ଫିଫା ବିଶ୍ୱକପ୍: ଆଜି ରାତି 12.30ରେ ଫ୍ରାନ୍ସ ବନାମ ମରକ୍କୋ ଦ୍ୱିତୀୟ ସେମି ଫାଇଟ୍
ଫିଫା ବିଶ୍ୱକପ୍ ଫ୍ରାନ୍ସ ବନାମ ମରକ୍କୋ ଦ୍ୱିତୀୟ ସେମି ଫାଇନାଲ୍ | FIFA World Cup, France vs Morocco 2nd Semi Final | ଚଳିତ ଫିଫା ବିଶ୍ୱକପ୍ର ୨୨ ତମ ସଂସ୍କରଣର ଦ୍ୱିତୀୟ ସେମି ଫାଇନାଲ୍ ବୁଧବାର ବିଳମ୍ବିତ ରାତିରେ ଖେଳାଯିବ । ଏଥିରେ ଡିଫେଣ୍ଡିଂ ଚାମ୍ପ
FIFA World Cup, France vs Morocco 2nd Semi Final: ଚଳିତ ଫିଫା ବିଶ୍ୱକପ୍ର ୨୨ ତମ ସଂସ୍କରଣର ଦ୍ୱିତୀୟ ସେମି ଫାଇନାଲ୍ ବୁଧବାର ବିଳମ୍ବିତ ରାତିରେ ଖେଳାଯିବ । ଏଥିରେ ଡିଫେଣ୍ଡିଂ ଚାମ୍ପିଅନ୍ ଫ୍ରାନ୍ସର ମୁକାବିଲା ଆଫ୍ରିକୀୟ ଟିମ୍ ମରକ୍କୋ ସହ ହେବ ।

ତେବେ ପର୍ତ୍ତୁଗାଲକୁ ହରାଇ ମରକ୍କୋ ପ୍ରଥମ ଆଫ୍ରିକୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଥିଲା । କ୍ୱାର୍ଟର୍ ଫାଇନାଲରେ ମରକ୍କୋ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନେତୃତ୍ୱାଧୀନ ପର୍ତ୍ତୁଗାଲକୁ ହରାଇ ଥିଲା । ଏହି ଦଳ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି, ମରକ୍କୋ ବିପକ୍ଷରେ କେହି ବି ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ଗୋଲ୍ ଦେଇପାରି ନାହାଁନ୍ତି । ଗ୍ରୁପ୍ ପର୍ଯ୍ୟାୟରେ କ୍ରୋଏସିଆ (୦-୦) ସହିତ ଅମୀମାଂସିତ ରଖିବା ପରେ ବେଲଜିୟମ୍ (୨-୦), କାନାଡ଼ା (୨-୧) କୁ ହରାଇ ଗ୍ରୁପ୍ ବିଜେତା ଭାବେ ମରକ୍କୋ ପ୍ରିକ୍ବାର୍ଟରରେ ପ୍ରବେଶ କରିଥିଲା। କାନାଡ଼ା ସହିତ ଆତ୍ମଘାତୀ ଗୋଲ୍ ବଳରେ ମରକ୍କୋ ମାତ୍ର ଗୋଟିଏ ଗୋଲ୍ ବରଣ କରିଛି । ପ୍ରିକ୍ବାର୍ଟରରେ ସ୍ପେନ୍ (୩-୦ ପେନାଲ୍ଟି)କୁ ପରାସ୍ତ କରି ମରକ୍କୋ ପ୍ରଥମ ବିପର୍ଯ୍ୟୟ ଘଟାଇଥିଲା। ତେଣୁ ସେମିଫାଇନାଲରେ ଏହା ମରକ୍କୋର ପ୍ରଥମ ଆବିର୍ଭାବ ହୋଇଥିଲେ ସୁଦ୍ଧା ଫ୍ରାନ୍ସ ଏହି ଦଳକୁ ସହଜ ଭାବେ ଗ୍ରହଣ କରିବନି।
ଅନ୍ୟପକ୍ଷରେ ଫ୍ରାନ୍ସ ଗ୍ରୁପ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ (୪-୧) ଏବଂ ଡେନମାର୍କ (୨-୧)କୁ ହରାଇଥିଲା ବେଳେ ଟ୍ୟୁନିସିଆଠୁ ୦-୧ ଗୋଲ୍ରେ ପରାସ୍ତ ସତ୍ତ୍ବେ ରାଉଣ୍ଡ-୧୬କୁ ଉଠିଥିଲା। ଏହି ପର୍ଯ୍ୟାୟରେ ପୋଲାଣ୍ଡକୁ ୩-୧ ଗୋଲ୍ରେ ହରାଇ ଦଳ କ୍ବାର୍ଟରଫାଇନାଲ୍ ଯାଇଥିଲା ବେଳେ ଇଂଲଣ୍ଡକୁ ୨-୧ ଗୋଲ୍ରେ ପରାସ୍ତ କରି ପୁଣି ଥରେ ୨୦୧୮ ସଂସ୍କରଣର ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ରହିଛି ଫ୍ରାନ୍ସ।
