Get Updates
Get notified of breaking news, exclusive insights, and must-see stories!

ଫିଫା ବିଶ୍ବକପ ଫାଇନାଲ: ବିଜୟୀ ଦଳ ଉପରେ ଟଙ୍କାର ବର୍ଷା; ଜାଣନ୍ତୁ, କେତେ ଟଙ୍କା ପୁରଷ୍କାର ପାଇବ ଚାମ୍ପିଅନ ଦଳ ?

ଫ୍ରାନ୍ସ ବନାମ ଆର୍ଜେଣ୍ଟିନା ମଧ୍ୟରେ ହେବ ହାଇ ଭୋଲ୍ଟେଜ୍ ମୁକାବିଲା । ତେବେ ବିଜୟୀ ଦଳକୁ ଏତେ ପୁରଷ୍କାର ରାଶି ମିଳିବାକୁ ଯାଉଛି ଯେ, ଆପଣ ଶୁଣିଲେ ହୋସ୍ ଉଡିବ ।

Fifa World Cup Prize Money: ଆଜି ଖେଳାଯିବ ଫିଫା ବିଶ୍ୱକପ ଫାଇନାଲ ମୁକାବିଲା । ଆଜି ସନ୍ଧ୍ୟା ସାଢେ ୮ଟାରେ କତାରର ଲୁସାଇଲ ଆଇକନିକ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବିଶ୍ୱର ସବୁଠୁ ବ୍ୟୟବହୁଳ ଟୁର୍ଣ୍ଣାମେଣ୍ଟ ଫାଇନାଲ ଫାଇଟ୍ । ଫ୍ରାନ୍ସ ବନାମ ଆର୍ଜେଣ୍ଟିନା ମଧ୍ୟରେ ହେବ ହାଇ ଭୋଲ୍ଟେଜ୍ ମୁକାବିଲା । ତେବେ ବିଜୟୀ ଦଳକୁ ଏତେ ପୁରଷ୍କାର ରାଶି ମିଳିବାକୁ ଯାଉଛି ଯେ, ଆପଣ ଶୁଣିଲେ ହୋସ୍ ଉଡିବ ।

FIFA World Cup Final

ବାସ୍ତବରେ ଏହି ଫୁଟବଲ ମହାକୁମ୍ଭ ଏହାର ମହାନତା ଏବଂ ବିଳାସପୂର୍ଣ୍ଣ ଆୟୋଜନ ପାଇଁ ମଧ୍ୟ ଜଣାଶୁଣା । ଏହି ଟୁର୍ନାମେଣ୍ଟରେ ବିପୁଳ ପରିମାଣର ଅର୍ଥ ପୁରସ୍କାର ରାଶି ଭାବେ ଖର୍ଚ୍ଚ ହୋଇଥାଏ। ଏପରିକି ଫିଫା ବିଶ୍ୱକପରେ ୩୨ ନମ୍ବର ସ୍ଥାନ ଅର୍ଥାତ ସର୍ବନିମ୍ନ ମାନ୍ୟତା ପ୍ରାପ୍ତ ଦଳକୁ ମଧ୍ୟ କୋଟି ଟଙ୍କା ମୂଲ୍ୟର ପୁରସ୍କାର ମିଳିଥାଏ। ଫିଫା ବିଶ୍ୱକପରେ ବିଜେତା, ଉପ ବିଜେତା ଏବଂ ଅନ୍ୟାନ୍ୟ ଦଳକୁ ପୁରସ୍କାର ରାଶି ବାବଦରେ ଯେତେଟଙ୍କା ମିