FIFA World Cup: ଗୋଲ୍, ଗୋଲ୍, ଗୋଲ୍...ବିଶ୍ୱକପରେ ୩୮ ବର୍ଷୀୟ ଲିଓନେଲ୍ ମେସିଙ୍କ ହ୍ୟାଟ୍ରିକ୍, ଆର୍ଜେଣ୍ଟିନାର ଦମଦାର ଆରମ
ଫିଫା ବିଶ୍ୱକପ୍ ୨୦୨୬ରେ ଆର୍ଜେଣ୍ଟିନା ଧମାକାରଦାର ଆରମ୍ଭ କରିଛି । ଗ୍ରୁପ ଷ୍ଟେଜରେ ଆଲଜେରିଆକୁ ୩-୦ ଗୋଲରେ ପରାସ୍ତ କରି ଏକ ଚମତ୍କାର ଆରମ୍ଭ କରିଛି । ଏହି ମ୍ୟାଚରେ ବିଜୟର ନାୟକ ଥିଲେ ଲିଓନେଲ୍ ମେସି । ଯିଏକି ତାଙ୍କର ୨୦୦ତମ୍ ଅନ୍ତର୍ଜାତୀୟ ମ୍ୟାଚରେ ହ୍ୟାଟ୍ରିକ୍ ଗୋଲ୍ ସ୍କୋର କରି ଇତିହାସ ରଚିଛନ୍ତି । ବିଶ୍ୱକପରେ ମେସି ସର୍ବାଧିକ ଗୋଲ୍ ଦେବାରେ ଜର୍ମାନୀର ମିରୋସ୍ଲାଭ୍ କ୍ଲୋସେଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ତାଙ୍କ ଗୋଲ ସଂଖ୍ୟା ୧୬ରେ ପହଞ୍ଚିଥିଲା । ଏହି ମେସିଙ୍କର ପ୍ରଥମ ବିଶ୍ୱକପ ହ୍ୟାଟ୍ରିକ୍ ଥିଲା । ଆର୍ଜେଣ୍ଟିନା ପ୍ରଥମ ଥର ଡିଫେଣ୍ଡିଂ ଚାମ୍ପିଅନ୍ ଭାବରେ ପ୍ରଥମ ବିଶ୍ୱକପ ମ୍ୟାଚ୍ ଜିତିଛି । ୩୮ ବର୍ଷୀୟ ଷ୍ଟାର ପ୍ଲେୟାର ଲିଓନେଲ୍ ମେସି ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

ଗୋଲ୍, ଗୋଲ୍, ଗୋଲ୍... କ୍ୟାରିଅରର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ଲିଓନେଲ୍ ମେସି ହ୍ୟାଟ୍ରିକ୍ ଗୋଲ୍ କରି ଆର୍ଜେଣ୍ଟିନାକୁ ୩-୦ରେ ଜବରଦସ୍ତ ବିଜୟୀ କରାଇଛନ୍ତି । ଏହା ସହିତ ବିଶ୍ୱକପ ଇତିହାସରେ ଗୋଲର ବଡ଼ ରେକର୍ଡ଼ ନିଜ ନାମରେ କରିଛନ୍ତି । କାନସାର ସିଟିର ଆରୋହେଟ୍ ଷ୍ଟାଡିୟମରେ ଜିଇଏଚଏ ଫିଲ୍ଡରେ ୬୯,୦୪୫ ଦର୍ଶକଙ୍କ ସମ୍ମୁଖରେ, ମେସି ଏକ ଚମତ୍କାର ହ୍ୟାଟ୍ରିକ୍ ସ୍କୋର କରି ଆର୍ଜେଣ୍ଟିନାକୁ ବିଜୟୀ କରାଇଛନ୍ତି । ଏହା ସହିତ ତାଙ୍କର ବିଶ୍ୱକପ ଗୋଲ ସଂଖ୍ୟା ୧୬ରେ ପହଞ୍ଚିଛି । ଯାହା ଜର୍ମାନୀର କିମ୍ବଦନ୍ତୀ ଷ୍ଟ୍ରାଇକରେ ମିରୋସ୍ଲାଭ କ୍ଲୋସେଙ୍କ ସର୍ବକାଳୀନ ରେକର୍ଡର ସମକକ୍ଷ । ଏହା ମେସିଙ୍କ ବିଶ୍ୱକପ କ୍ୟାରିୟରର ପ୍ରଥମ ହ୍ୟାଟ୍ରିକ ଥିଲା । ସେ ଟୁର୍ଣ୍ଣାମେଣ୍ଟ ଇତିହାସରେ ହ୍ୟାଟ୍ରିକ୍ ସ୍କୋର କରିବାରେ ସବୁଠାରୁ ବୟସ୍କ ଖେଳାଳି ହୋଇ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ରେକର୍ଡ ଭାଙ୍ଗିଛନ୍ତି ।
ଆର୍ଜେଣ୍ଟିନା ପାଇଁ ମ୍ୟାଚ୍ ସୁରୁଖୁରୁରେ ଆରମ୍ଭ ହୋଇନଥିଲା । ପଞ୍ଚମ ମିନିଟରେ ମେସି ବଲ୍ ନେଟରେ ପକାଇଥିଲେ । କିନ୍ତୁ ବିଲ୍ଡ-ଅପରେ ଅଫସାଇଡ୍ ଯୋଗୁଁ ଗୋଲଟି ଅଗ୍ରାହ୍ୟ ହୋଇଯାଇଥିଲା । ଫାରେସ୍ ଚାବି ଗୋଲ କରିବା ପରେ ଆଲଜେରିଆ ମଧ୍ୟ କିଛି ମୂହୁର୍ତ୍ତ ପରେ ଉତ୍ସବ ପାଳନ କରିଥିଲା । କିନ୍ତୁ ଭିଏଆର ତାଙ୍କୁ ଅଫସାଇଡ୍ ଘୋଷଣା କରିଥିଲେ । ପ୍ରଥମ ୧୫ ମିନିଟ୍ ପାଇଁ, ଆଲଜେରିଆ ବିଶ୍ୱ ବିଜେତାଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିଲା । ବଲ୍ ଉପରେ ନିୟନ୍ତ୍ରଣ ବଜାୟ ରଖିଥିଲା । କିନ୍ତୁ ପରେ ମେସି ତାଙ୍କ କ୍ଲାସ୍ ଦେଖାଇଥିଲେ । ୧୭ତମ ମିନିଟରେ ରୋଡ୍ରିଗୋ ଡି ପାଉଲ୍ ଏକ ଚମତ୍କାର ଥ୍ରୁ ବଲ୍ ଖେଳିଥିଲେ । ଡିଫେଣ୍ଡରମାନଙ୍କ ଚାପ ସତ୍ତ୍ୱେ ମେସି ଚମତ୍କାର ଭାବରେ ବଲକୁ ଉପର କର୍ଣ୍ଣରରେ ପକାଇଥିଲେ । ଆଲେଜଆନ୍ ଗୋଲକିପର ଲୁକି ଜିଦାନଙ୍କ ପାଖରେ ଆଉ ଉତ୍ତର ନଥିଲା ।












Click it and Unblock the Notifications