ଫିଫା ବିଶ୍ୱକପ: ଆଜି ମରକ୍କୋ ବିପକ୍ଷରେ ଭାରତ ପାଇଁ କର ବା ମର ମ୍ୟାଚ୍
ଆଜି କଳିଙ୍ଗରେ ଭାରତ ପାଇଁ କର ବା ମର ମ୍ୟାଚ୍ । ଅଣ୍ଡର ୧୭ ମହିଳା ଫିଫା ବିଶ୍ୱକପରେ ରାତି ୮ଟାରେ ଭାରତୀୟ ମହିଳା ଫୁଟବଲ ଟିମ୍ ମରକ୍କୋକି ଭେଟିବ ।
ଭୁବନେଶ୍ୱର: ଆଜି କଳିଙ୍ଗରେ ଭାରତ ପାଇଁ କର ବା ମର ମ୍ୟାଚ୍ । ଅଣ୍ଡର ୧୭ ମହିଳା ଫିଫା ବିଶ୍ୱକପରେ ରାତି ୮ଟାରେ ଭାରତୀୟ ମହିଳା ଫୁଟବଲ ଟିମ୍ ମରକ୍କୋକି ଭେଟିବ । ଉଭୟ ଟିମ୍ ନିଜର ପ୍ରଥମ ମ୍ୟାଚରେ ହାରିଥିବାରୁ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟୀ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ମଙ୍ଗଳବାର ଭାରତ ତା'ର ପ୍ରଥମ ମ୍ୟାଚ୍ରେ ଆମେରିକାଠାରୁ ୦-୮ ଗୋଲରେ ପରାସ୍ତ ହୋଇଥିଲା। ଅନ୍ୟପଟେ ମରକ୍କୋ ତା'ର ପ୍ରଥମ ମ୍ୟାଚ୍ରେ ୦-୧ ଗୋଲରେ ବ୍ରାଜିଲଠାରୁ ପରାସ୍ତ ହୋଇ ଅଭିଯାନ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚ୍ର ବିଫଳତାକୁ ପଛରେ ପକାଇ ଭାରତ ଏବେ ମରକ୍କୋକୁ ହରାଇବା ପାଇଁ ପ୍ରସ୍ତୁତ ରହିଛି ବୋଲି ଭାରତୀୟ ହେଡ୍ କୋଚ୍ ଥୋମାସ ଡେନେର୍ବି କହିଛନ୍ତି।
ଖେଳାଳିମାନଙ୍କୁ ଶତପ୍ରତିଶତ ପ୍ରଦର୍ଶନ କରିବାକୁ ହେବ ବୋଲି ସେ କହିଛନ୍ତି। ଯଦି ଭାରତ ପରାସ୍ତ ହୁଏ ତା'ହେଲ କ୍ୱାର୍ଟର ଦୌଡ଼ରୁ ବାଦ୍ ପଡ଼ିବ। ଏହି ଦିନ ଏଠାରେ ଗ୍ରୁପ୍ ଏ'ର ପ୍ରଥମ ମ୍ୟାଚ୍ରେ ବ୍ରାଜିଲ ଓ ଆମେରିକା ପରସ୍ପରକୁ ଭେଟିବେ। ଅପରପକ୍ଷରେ ଶୁକ୍ରବାର ଗୋଆର ଫାଟୋର୍ଡା ଷ୍ଟାଡିୟମରେ ଗ୍ରୁପ୍ ବି'ରେ ନ୍ୟୁଜିଲାଣ୍ଡ ଓ ନାଇଜେରିଆ, ଜର୍ମାନୀ ଓ ଚିଲି ପରସ୍ପରକୁ ଭେଟିବେ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....












Click it and Unblock the Notifications