ବୁଧବାରର ସେମିଫାଇନାଲ୍ରେ ବିଜୟୀ ହୋଇ ଫ୍ରାନ୍ସ ଟାଇଟଲ୍ ବଜାୟ ରଖିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ । ୪ ବର୍ଷ ତଳେ ରୁଷିଆରେ ଦଳ ଚାମ୍ପିଅନ୍ ହୋଇଥିବା ବେଳେ ଏଥିରେ ଯୁବ ଖେଳାଳି କିଲିଆନ୍ ଏମ୍ବାପେଙ୍କର ପ୍ରମୁଖ ଭୂମିକା ରହିଥିଲା । ଚଳିତ ସିଜନରେ ମଧ୍ୟ ଏହି ଖେଳାଳି ଜଣକ ୫ଟି ଗୋଲ୍ ଦେଇ ଗୋଲ୍ଡେନ୍ ବୁଟ୍ ଦୌଡ଼ରେ ଆଗରେ ଅଛନ୍ତି । ସେହିପରି ଓଲିଭିର୍ ଗିରୋଡ୍ ଓ ଅନ୍ୟାନ୍ୟ ଖେଳାଳିମାନେ ମଧ୍ୟ ଉତ୍ତମ ଲୟରେ ଅଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ୍ରେ ଗିରୋଡ୍ ଦେଶର ସର୍ବାଧିକ ଗୋଲ୍ ସ୍କୋରର୍ ହେବାର ଗୌରବ ମଧ୍ୟ ପାଇଛନ୍ତି ।
ଅନ୍ୟପକ୍ଷରେ ମରକ୍କୋ ପାଇଁ ଆଉ ଏକ ଇତିହାସ ରଚିବାର ସୁଯୋଗ ଉପନୀତ ହୋଇଛି । ସେମିଫାଇନାଲରେ ଦଳର ବିଜୟ ମୁଖ୍ୟତଃ ଡିଫେନ୍ସ ଓ ଫରୱାର୍ଡ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନିର୍ଭରଶୀଳ ରହିବ । ସୋଫୟାନ୍ ଅମରାବତ୍, ହକିମ୍ ଜିୟେଚ୍ଙ୍କଠାରୁ ଉପଯୁକ୍ତ ସହଯୋଗ ପାଇ ୟୁସେଫ୍ ଏନ୍-ନେସିରି ଫ୍ରାନ୍ସ ଗୋଲ୍ ପୋଷ୍ଟକୁ ଟାର୍ଗେଟ୍ କରିବେ ।
ତେବେ ବୁଧବାରର ଦ୍ୱିତୀୟ ସେମିଫାଇନାଲ ଉଭୟ ରାଜନୈତିକ ଓ ସଂସ୍କୃତି ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ୧୯୧୨-୧୯୫୬ ଯାଏ ମରକ୍କୋ ଫରାସୀ ଉପନିବେଶବାଦ ଅଧୀନରେ ରହିଥିଲା। ଏହି କାରଣରୁ ମରକ୍କୋ ଦଳ ଏହି ମ୍ୟାଚରେ ବିଜୟୀ ହେବାକୁ ପ୍ରୟାସ କରିବ । ଉଭୟ ଦଳ ମଧ୍ୟରେ ପୂର୍ବରୁ ହୋଇଥିବା ମୁକାବିଲାଗୁଡ଼ିକର ତର୍ଜମା କଲେ ଫ୍ରାନ୍ସ ପଲା ଭାରି ରହିଛି । କାରଣ ଦୁଇ ଦଳ ଅଦ୍ୟାବଧି ୧୧ ଥର ପରସ୍ପରକୁ ଭେଟିଥିବା ବେଳେ ଏଥିରୁ ୭ଟିରେ ଫ୍ରାନ୍ସ ବିଜୟୀ ହୋଇଛି । ୧୯୬୩ରେ ମରକ୍କୋ ପ୍ରଥମ ଥର ପାଇଁ ଫ୍ରାନ୍ସକୁ ଭେଟିଥିଲା ଓ ଉକ୍ତ ମ୍ୟାଚ୍ରେ ବିଜୟୀ ମଧ୍ୟ ହୋଇଥିଲା । ଉଭୟ ଦଳ ମୁଖ୍ୟତଃ ଗୁରୁତ୍ୱହୀନ ଟୁର୍ଣ୍ଣାମେଣ୍ଟ୍ରେ ପରସ୍ପରକୁ ଭେଟିଥିଲେ । କିନ୍ତୁ ବିଶ୍ୱକପ୍ରେ ବୁଧବାର ପ୍ରଥମ ଥର ପାଇଁ ଦୁଇ ଦଳ ମଧ୍ୟରେ ମୁକାବିଲା ହେବ ।
ସେପଟେ ବୁଧବାର ସେମିଫାଇନାଲରେ ବିଜୟୀ ହେଲେ ଫ୍ରାନ୍ସ ୧୯୯୮ ପରେ ପ୍ରଥମ ଡିଫେଣ୍ଡିଂ ଚାମ୍ପିଅନ୍ ଭାବେ ଫାଇନାଲ୍ରେ ପହଞ୍ଚିବ । ଶେଷ ଥର ପାଇଁ ଗତ ୧୯୯୮ରେ ବ୍ରାଜିଲକୁ ଏହି ସଫଳତା ମିଳିଥିଲା । ଏଥିସହ ଦୀର୍ଘ ୮୪ ବର୍ଷ ପରେ ଫ୍ରାନ୍ସ ପ୍ରଥମ ୟୁରୋପୀୟ ଦେଶ ହୋଇପାରିବ । ୧୯୩୮ରେ ୟୁରୋପୀୟ ଦେଶ ଇଟାଲୀ ଡିଫେଣ୍ଡିଂ ଚାମ୍ପିଅନ୍ ଭାବେ ଫାଇନାଲରେ ପହଞ୍ଚିଥିଲା ।
-
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ












Click it and Unblock the Notifications