ଆଜିଠୁ ହକି ବିଶ୍ୱକପ ଫାଇଟ, ଉଦଘାଟନୀ ଦିନରେ ୪ଟି ମ୍ୟାଚ୍
ଆଜିଠୁ ହକି ବିଶ୍ୱକପ ଫାଇଟ, ଉଦଘାଟନୀ ଦିନରେ ୪ଟି ମ୍ୟାଚ୍
ଭୁବନେଶ୍ୱର: ଆଉ ମାତ୍ର କିଛି ସମୟର ଅପେକ୍ଷା । ଆରମ୍ଭ ହୋଇଯିବ ଉଦଘାଟନୀ ମ୍ୟାଚ୍ । ଯେଉଁଥି ପାଇଁ ସରିଛି ସବୁ ପ୍ରକାରର ପ୍ରସ୍ତୁତି । ଆଉ ପ୍ରଥମ ଦିନରେ ଖେଳାଯିବ ୪ଟି ମ୍ୟାଚ୍ । ରାଉରକେଲା ବିର୍ସା ମୁଣ୍ତା ଷ୍ଟାଡିୟମ୍ ଏବଂ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ ।

ଅପରାହ୍ଣ 1ଟାରେ ହେବ ପ୍ରଥମ ମ୍ୟାଚ୍ । ମୁହାଁମୁହିଁ ହେବେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚ୍ ଭୁବନେଶ୍ୱରରେ ଖେଳାଯିବ । ସେହିପରି ଦ୍ୱିତୀୟ ମ୍ୟାଚ୍ ମଧ୍ୟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ହେବ । ଯାହା ଦିନ 3ଟାରେ ଆରମ୍ଭ ହେବ । ଅନ୍ୟପଟେ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଇଂଲଣ୍ଡ ଓ ୱେଲ୍ସ ମଧ୍ୟରେ ଅପରାହ୍ଣ ୫ଟାରେ ତୃତୀୟ ମ୍ୟାଚ ଖେଳାଯିବ । ଶେଷରେ ସନ୍ଧ୍ୟାରେ ରହିଛି ଭାରତ ମ୍ୟାଚ । ସନ୍ଧ୍ୟା ୭ଟାରେ ସମାନ ଗ୍ରାଉଣ୍ଡରେ ଭାରତର ମୁକାବିଲା ସ୍ପେନ୍ ସହ ହେବ ।












Click it and Unblock the Notifications