FIFA World Cup Qualifiers: ଆଜି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ କତରକୁ ଭେଟୁଛି ଭାରତ
ଫୁଟବଲ ବିଶ୍ୱକପ 2022 ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଆଜି ଭାରତୀୟ ଫୁଟବଲ ଦଳ କତର ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପଡିଆକୁ ଓହ୍ଲାଉଛି । ଭାରତୀୟ ଦଳ ତୁଳନାରେ କତର ଦଳ ଫିଫା ର଼୍ୟାଙ୍କିଙ୍ଗରେ 47 ସ୍ଥାନ ଆଗରେ ଥିବାରୁ ଏହା ଏକ କଠିନ ମ୍ୟାଚ୍ ହେବାକୁ ଯାଉଛି ।
ନୂଆଦିଲ୍ଲୀ: ଫୁଟବଲ ବିଶ୍ୱକପ 2022 ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଆଜି ଭାରତୀୟ ଫୁଟବଲ ଦଳ କତର ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପଡିଆକୁ ଓହ୍ଲାଉଛି । ଭାରତୀୟ ଦଳ ତୁଳନାରେ କତର ଦଳ ଫିଫା ର଼୍ୟାଙ୍କିଙ୍ଗରେ 47 ସ୍ଥାନ ଆଗରେ ଥିବାରୁ ଏହା ଏକ କଠିନ ମ୍ୟାଚ୍ ହେବାକୁ ଯାଉଛି । ଭାରତୀୟ ଦଳ ବର୍ତ୍ତମାନ 5 ଟି ମ୍ୟାଚରୁ 3 ପଏଣ୍ଟ ସହ ଗ୍ରୁପ୍ ଷ୍ଟେଜର ଚତୁର୍ଥ ସ୍ଥାନରେ ରହିଛି ।

କତର ଦଳ 13 ପଏଣ୍ଟ ସହ ଟେବୁଲର ଶୀର୍ଷରେ ଥିବାବେଳେ ଓମାନ ଦଳ ମଧ୍ୟ 12 ପଏଣ୍ଟ ହାସଲ କରିଛି । କୋଚ୍ ଇଗୋର ଷ୍ଟିମାକଙ୍କ ଭାରତୀୟ ଦଳ ପ୍ରାୟତଃ ଟପ ଟୁ ସ୍ଥାନରୁ ବାହାର ହୋଇସାରିଥି । ତଥାପି ସେମାନେ ତୃତୀୟ ସ୍ଥାନ ହାସଲ ପାଇଁ ଲଢେଇ ଜାରି ରଖିଛନ୍ତି । ଯାହା ସେମାନଙ୍କୁ 2023 ଏସିଆନ୍ କପ୍ ଯୋଗ୍ୟତା ପର୍ଯ୍ୟାୟ ତୃତୀୟ ରାଉଣ୍ଡ ପାଇଁ ସିଧାସଳଖ ସ୍ଥାନ ଦେବ ।

ଯଦି ଭାରତ ଚତୁର୍ଥ ନମ୍ବରରେ ଶେଷ କରିବାରେ ସଫଳ ହୁଏ, ତଥାପି ସେମାନେ ଏସିଆ କପ୍ ଯୋଗ୍ୟତା ତୃତୀୟ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିପାରିବେ । କିନ୍ତୁ ଏଥିପାଇଁ ସେମାନଙ୍କୁ ସମସ୍ତ ଗ୍ରୁପର ଚାରୋଟି ଶ୍ରେଷ୍ଠ ଦଳ ମଧ୍ୟରେ ରହିବାକୁ ପଡ଼ିବ । ଯଦି ଭାରତୀୟ ଦଳ ଟେବୁଲରେ 5ମ ସ୍ଥାନକୁ ଆସେ । ତେବେ ଏସିଆ କପ୍ ଯୋଗ୍ୟତା ପର୍ଯ୍ୟାୟ ପାଇଁ ସେମାନଙ୍କୁ ପ୍ଲେ ଅଫ୍ ରାଉଣ୍ଡ ଖେଳିବାକୁ ପଡ଼ିବ ।

