ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ଦକ୍ଷିଣ ଆଫ୍ରିକାର ୫ ଖେଳାଳି
ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫ ଖେଳାଳି। ଆସନ୍ତା ୯ ତାରିଖରେ ବାରବାଟୀ ଟି-୨୦ ମ୍ୟାଚ ପାଇଁ ଏହି ଖେଳାଳିମାନେ ଆସି ଭୁବନେଶ୍ଵରରେ ପହଞ୍ଚିଛନ୍ତି। ଡେଭିଡ ମିଲରଙ୍କ ସମେତ ୫ କ୍ରିକେଟର ବିମାନବନ୍ଦରରେ ପହଞ୍ଚିଛନ୍ତି। ଏଠାରୁ ସେମାନେ ସିଧାସଳଖ ମେ ଫେୟାର ହୋଟେଲକୁ ଯିବେ। ଏଥିପାଇଁ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶନିବାର ଭାରତୀୟ ଟି-୨୦ ଦଳର କିଛି ଖେଳାଳି ଆସି ଭୁବନେଶ୍ଵରରେ ପହଞ୍ଚିବାର ରହିଛି। ବର୍ତ୍ତମାନ ଭାରତ ଏବଂ ଦକ୍ଷିଣଆଫ୍ରିକା ମଧ୍ୟରେ ଦିନିକିଆ ଶୃଙ୍ଖଳା ଜାରି ରହିଛି। ସିରିଜର ଆଉ ଗୋଟିଏ ମ୍ୟାଚ ବାକି ଅଛି। ଏହା ପରେ ଟି-୨୦ ସିରିଜ ଆରମ୍ଭ ହେବ।













Click it and Unblock the Notifications