ପୂର୍ବତନ କ୍ରିକେଟର ସଲିମ ଦୁରାନିଙ୍କ ପରଲୋକ

 Salim Durani

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ସଲିମ ଦୁରାନିଙ୍କର ୮୮ ବର୍ଷ ବୟସରେ ପରଲୋକ ହୋଇଛି । ସୂଚନା ଅନୁସାରେ, ସଲିମ ଦୁରାନି ନିଜ ସାନଭାଇ ଜାହାଙ୍ଗୀର ଦୁରାନିଙ୍କ ସହିତ ଗୁଜରାଟର ଜାମନଗରରେ ରହୁଥିଲ ।

ସଲିମ ଦୁରାନି ଆଫଗାନିସ୍ତାନର କାବୁଲରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୦ ରୁ ୧୯୭୩ ମଧ୍ୟରେ ସେ ଭାରତ ପାଇଁ ୨୯ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ସେ ଜଣେ ଅଲରାଉଣ୍ତର ଖେଳାଳି ନିଜ ଛକା ପାଇଁ ସେ ନିଜ ସମୟରେ ବେଶ୍ ଚର୍ଚ୍ଚାରେ ରହିଥିଲେ । ଏପରିକି ନିଜ ଲୁକ୍ ପାଇଁ ମଧ୍ୟ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ମନରେ ରାଜ କରନ୍ତି ସଲିମ ଦୁରାନି ।

ଟେଷ୍ଟ ମ୍ୟାଚରେ ସଲିମ ଦୁରାନୀ ଭାରତକୁ ଅନେକ ସ୍ମରଣୀୟ ବିଜୟ ପ୍ରଦାନ କରିଥିଲେ। ୧୯୬୧-୬୨ ଇଂଲଣ୍ଡ ବିପକ୍ଷରେ କୋଲକାତା ଏବଂ ମାଡ୍ରାସ ଟେଷ୍ଟ ଜିତିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ସଲିମ । ଏହା ପରେ ସେ କୋଲକାତା ଟେଷ୍ଟରେ ୮ ୱିକେଟ୍ ଏବଂ ମାଡ୍ରାସ ଟେଷ୍ଟରେ ୧୦ ୱିକେଟ୍ ନେଇଥିଲେ । ପ୍ରାୟ ୧୦ ବର୍ଷ ପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପୋର୍ଟ ଅଫ୍ ସ୍ପେନ୍ ଟେଷ୍ଟରେ ସେ ଭାରତ ପାଇଁ ଏପରି ଏକ ସ୍ମରଣୀୟ ବିଜୟ ହାସଲ କରିଥିଲେ। ଦୁରାନି ୨୯ଟି ଟେଷ୍ଟ ମ୍ୟାଚରେ ୧୨୦୨ ରନ୍ କରିଥିଲେ । ସେହିପରି ସେ ୬୪୪୬ ବଲ୍ ବୋଲିଂ କରିଥିବା ବେଳେ ୭୪ଟି ୱିକେଟ୍ ନେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଶୋକ ପ୍ରକାଶ କରିଛନ୍ତି

ପୂର୍ବତନ କ୍ରିକେଟର ସଲିମ ଦୁରାନୀଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ସମବେଦନା ଜଣାଇଛନ୍ତି। ପିଏମ ମୋଦୀ ଟ୍ୱିଟ କରି ଲେଖିଛନ୍ତି, 'ସଲିମ ଦୁରାନୀ କ୍ରିକେଟର କିମ୍ବଦନ୍ତୀ ଥିଲେ, କ୍ରିକେଟ୍ ଦୁନିଆରେ ଭାରତର ବୃଦ୍ଧିରେ ସେ ଉଲ୍ଲେଖନୀୟ ଅବଦାନ ରଖିଥିଲେ। '

ସଲିମ ଦୁରାନି ନିଜ ପୋଷାକ ଓ ଷ୍ଟାଇଲକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚାରେ ଥିଲେ । ତାଙ୍କୁ ଏକ ବଲିଉଡ ସିନେମା 'ଚରିତ୍ର'ରେ ଦେଖିବା ପାଇଁ ମିଳିଥିଲା । ତାଙ୍କ ସହ ଅଭିନେତ୍ରୀ ପରବୀନ ବବି ନଜର ଆସିଥିଲେ । ସଲିମ ଦୁରାନିଙ୍କ ପରଲୋକରେ ଅନେକ କ୍ରିକେଟର
ଶୋକ ପ୍ରକାଶ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+