ଫିଫା ବିଶ୍ୱକପ: ନିଜ ଦେଶର ଜାତୀୟ ସଂଗୀତ ଗାନ କରିଲେନି ଇରାନ ଖେଳାଳି

ଇରାନରେ ଗତ ଦୁଇମାସ ଧରି ଚାଲିଥିବା ଆନ୍ଦୋଳନ ଏବେ କାତାର ଫିଫା ଫୁଟବଲ ବିଶ୍ବକପରେ ପହଞ୍ଚିଛି । ଇରାନର ଖେଳାଳିମାନେ ନିଜ ଦେଶର ଜାତୀୟ ସଂଗୀତକୁ ବର୍ଜନ କରି ଆନ୍ଦୋଳନକୁ ସମର୍ଥନ କରିବା ସହ ଇରାନର ଶାସକଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି । ଆଜି ଇରାନର ମୁକାବିଲା ବିଶ୍ୱ

ଦୋହା: ଇରାନରେ ଗତ ଦୁଇମାସ ଧରି ଚାଲିଥିବା ଆନ୍ଦୋଳନ ଏବେ କାତାର ଫିଫା ଫୁଟବଲ ବିଶ୍ବକପରେ ପହଞ୍ଚିଛି । ଇରାନର ଖେଳାଳିମାନେ ନିଜ ଦେଶର ଜାତୀୟ ସଂଗୀତକୁ ବର୍ଜନ କରି ଆନ୍ଦୋଳନକୁ ସମର୍ଥନ କରିବା ସହ ଇରାନର ଶାସକଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି । ଆଜି ଇରାନର ମୁକାବିଲା ବିଶ୍ୱକପରେ ଇଂଲଣ୍ଡ ସହ ହୋଇଛି । ପରମ୍ପରା ଅନୁସାରେ, ମ୍ୟାଚ୍‌ ପୂର୍ବରୁ ଦୁଇ ଦେଶର ଖେଳାଳି ଧାଡ଼ିରେ ଛିଡ଼ା ହୋଇ ଜାତୀୟ ସଂଗୀତ ଗାନ କରିବା କଥା।

FIFA World Cup

ଇଂଲଣ୍ଡର ଖେଳାଳିମାନେ ସେମାନଙ୍କ ଜାତୀୟ ସଂଗୀତ ଗାନ କରିଥିବା ବେଳେ ଇରାନ ଖେଳାଳିଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଘଟିଛି। ଇରାନର ଖେଳାଳିମାନେ ପଡ଼ିଆ ଭିତରକୁ ଆସିଥିଲେ ମଧ୍ୟ ସରକାରୀ ବିରୋଧୀ ଆନ୍ଦୋଳନକୁ ସମର୍ଥନ କରି ଜାତୀୟ ସଂଗୀତ ଗାନ କରି ନାହାନ୍ତି।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବରରେ ମାସା ଅମିନି ନାମକ ଯୁବତୀଙ୍କ ମୃତ୍ୟୁପରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ବି ଜାରି ରହିଛି । ଏହି ଆନ୍ଦୋଳନରେ ଏପର୍ଯ୍ୟନ୍ତ ୩୪୭ ଜଣ ଲୋକ ପ୍ରାଣ ହରାଇସାରିଲେଣି । ସେମାନଙ୍କ ମଧ୍ୟରେ ୪୩ ଜଣ ଶିଶୁ ରହିଛନ୍ତି । ଏହି ଆନ୍ଦୋଳନକୁ ବନ୍ଦ କରିବାକୁ ଇରାନ ସରକାର କଠୋର ଅଭିମୁଖ୍ୟ ଗ୍ରହଣ କରିଥିଲେ ବି ସବୁ ଉଦ୍ୟମ ବିଫଳ ହୋଇଛି । ଏପର୍ଯ୍ୟନ୍ତ ଇରାନ ସରକାର ୫ ଜଣ ଆନ୍ଦୋଳନ କାରୀଙ୍କୁ ମୃତ୍ୟୁଦଣ୍ଡ ଦେଇ ସାରିଲେଣି ।

ମ୍ୟାଚ୍‌ ପୂର୍ବରୁ ଇରାନ ଫୁଟବଲ ଟିମର ଅଧିନାୟକ ଅଲୀରେଜା ଜାହାନବାକଶ କହିଥିଲେ ଯେ ଦେଶରେ ଦୀର୍ଘ ଦିନ ହେଲା ଆନ୍ଦୋଳନ ଚାଲିଛି। ଅନେକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି। ସେମାନଙ୍କ ସମର୍ଥନରେ ଆମେ ସମସ୍ତେ ମିଳିତ ଭାବେ ବିଶ୍ୱକପରେ ଜାତୀୟ ସଂଗୀତ ଗାନ କରିବୁ ନାହିଁ ବୋଲି ନିଷ୍ପତ୍ତି ନେଇଛୁ।

ଏହି ନିଷ୍ପତ୍ତି ଅନୁସାରେ ଇରାନର ଖେଳାଳିମାନେ ଜାତୀୟ ସଂଗୀତ ଗାନ କରି ନାହାନ୍ତି। ଦୋହାରେ ଥିବା ଖଲିଫା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଇରାନ ଜାତୀୟ ସଂଗୀତ ବାଜୁଥିବା ବେଳେ ଖେଳାଳିମାନେ ଅତ୍ୟନ୍ତ ମର୍ମାହତ ଭାବେ କେବଳ ଛିଡ଼ା ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+