । ବାନ୍ଦ୍ରା ପୋଲିସର ଜଣେ ଅଧିକାରୀଙ୍କ କହିବା ମୁତାବକ, ପୋଲିସ ତାଙ୍କ ଘରେ ପହଞ୍ଚିବା ପୂର୍ବରୁ ବିନୋଦ କାମ୍ବଲୀ ନିଜ ପତ୍ନୀଙ୍କୁ ନେଇ ହସ୍ପିଟାଲ ଯାଇ ସାରିଥିଲେ । ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଛି । ପତ୍ନୀଙ୍କ ଅଭିଯୋଗ ପରେ ପୋଲିସ ଆଇପିସିର ଧାରା ୩୨୪, ଧାରା ୫୦୪ ଅନୁସାରେ ମାମଲା ରୁଜୁ କରିଛି ।
ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ବିନୋଦ କାମ୍ବଲୀ ଏକ ସାକ୍ଷାତକାରରେ ଚାକିରି ସମ୍ବନ୍ଧରେ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, ତାଙ୍କ ପାଖରେ ଏବେ କୌଣସି କାମ ନାହିଁ, ବିସିସିଆଇର ପେନସନ ଭରସାରେ ସେ ଏବେ ବଞ୍ଚିଛନ୍ତି ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications