ଏଫଆଇଏଚ ପ୍ରୋ ଲିଗ୍: ଭାରତର ଲଗାତର ଦ୍ବିତୀୟ ବିଜୟ, ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ କଲା ପରାସ୍ତ
ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳା ଯାଉଥିବା ଏଫଆଇଏଚ ପ୍ରୋ ଲିଗରେ ଭାରତର ଲଗାତର ଦ୍ବିତୀୟ ବିଜୟ । ଉଦଘାଟନୀ ମ୍ୟାଚରେ ବିଶ୍ୱ ବିଜେତା ଜର୍ମାନୀକୁ ପରାସ୍ତ କରିବା ପରେ ଆଜି ମ୍ୟାଚରେ ଶକ୍ତିଶାଳି ଅଷ୍ଟ୍ରେଲିଆକୁ ହାଇଛି ଭାରତ ।

ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳା ଯାଉଥିବା ଏଫଆଇଏଚ ପ୍ରୋ ଲିଗରେ ଭାରତର ଲଗାତର ଦ୍ବିତୀୟ ବିଜୟ । ଉଦଘାଟନୀ ମ୍ୟାଚରେ ବିଶ୍ୱ ବିଜେତା ଜର୍ମାନୀକୁ ପରାସ୍ତ କରିବା ପରେ ଆଜି ମ୍ୟାଚରେ ଶକ୍ତିଶାଳି ଅଷ୍ଟ୍ରେଲିଆକୁ ହାଇଛି ଭାରତ । ଭାରତ ଆଜି ଲିଗର ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୫-୪ ଗୋଲରେ ପରାସ୍ତ କରିଛି ।
ଆଜି ମ୍ୟାଚରେ ଦଳ ପକ୍ଷରୁ ହରମନପ୍ରୀତ୍ ସିଂ ସର୍ବାଧିକ ତିନୋଟି ଗୋଲ ଦେଇଥିବା ବେଳେ ଯୁଗରାଜ ସିଂ ଓ କାର୍ଥି ସେଲଭମ୍ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ସୋସୁଆ ବେଲ୍ଟ୍ , କେୱାଇ ୱିଲ୍ଟୋ , ବେନ ଷ୍ଟେନ୍ସ ଓ ଆରନ୍ ଜାଲେସ୍କୁଇ ଗୋଟିଏଁ ଲେଖାଏଁ ଗୋଲ ଦେଇଛନ୍ତି ।
ଅନ୍ୟପଟେ ଶୁକ୍ରବାର ଖେଳାଯାଇଥିବା ପ୍ରୋ-ଲିଗ୍ର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ବିଶ୍ବ ବିଜେତା ଜର୍ମାନୀ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଥିଲା । ଜର୍ମାନୀକୁ ୩-୨ ଗୋଲରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ଭାରତ ।












Click it and Unblock the Notifications