Get Updates
Get notified of breaking news, exclusive insights, and must-see stories!

ଫିଫା ବିଶ୍ୱକପ: ଇତିହାସ ରଚିଲେ ମେସି, ଅଷ୍ଟ୍ରେଲିଆକୁ ପରାସ୍ତ କରି କ୍ୱାର୍ଟରରେ ଆର୍ଜେଣ୍ଟିନା

ଫିଫା ବିଶ୍ୱକପର କ୍ୱାର୍ଟରରେ ଆର୍ଜେଣ୍ଟିନା । ସେପଟେ ଇତିହାସ ରଚିଲେ ଲିଓନେଲ ମେସି । କାତାରରେ ଚାଲିଥିବା ଫିଫା ବିଶ୍ୱକପର ଦ୍ୱିତୀୟ ପ୍ରି-କ୍ୱାର୍ଟର ଫାଇନାଲରେ ଆର୍ଜେଣ୍ଟିନା ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରି ଆର୍ଜେଣ୍ଟିନା ଦଶମ ଥର ପାଇଁ କ୍ୱାର୍ଟର ଫାଇନାଲରେ ପ୍

ଦୋହା: ଫିଫା ବିଶ୍ୱକପର କ୍ୱାର୍ଟରରେ ଆର୍ଜେଣ୍ଟିନା । ସେପଟେ ଇତିହାସ ରଚିଲେ ଲିଓନେଲ ମେସି । କାତାରରେ ଚାଲିଥିବା ଫିଫା ବିଶ୍ୱକପର ଦ୍ୱିତୀୟ ପ୍ରି-କ୍ୱାର୍ଟର ଫାଇନାଲରେ ଆର୍ଜେଣ୍ଟିନା ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରି ଆର୍ଜେଣ୍ଟିନା ଦଶମ ଥର ପାଇଁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ।

FIFA World Cup

ଏଥି ସହ ଏହି ମ୍ୟାଚରେ ଇତିହାସ ରଚିଛନ୍ତି ଫୁଟବଲ ଆଇକନ୍ ଲିଓନେଲ ମେସି । ୩୫ ବର୍ଷିୟ ମେସି ତାଙ୍କ କ୍ୟାରିୟରର ୧୦୦୦ତମ ମ୍ୟାଚ ଖେଳିଥିଲେ । ଅଷ୍ଟ୍ରେଲିଆ ବିପକ୍ଷରେ ସେ ଗୋଟିଏ ଗୋଲ ଦେଇ ନିଜ ସ୍କୋର ବର୍ଡରେ ୭୮୯ଟି ଗୋଲର ରେକର୍ଡ କରିଛନ୍ତି । ଏହା ସହ ସେ ପର୍ତ୍ତୁଗାଲ ଲିଜେଣ୍ଡ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ରେକ୍ରଡ ମଧ୍ୟ ବ୍ରେକ୍ କରିଛନ୍ତି । ସେହିପରି ମେସି ବିଶ୍ୱକପ ଇତିହାସରେ ଏହା ମେସିଙ୍କର ୯ମ ଗୋଲ । ଏହା ସହ ମେସି ବିଶ୍ୱ କପ୍ ଇତିହାସରେ ସବୁଠାରୁ ଅଧିକ ଗୋଲ ଦେଇଥିବା ଆର୍ଜେଣ୍ଟିନା ଖେଳାଳି ବନିଯାଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ବିଜୟ ପରେ ସେ ବିଶ୍ୱକପରେ ମୋଟ ୮ଟି ମ୍ୟାନ ଅଫ ଦ ମ୍ୟାଚର ଅଧିକାରୀ ହୋଇଛନ୍ତି । ରୋନାଲ୍ଡୋଙ୍କ ନିକଟରେ ଏଯାଏଁ ମ୍ୟାନ ଅଫ ଦ ମ୍ୟାଚର ସାତଟି ଟ୍ରଫି ଅଛି ।

ମ୍ୟାଚର ୩୫ ତମ ମିନିଟରେ ମେସି ଏକ ଚମତ୍କାର ଗୋଲ୍ ସ୍କୋର କରି ଆର୍ଜେଣ୍ଟିନାକୁ ୧-୦ରେ ଅଗ୍ରଣୀ କରାଇଥିଲେ । ଏହା ମେସିଙ୍କ କ୍ୟାରିୟରର ୭୮୯ ତମ ଗୋଲ୍ ଥିଲା । ମ୍ୟାଚର ୫୭ ତମ ମିନିଟରେ ଜୁନିୟନ୍ ଆଲଭାରେଜଙ୍କ ଗୋଲ୍ ବଳରେ ଆର୍ଜେଣ୍ଟିନା ୨-୦ରେ ଆଗୁଆ ହୋଇଯାଇଥିଲା ।

୭୭ ତମ ମିନିଟରେ ଅଷ୍ଟ୍ରେଲିଆ ସ୍କୋର ବ୍ୟବଧାନକୁ ୧-୨ କରିଥିଲା । ଅଷ୍ଟ୍ରେଲୀୟ ଖେଳାଳି କ୍ରେଗ ଗୁଡୱିନ୍ ଏକ ସଟ୍ ମାରିଥିଲେ । ତେବେ ବଲ୍ ଆର୍ଜେଣ୍ଟିନାର ଏନଜୋ ଫର୍ଣ୍ଣାଣ୍ଡିସକୁ ବାଜି ଦେଇ ଗୋଲ୍ ପୋଷ୍ଟ ଭିତରକୁ ଚାଲି ଯାଇଥିଲା। ଆର୍ଜେଣ୍ଟିନାର ଏହା ଏକ ଆତ୍ମଘାତୀ ଗୋଲ୍ ଥିଲା । ଏହା ପରେ ଇଞ୍ଜୁରୀ ଟାଇମରେ ଅଷ୍ଟ୍ରେଲିଆକୁ ଏକ ସୁଯୋଗ ମିଳିଥିଲା, କିନ୍ତୁ ଆର୍ଜେଣ୍ଟିନା ଗୋଲକିପର ଆମି ମାର୍ଟିନେଜ ଏହାକୁ ଅଟକାଇ ଦଳର ବିଜୟ ନିଶ୍ଚିତ କରିଥିଲେ ।

କ୍ୱାର୍ଟର ଫାଇନାଲରେ ଆର୍ଜେଣ୍ଟିନାର ମୁକାବିଲା ନେଦରଲାଣ୍ଡସ୍ ସହ ହେବ । ଏହି ମ୍ୟାଚ୍ ଡିସେମ୍ବର ୯ ରେ ଖେଳାଯିବ । ଅନ୍ୟ ଏକ ପ୍ରି-କ୍ବାର୍ଟରରେ ନେଦରଲାଣ୍ଡ୍ସ ୩-୧ରେ ଆମେରିକାକୁ ପରାସ୍ତ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+