ଇତିହାସରେ ପ୍ରଥମ: ତିନୋଟି ଫର୍ମାଟରେ ଏକ ନମ୍ବର ସ୍ଥାନ ହାସଲ କଲା ଟିମ୍ ଇଣ୍ଡିଆ
ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ଇତିହାସ ସୃଷ୍ଟି କରିଛି । ଟିମ୍ ଇଣ୍ଡିଆ ସମସ୍ତ ତିନୋଟି ଫର୍ମାଟ୍ (ଟେଷ୍ଟ, ଦିନିକିଆ ଏବଂ ଟି-20) ରେ ଆଇସିସି ର଼୍ୟାଙ୍କିଙ୍ଗରେ ଏକ ନମ୍ବରରେ ପହଞ୍ଚିଛି ।

Team India Number 1 In All Formats: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ଇତିହାସ ସୃଷ୍ଟି କରିଛି । ଟିମ୍ ଇଣ୍ଡିଆ ସମସ୍ତ ତିନୋଟି ଫର୍ମାଟ୍ (ଟେଷ୍ଟ, ଦିନିକିଆ ଏବଂ ଟି-20) ରେ ଆଇସିସି ର଼୍ୟାଙ୍କିଙ୍ଗରେ ଏକ ନମ୍ବରରେ ପହଞ୍ଚିଛି । ଭାରତୀୟ କ୍ରିକେଟ୍ ଇତିହାସରେ ଏହା ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଏକାସାଙ୍ଗରେ ତିନୋଟି ଫର୍ମାଟରେ ଏକ ନମ୍ବର ହୋଇ ପାରିଛି ।
ଆଇସିସି ବୁଧବାର ଜାରି କରିଥିବା ମାନ୍ୟତା ଅନୁସାରେ ଭାରତୀୟ ଦଳ ନାଗପୁର ଟେଷ୍ଟରେ ବିଜୟ ପରେ ଟେଷ୍ଟରେ ମଧ୍ୟ ଏକ ନମ୍ବର ସ୍ଥାନ ହାସଲ କରିଛି । ପୂର୍ବରୁ ଭାରତ ଆଇସିସିର ଦିନିକିଆ ଓ ଟି-୨୦ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିଲା। ଆଜି ଆଇସିସି ଜାରି କରିଥିବା ଟେଷ୍ଟ ରାଙ୍କିଙ୍ଗରେ ମଧ୍ୟ ଭାରତ ୧ନଂ ସ୍ଥାନରେ ପହଞ୍ଚି ଯାଇଛି।
ତେବେ ଦିନିକିଆରେ ଭାରତ ୧ନଂ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୨ନଂ, ନ୍ୟୁଜିଲ୍ୟାଣ୍ତ ୩ନଂ, ଇଂଲଣ୍ଡ ୪ନଂରେ ଓ ପାକିସ୍ତାନ ୫ନଂରେ ରହିଛି। ସେହିପରି ଟି-୨୦ରେ ମଧ୍ୟ ଭାରତ ଆଇସିସି ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ଓ ପାକିସ୍ତାନ ଯଥାକ୍ରମେ ୨ୟ ଏବଂ ୩ୟ ସ୍ଥାନରେ ଅଛନ୍ତି ।
ସେହିପରି ଆଇସିସି ପୁରୁଷ ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ ଭାରତ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଶୀର୍ଷ ସ୍ଥାନକୁ ଫେରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ବଡ଼ ବିଜୟ ପରେ ରବିନ୍ଦ୍ର ଜାଡେଜା ମଧ୍ୟ ବଡ ଜମ୍ପ କରିଛନ୍ତି । ଟେଷ୍ଟ ଅଲରାଉଣ୍ଡର ରାଙ୍କିଙ୍ଗରେ ରବୀନ୍ଦ୍ର ଜାଡେଜା ୧ନଂ ଓ ଅଶ୍ୱିନ ୨ନଂ ସ୍ଥାନରେ ଅଛନ୍ତି । ଆହତ ସତ୍ତ୍ୱେ ଯଶପ୍ରୀତ ବୁମ୍ରା ୫ମ ସ୍ଥାନ ଦଖଲ କରିଛନ୍ତି । ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ଋଷଭ ପନ୍ତ ୭ମ ଓ ରୋହିତ ଶର୍ମା ୮ମ ସ୍ଥାନରେ ଅଛନ୍ତି।
ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗର ୬ଷ୍ଠ ସ୍ଥାନରେ ଶୁବମନ ଗିଲ, ୭ମରେ ବିରାଟ କୋହଲି ଓ ୯ମ ସ୍ଥାନରେ ରୋହିତ ଶର୍ମା ଅଛନ୍ତି। ଦିନିକିଆ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଦ୍ରୁତ ବୋଲର ମହମ୍ମଦ ସିରାଜ ପୂର୍ବଭଳି ରହିଛନ୍ତି । ଟି-୨୦ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ସୂର୍ଯ୍ୟ କୁମାର ଯାଦବ ଓ ଅଲରାଉଣ୍ଡର ରାଙ୍କିଙ୍ଗର ୨ୟ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଅଛନ୍ତି।












Click it and Unblock the Notifications