For Quick Alerts
Turn On Notification  
For Daily Alerts
Oneindia App Download

ଫିଫା ବିଶ୍ୱକପ: ଆଜି ମରକ୍କୋ ବିପକ୍ଷରେ ଭାରତ ପାଇଁ କର ବା ମର ମ୍ୟାଚ୍‌

ଆଜି କଳିଙ୍ଗରେ ଭାରତ ପାଇଁ କର ବା ମର ମ୍ୟାଚ୍‌ । ଅଣ୍ଡର ୧୭ ମହିଳା ଫିଫା ବିଶ୍ୱକପରେ ରାତି ୮ଟାରେ ଭାରତୀୟ ମହିଳା ଫୁଟବଲ ଟିମ୍ ମରକ୍କୋକି ଭେଟିବ ।

|

ଭୁବନେଶ୍ୱର: ଆଜି କଳିଙ୍ଗରେ ଭାରତ ପାଇଁ କର ବା ମର ମ୍ୟାଚ୍‌ । ଅଣ୍ଡର ୧୭ ମହିଳା ଫିଫା ବିଶ୍ୱକପରେ ରାତି ୮ଟାରେ ଭାରତୀୟ ମହିଳା ଫୁଟବଲ ଟିମ୍ ମରକ୍କୋକି ଭେଟିବ । ଉଭୟ ଟିମ୍ ନିଜର ପ୍ରଥମ ମ୍ୟାଚରେ ହାରିଥିବାରୁ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟୀ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

FIFA World Cup

ମଙ୍ଗଳବାର ଭାରତ ତା'ର ପ୍ରଥମ ମ୍ୟାଚ୍‌‌ରେ ଆମେରିକାଠାରୁ ୦-୮ ଗୋଲରେ ପରାସ୍ତ ହୋଇଥିଲା। ଅନ୍ୟପଟେ ମରକ୍କୋ ତା'ର ପ୍ରଥମ ମ୍ୟାଚ୍‌‌ରେ ୦-୧ ଗୋଲରେ ବ୍ରାଜିଲଠାରୁ ପରାସ୍ତ ହୋଇ ଅଭିଯାନ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚ୍‌‌ର ବିଫଳତାକୁ ପଛରେ ପକାଇ ଭାରତ ଏବେ ମରକ୍କୋକୁ ହରାଇବା ପାଇଁ ପ୍ରସ୍ତୁତ ରହିଛି ବୋଲି ଭାରତୀୟ ହେଡ୍‌‌ କୋଚ୍‌‌ ଥୋମାସ ଡେନେର୍ବି କହିଛନ୍ତି।

ଖେଳାଳିମାନଙ୍କୁ ଶତପ୍ରତିଶତ ପ୍ରଦର୍ଶନ କରିବାକୁ ହେବ ବୋଲି ସେ କହିଛନ୍ତି। ଯଦି ଭାରତ ପରାସ୍ତ ହୁଏ ତା'ହେଲ କ୍ୱାର୍ଟର ଦୌଡ଼ରୁ ବାଦ୍‌‌ ପଡ଼ିବ। ଏହି ଦିନ ଏଠାରେ ଗ୍ରୁପ୍‌‌ ଏ'ର ପ୍ରଥମ ମ୍ୟାଚ୍‌‌ରେ ବ୍ରାଜିଲ ଓ ଆମେରିକା ପରସ୍ପରକୁ ଭେଟିବେ। ଅପରପକ୍ଷରେ ଶୁକ୍ରବାର ଗୋଆର ଫାଟୋର୍ଡା ଷ୍ଟାଡିୟମରେ ଗ୍ରୁପ୍‌‌ ବି'ରେ ନ୍ୟୁଜିଲାଣ୍ଡ ଓ ନାଇଜେରିଆ, ଜର୍ମାନୀ ଓ ଚିଲି ପରସ୍ପରକୁ ଭେଟିବେ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
FIFA World Cup: Today do-or-die match for India against Morocco
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X