ଫିଫା ବିଶ୍ୱକପ: ବିଜୟୀ ପରେ ଭୁଲିଗଲେ ଅବସର; କହିଲେ, ଏବେ ବିଶ୍ୱ ଚାମ୍ପିଅନ ଭାବେ ଖେଳିବାକୁ ଚାହୁଁଛି
FIFA World Cup, Lionel Messi Retirement: ପୁରଣ ହେଲା ମେସିଙ୍କ ଫିଫା ସ୍ବପ୍ନ । ଶେଷ ମ୍ୟାଚରେ ଦେଶକୁ ଚାମ୍ପିଅନ ବନେଇଲେ ଲିଓନେଲ ମେସି । କତାରରେ ଚାଲିଥିବା ବିଶ୍ୱକପ ଫାଇନାଲରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟ ଆଉଟରେ ଫ୍ରାନ୍ସକୁ 4-2ରେ ପରାସ୍ତ କଲା ।
FIFA World Cup, Lionel Messi Retirement: ପୁରଣ ହେଲା ମେସିଙ୍କ ଫିଫା ସ୍ବପ୍ନ । ଶେଷ ମ୍ୟାଚରେ ଦେଶକୁ ଚାମ୍ପିଅନ ବନେଇଲେ ଲିଓନେଲ ମେସି । କତାରରେ ଚାଲିଥିବା ବିଶ୍ୱକପ ଫାଇନାଲରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟ ଆଉଟରେ ଫ୍ରାନ୍ସକୁ 4-2ରେ ପରାସ୍ତ କଲା । ତେବେ ବିଜୟୀ ହେବା ପରେ ମେସି ଆର୍ଜେଣ୍ଟିନା ଟିମରୁ ଅବସର ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ।

ଏନେଇ ସେ କହିଛନ୍ତି ଯେ, ଚଳିତ ବିଶ୍ୱକପ ସରିବା ପରେ ମୁଁ ମୋ ଖେଳ କ୍ୟାରିୟର୍ ଶେଷ କରିବି ବୋଲି ଚାହିଁଥିଲି। ମତେ ଆଉ ଖେଳିବାକୁ କୁହାଯିବା କଥା ନୁହେଁ। ଏଭଳି କ୍ୟାରିୟର୍ ଶେଷ କରିବା ଅତି ଚମତ୍କାର। ଏହା ପରେ ଆଉ କ'ଣ ହେବ ? ମୁଁ 'କୋପା ଆମେରିକା' ଜିତିଲି, 'ବିଶ୍ବକପ୍' ଜିତିଲି। ଅବଶ୍ୟ କ୍ୟାରିୟର୍ ଶେଷ ଆଡ଼କୁ। ମୁଁ ଫୁଟବଲ୍ ଖେଳକୁ ଭଲପାଏ। କ'ଣ କରିବି ? ଜାତୀୟ ଦଳରେ ମିଶି ରହିବାକୁ ଇଚ୍ଛା। ବିଶ୍ବ ଚାମ୍ପିୟାନ୍ ଭାବେ ଆଉ ଗୋଟିଏ ଦୁଇଟି ମ୍ୟାଚ୍ ଖେଳିବାକୁ ଇଛା ହେଉଛି ।
ସେପଟେ ଆର୍ଜେଣ୍ଟିନାର ପ୍ରଶିକ୍ଷକ ଲିଓନେଲ ସ୍କାଲୋନି କହିଛନ୍ତି, ତାଙ୍କର ଯଦି ଖେଳିବାକୁ ଇଚ୍ଛା, ସେ ଆମ ସଙ୍ଗରେ ରହି ପାରିବେ। ଆମ ସହିତ ରହିବା ପାଇଁ ନିଷ୍ପତ୍ତି ନେବା ଲାଗି ତାଙ୍କର ହକ୍ ଅଛି । ତାଙ୍କୁ ପ୍ରଶିକ୍ଷଣ ଦେବା ବଡ଼ ଆନନ୍ଦପ୍ରଦ। ଦଳ ପାଇଁ ତାଙ୍କର ସବୁ କାର୍ଯ୍ୟ ଅତୁଳନୀୟ। ଏଭଳି କଥା ମୁଁ ପୂର୍ବରୁ ଦେଖିନାହିଁ।
ସୂଚନାଯୋଗ୍ୟ, '୨୦୨୨ ଫିଫା ବିଶ୍ବକପ୍ ଫାଇନାଲ୍' ଆର୍ଜେଣ୍ଟିନା ପାଇଁ ତାଙ୍କର ଶେଷ ଖେଳ ବୋଲି ପ୍ରଖ୍ୟାତ୍ ଫୁଟ୍ବଲ୍ ଖେଳାଳି ତଥା ଅଧିନାୟକ ଲିଓନେଲ୍ ମେସି ସୁନିଶ୍ଚିତ କରିଥିବା କଥା ଆର୍ଜେଣ୍ଟିନାର ଗଣମାଧ୍ୟମ ସଂସ୍ଥାନ 'ଡାଏରିଓ ଡିପ୍ରୋଟଭୋ ଓଲେ' ରିପୋର୍ଟ କରିଥିଲା ।
ଉଲ୍ଲେଖଥାଉ କି, କତାରରେ ଚାଲିଥିବା ବିଶ୍ୱକପ ଫାଇନାଲରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟ ଆଉଟରେ ଫ୍ରାନ୍ସକୁ 4-2ରେ ପରାସ୍ତ କରିଛି ଆର୍ଜେଣ୍ଟିନା । ଏଥି ସହିତ 36 ବର୍ଷ ପରେ ବିଶ୍ୱକପ ଜିତିବାରେ ସକ୍ଷମ ହୋଇଛି ଟିମ୍ । 1978 ଏବଂ 1986 ପରେ ତୃତୀୟ ଥର ପାଇଁ ଟାଇଟଲ୍ ଜିତିଛି ମେସିଙ୍କ ଦଳ ।
ଧାର୍ଯ୍ୟ 90 ମିନିଟରେ ମ୍ୟାଚ୍ 2-2ରେ ଡ୍ର ହେଲା । ପରେ ମ୍ୟାଚରେ ଅତିରିକ୍ତ ସମୟ ଦିଆଗଲା । ସେଠାରେ ଲିଓନେଲ ମେସି ଗୋଲ ସ୍କୋର କରି ଆର୍ଜେଣ୍ଟିନାକୁ 3-2ରେ ଆଗରେ ରଖିଥିଲେ । କିନ୍ତୁ ଫ୍ରାନ୍ସର କିଲିଆନ ମବାପେଙ୍କ 117 ତମ ମିନିଟରେ ଗୋଲ ସ୍କୋର କରି ମ୍ୟାଚକୁ 3-3 ରେ ସ୍ତର କରିଥିଲେ। ଏହା ପରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ 4-2ରେ ମ୍ୟାଚ୍ ଜିତିଥିଲା।












Click it and Unblock the Notifications