କାଲିଠୁ ହକି ବିଶ୍ବକପ ଫାଇଟ୍: କମ୍ପିବ କଳିଙ୍ଗ, ବିର୍ସାମୁଣ୍ଡାରେ ହେବ ଗୋଲ୍ ବର୍ଷା
ଆସନ୍ତାକାଲିଠାରୁ ହକି ବିଶ୍ବକପ ଫାଇଟ୍ । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବା ମ୍ୟାଚ । ପ୍ରଥମ ଦିନରେ ୪ଟି ମ୍ୟାଚ୍ ରହିଛି ।
ଭୁବନେଶ୍ୱର: ଆସନ୍ତାକାଲିଠାରୁ ହକି ବିଶ୍ବକପ ଫାଇଟ୍ । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବା ମ୍ୟାଚ । ପ୍ରଥମ ଦିନରେ ୪ଟି ମ୍ୟାଚ୍ ରହିଛି ।

ଅପରାହ୍ଣ 1ଟାରେ ହେବ ପ୍ରଥମ ମ୍ୟାଚ୍ । ମୁହାଁମୁହିଁ ହେବେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚ୍ ଭୁବନେଶ୍ୱରରେ ଖେଳାଯିବ । ସେହିପରି ଦ୍ୱିତୀୟ ମ୍ୟାଚ୍ ମଧ୍ୟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ହେବ । ଯାହା ଦିନ 3ଟାରେ ଆରମ୍ଭ ହେବ ।
ଅନ୍ୟପଟେ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଇଂଲଣ୍ଡ ଓ ୱେଲ୍ସ ମଧ୍ୟରେ ଅପରାହ୍ଣ ୫ଟାରେ ତୃତୀୟ ମ୍ୟାଚ ଖେଳାଯିବ । ଶେଷରେ ସନ୍ଧ୍ୟାରେ ରହିଛି ଭାରତ ମ୍ୟାଚ । ସନ୍ଧ୍ୟା ୭ଟାରେ ସମାନ ଗ୍ରାଉଣ୍ଡରେ ଭାରତର ମୁକାବିଲା ସ୍ପେନ୍ ସହ ହେବ । ତେବେ ଗତକାଲି ଉଦଘାଟନୀ ଉତ୍ସବ ଶେଷ ହୋଇଥିବା ବେଳେ ଏବେ ମ୍ୟାଚ୍ ଦେଖିବାକୁ ଅପେକ୍ଷା କରିଛନ୍ତି ହକି ପ୍ରେମୀ ।
ହକି ବିଶ୍ୱକପ, ପ୍ରଥମ ଦିନ ଖେଳସୂଚୀ:
| ଜାନୁଆରୀ 13, 2023 | ପୁଲ୍-ଏ | ଆର୍ଜେଣ୍ଟିନା ବନାମ ଦକ୍ଷିଣ ଆଫ୍ରିକା | ଅପରାହ୍ନ 1ଟା |
| ଜାନୁଆରୀ 13, 2023 | ପୁଲ୍-ଏ | ଅଷ୍ଟ୍ରେଲିଆ ବନାମ ଫ୍ରାନ୍ | ଅପରାହ୍ନ 3ଟା |
| ଜାନୁଆରୀ 13, 2023 | ପୁଲ୍-ଡି | ଇଂଲଣ୍ଡ ବନାମ ୱେଲ୍ସ | ସନ୍ଧ୍ୟା 5ଟା |
| ଜାନୁଆରୀ 13, 2023 | ପୁଲ୍-ଡି | ଭାରତ ବନାମ ସ୍ପେନ୍ | ସନ୍ଧ୍ୟା 7ଟା |
ହକି ବିଶ୍ୱକପ ଫର୍ମାଟ୍:
- ସମସ୍ତ 16 ଟି ଦଳକୁ ଚାରୋଟି ପୁଲରେ ବିଭକ୍ତ କରାଯାଇଛି ।
- ନିଜ ପୁଲରେ ଥିବା ପ୍ରତ୍ୟେକ ଦଳ ଅନ୍ୟ ତିନୋଟି ଦଳ ସହ ଗୋଟିଏ ଲେଖାଏଁ ମ୍ୟାଚ ଖେଳିବେ ।
- ପୁଲ୍ ଟପ୍ପର କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବେ ।
- ପ୍ରତ୍ୟେକ ପୁଲରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଥିବା ଦଳ କ୍ରସଓଭର ମ୍ୟାଚ୍ ଖେଳିବେ ଯାହା ଅବଶିଷ୍ଟ ଚାରି କ୍ୱାର୍ଟର ଫାଇନାଲିଷ୍ଟ ସ୍ଥିର କରିବ ।
- ଦୁଇଟି ସେମିଫାଇନାଲ ଜାନୁଆରୀ 27 ରେ ଏବଂ ଫାଇନାଲ ଜାନୁଆରୀ 29 ରେ ଖେଳାଯିବ ।
ତେବେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ସମୁଦାୟ 44ଟି ମ୍ୟାଚ ଖେଳାଯିବ । ଯେଉଁଥିରେ ବିଶ୍ୱର 16ଟି ଶ୍ରେଷ୍ଠ ଦଳ ସାମିଲ ହୋଇଛନ୍ତି । ଆୟୋଜକ ତଥା ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତ
ସିଧାସଳଖ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି ।
ସେହିପରି ଡିଫେଣ୍ଡିଂ ଚମ୍ପିୟନ୍ ତଥା ଅଲିମ୍ପିକ ଚାମ୍ପିୟନ ବେଲଜିୟମ ଏହି ଟୁର୍ଣ୍ଣାମେଣ୍ଟରେ ଏକ ଅଂଶ ହୋଇଛି । ଅନ୍ୟପଟେ ବିଶ୍ୱ ମାନ୍ୟତାର ଟପ୍ ରେ ଥିବା ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡ ଏବଂ ଜର୍ମାନୀ ଟୁର୍ଣ୍ଣାମେଣ୍ଟର ଫେବରାଇଟ୍ ଭାବେ ଗଣାଯାଉଛନ୍ତି । ଏମାନଙ୍କ ସହ ନ୍ୟୁଜିଲାଣ୍ଡ, ଆର୍ଜେଣ୍ଟିନା, ଇଂଲଣ୍ଡ, ସ୍ପେନ୍, ଦକ୍ଷିଣ କୋରିଆ, ମାଲେସିଆ, ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ, ଜାପାନ, ଚିଲି ଏବଂ ୱେଲ୍ସ ମଧ୍ୟ ରହିଛନ୍ତି ।












Click it and Unblock the Notifications