ଭାରତ ଏବଂ କାତାର ମଧ୍ୟରେ 2022 ଫିଫା ବିଶ୍ୱକପ କ୍ୱାଲିଫାୟର ମ୍ୟାଚ୍ 3 ଜୁନ୍ 2021 ରେ ଜାସିମ ବିନ୍ ହେମାଦ୍ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 10:30 ରେ ଆରମ୍ଭ ହେବ । ଆପଣ ଏହି ମ୍ୟାଚ୍କୁ ଷ୍ଟାର୍ ସ୍ପୋର୍ଟସ୍ 2, ଷ୍ଟାର୍ ସ୍ପୋର୍ଟସ୍ 2 HD, ଷ୍ଟାର୍ ସ୍ପୋର୍ଟସ୍ ୱାନ୍ ହିନ୍ଦୀ, ଷ୍ଟାର୍ ସ୍ପୋର୍ଟସ୍ ୱାନ୍ ହିନ୍ଦୀ HD, ଷ୍ଟାର୍ ସ୍ପୋର୍ଟସ୍ 3, ଷ୍ଟାର୍ ସ୍ପୋର୍ଟସ୍ 1 ତାମିଲ୍, ତେଲୁଗୁ, କନ୍ନଡ, ବଙ୍ଗଳା ଚ୍ୟାନେଲରେ ଲାଇଭ୍ ଦେଖିପାରିବେ । ଯଦି ଆପଣ ଚାହାଁନ୍ତି, ଆପଣଙ୍କ ମୋବାଇଲରେ ଡିସ୍ନି ପ୍ଲସ୍ ହଟଷ୍ଟାର ନାମକ ଆପରେ ଲାଇଭ୍ ଷ୍ଟ୍ରିମିଂ ମଧ୍ୟ ଦେଖିପାରିବେ ।

ଭାରତୀୟ ଫୁଟବଲ ଦଳର ପ୍ରଶିକ୍ଷକ ଇଗୋର ଷ୍ଟିମାକ ବୁଧବାର କହିଛନ୍ତି ଯେ 2022 ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ପର୍ଯ୍ୟାୟରେ କାତାରକୁ ଗୋଲ ଡ୍ରରେ ରଖିବା ଏକ ବଡ ଆଶ୍ଚର୍ଯ୍ୟଜନକ ଘଟଣା ଏବଂ ଗୁରୁବାର ପୁଣିଥରେ ଏସୀୟ ଚାମ୍ପିଅନଙ୍କୁ ପରାସ୍ତ କରିବା ଅତ୍ୟନ୍ତ କଷ୍ଟକର। ନିକଟ ଅତୀତରେ ଦଳ ପାଇଁ ସର୍ବୋତ୍ତମ ପ୍ରଦର୍ଶନ ବୋଲି ବିବେଚନା କରାଯାଉଥିବା ସେପ୍ଟେମ୍ବର 2019 ରେ ଭାରତ ଶକ୍ତିଶାଳୀ କାତାରକୁ 0-0 ରେ ସୀମିତ କରିଥିଲା।
ଭାରତୀୟ ଦଳ
- ଗୋଲକିପର: ଗୁରୁପ୍ରୀତ ସିଂ ସାନ୍ଧୁ, ଅମରିନ୍ଦର ସିଂ, ଧୀରଜ ସିଂ ।
- ଡିଫେଣ୍ଡର: ପ୍ରୀତମ କୋଟାଲ, ରାହୁଲ ଭେକେ, ନରେନ୍ଦ୍ର ଗେହଲୋଟ୍, ଚିଙ୍ଗଲେନସାନା ସିଂ, ସନ୍ଦେଶ ଇଙ୍ଗନ, ଆଦିଲ ଖାନ, ଆକାଶ ମିଶ୍ର, ଶୁବାଶିଷ ବୋଷ
- ମିଡଫିଲ୍ଡର: ଉଦାନ୍ତ ସିଂ, ବ୍ରେଣ୍ଡନ୍ ଫର୍ଣ୍ଣାଣ୍ଡିସ୍, ଲିଷ୍ଟନ୍ କୋଲାକୋ, ରୋଲିନ୍ ବୋର୍ଗସ୍, ଗ୍ଲେନ୍ ମାର୍ଟିନ୍ସ, ଅନିରୁଦ୍ ଥାପା, ପ୍ରୋନୋ ହାଲଡର୍, ସୁରେଶ ସିଂ, ଆପୁୟା, ଅବଦୁଲ ସାହାଲ, ୟାସିର ଏମଡି, ଲାଲାନିଆଜୁଲା ଚାଙ୍ଗଟେ, ବିପିନ ସିଂ, ଆଶିକ୍ କେ।
- ଫରୱାର୍ଡ: ମନଭୀର ସିଂ, ସୁନୀଲ ଛେତ୍ରୀ, ଇଶାନ ପଣ୍ଡିତ












Click it and Unblock the Notifications