ଆଜି ହକି ବିଶ୍ୱକପର ଦ୍ୱିତୀୟ ଦିନ, ଖେଳାଯିବ ୪ଟି ମ୍ୟାଚ୍

ଆଜି ହକି ବିଶ୍ୱକପର ଦ୍ୱିତୀୟ ଦିନ, ଖେଳାଯିବ ୪ଟି ମ୍ୟାଚ୍

Hockey World Cup: ହକି ବିଶ୍ୱକପର ଦ୍ୱିତୀୟ ଦିନ । ଆଜି ଦ୍ୱିତୀୟ ଦିନରେ ଖେଳାଯିବ ୪ଟି ମ୍ୟାଚ୍ । ରାଉରକେଲା ବିର୍ସା ମୁଣ୍ତା ଷ୍ଟାଡିୟମ୍ ଏବଂ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ । ସୂଚନା ଅନୁସାରେ ପ୍ରଥମେ ଦିନ ୧ଟାରେ ରାଉରକେଲାର ବିର୍ସାମୁଣ୍ତା ଷ୍ଟାଡିୟମରେ ନ୍ୟୁଜିଲାଣ୍ତ-ଚିଲି ମଧ୍ୟ ହେବ ଟକ୍କର । ଏହି ମ୍ୟାଚ୍ ପରେ ଦିନ ୩ଟାରେ ନେଦରଲ୍ୟାଣ୍ତ-ମାଲେସିଆ ମଧ୍ୟରେ ହେବ ମ୍ୟାଚ୍ । ଏହି ମ୍ୟାଚଟି ମଧ୍ୟ ବିର୍ସାମୁଣ୍ତା ଷ୍ଟାଡିୟମରେ ଖେଳାଯିବ ।

Hockey World Cup

ସେହିପରି ସଂଧ୍ୟା ୫ଟାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଦ୍ୱିତୀୟ ଦିନର ପ୍ରଥମ ମ୍ୟାଚ୍ । ପ୍ରଥମେ ୫ଟାରେ ବେଲଜିୟ-କୋରିଆ ମଧ୍ୟରେ ଟକ୍କର ହେବ । ପରେ ସଂଧ୍ୟା ୭ଟାରେ ଜର୍ମାନୀ-ଜାପାନ ମଧ୍ୟରେ ହେବ ଟକ୍କର । ତେବେ ବଲଜିୟମ, କୋରିଆ, ଜର୍ମାନୀ ଓ ଜାପାନ ପୁଲ 'ବି' ଏବଂ ନ୍ୟୁଜିଲାଣ୍ତ, ଚିଲି, ନେଦରଲ୍ୟାଣ୍ତ, ମାଲେସିଆ ପୁଲ୍ 'ସି' ଅଛନ୍ତି ।

ତେବେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ସମୁଦାୟ ୪୪ଟି ମ୍ୟାଚ ଖେଳାଯିବ । ଯେଉଁଥିରେ ବିଶ୍ୱର ୧୬ଟି ଶ୍ରେଷ୍ଠ ଦଳ ସାମିଲ ହୋଇଛନ୍ତି । ଆୟୋଜକ ତଥା ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତ ସିଧାସଳଖ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+