ଭାରତରେ ପ୍ରଥମ: ମହିଳା ଖେଳାଳିଙ୍କ ନାମରେ ନାମିତ ହେଲା ଷ୍ଟାଡିୟମ
ଭାରତୀୟ ହକି ଷ୍ଟାର ରାନୀ ରାମପଲଙ୍କ ନାମରେ ନାମିତ ହେଲା ଷ୍ଟାଡିୟମ । ଉତ୍ତର ପ୍ରଦେଶର ରାୟବରେଲୀ ଠାରେ ଥିବା ହକି ଷ୍ଟାଡିୟମକୁ ତାଙ୍କ ନାମରେ ନାମିତ କରାଯାଇଛି ।

Stadium Named after Rani Rampal: ଭାରତୀୟ ହକି ଷ୍ଟାର ରାନୀ ରାମପଲଙ୍କ ନାମରେ ନାମିତ ହେଲା ଷ୍ଟାଡିୟମ । ଉତ୍ତର ପ୍ରଦେଶର ରାୟବରେଲୀ ଠାରେ ଥିବା ହକି ଷ୍ଟାଡିୟମକୁ ତାଙ୍କ ନାମରେ ନାମିତ କରାଯାଇଛି । ଏନସିଏଫ ରାୟବରେଲି ହକି ଷ୍ଟାଡିୟମର ନାମ ବଦଳାଇ 'ରାନୀଜୀ ଗର୍ଲସ୍ ହକିଟର୍ଫ' ନାମରେ ନାମିତ କରାଯାଇଛି । ତେବେ ପ୍ରଥମ ଥର ପାଇଁ କୌଣସି ମହିଳା ହକି ଖେଳାଳିଙ୍କ ନାମରେ ଷ୍ଟାଡିୟମ ନିର୍ମିତ ହୋଇଛି ।
ତେବେ ରାନୀ ଷ୍ଟାଡିୟମ ଉଦଘାଟନ କରୁଥିବା ସମୟର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଟ୍ୱିଟରରେ ଲେଖିଛନ୍ତି କି, 'ମୁଁ ଆପଣ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ, ଏମସିଏଫ ରାୟବରେଲୀ ତରଫରୁ ମୋର ଯୋଗଦାନକୁ ସମ୍ମାନ ଦେଇ ମୋ ନାମରେ ହକି ଷ୍ଟାଡିୟମ କରିଛନ୍ତି । ଏଣୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବାକୁ ମୋ ପାଖରେ ବହୁତ କମ ଶବ୍ଦ ରହିଛି । '
ରାନୀ ଆହୁରୀ କହିଛନ୍ତି ଯେ, ମୋ ପାଇଁ ଏହାଠାରୁ ବଡ କଥା ଆଉ କଣ ହୋଇପାରେ । ତେବେ ମୁଁ ଏହି ଷ୍ଟାଡିୟମ ଭାରତୀୟ ମହିଳା ହକି ଟିମକୁ ସମର୍ପିତ କରୁଛି । ଏହା ନିଶ୍ଚିତ ଭାବେ ଆଗାମୀ ଦିନରେ ମହିଳା ଖେଳାଳିଙ୍କୁ ପ୍ରୋତ୍ସାହନ ଯୋଗାଇବ ବୋଲି ରାନୀ କହିଛନ୍ତି ।
ଚଳିତ ବର୍ଷ ସେ ଦକ୍ଷିଣ ଆଫ୍ରିକା ଟିମରେ ସେ ଜାତୀୟ ଦଳକୁ ପ୍ରତ୍ୟାବର୍ତନ କରିଥିଲେ । ସେହିପରି ଏଫଆଇଏଚ ମହିଳା ହକି ପ୍ରୋ ଲିଗ ୨୦୨୧-୨୨ରେ ବେଲଜିୟମ ବିପକ୍ଷରେ ଖେଳିଥିଲେ । ଏହା ତାଙ୍କର ୨୫୦ତମ ଆନ୍ତର୍ଜାତୀୟ ମ୍ୟାଚ ଥିଲା । ୨୮ ବର୍ଷୀୟା ରାନୀ ଟୋକିଓ ଅଲିମ୍ପିକ୍ସ ପରେ ବାରମ୍ବାର ଆଘାତ ସମସ୍ୟାରେ ପଡିବା ଯୋଗୁ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ବାଧା ସୃଷ୍ଟି ହେଉଛି ।












Click it and Unblock the Notifications