India-England 2nd ODI:ବାରବାଟୀରେ ଫ୍ଲଡ ଲାଇଟ୍ ସମସ୍ୟା, ମ୍ୟାଚ୍ ବାଧାପ୍ରାପ୍ତ
ବାରବାଟୀରେ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଦ୍ୱିତୀୟ ମୁକାବିଲା ହୋଇଛି। ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୧-୦ରେ ଅଗ୍ରଣୀ ଥିବାରୁ ଏହ ମୁକାବିଲାରେ ବିଜୟ ହାସଲ କରିବାକୁ ସମସ୍ତ ପ୍ରକାର ରଣନୀତି କରୁଛି। ଅନ୍ୟପଟରେ ଅତିଥି ଟିମ୍ ଏହି ମ୍ୟାଚ୍ ଜି ସମାନ ସ୍ଥିତିରେ ପହଞ୍ଚିବାକୁ ଉଦ୍ୟମ କରୁଛି।

ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ସମ୍ମୁଖରେ ୩୦୫ ରନର ଟାର୍ଗେଟ। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୯.୫ ଓଭରରେ ୩୦୪ ରନରେ ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ଜୋ ରୁଟ ସର୍ବାଧିକ ୬୯ ରନ କରିଥିବା ବେଳେ ବେନ ଡକେଟ ୬୫ ରନ କରିଥିଲେ। ଅନ୍ୟପଟେ ୩୦୪ରନର ଟାର୍ଗେଟ ନେଇ ଓହ୍ଲାଇଥିଲା ଭାରତୀୟ ଟିମ୍ । ହେଲେ ମ୍ୟାଚ ବର୍ତ୍ତମାନ ଅଧାରୁ ଅଟକିଛି। ବନ୍ଦ ହୋଇଗଲା ଫ୍ଲଡ୍ ଲାଇଟ୍। ଲାଇଟ୍ କଟିଯିବାରୁ ଅଟକିଲା ମ୍ୟାଚ। ଏଭଳି ଅଭାବନୀୟ ସ୍ଥିତିକୁ ନେଇ ଦର୍ଶକ ନିରାଶ ହୋଇଛନ୍ତି।












Click it and Unblock the Notifications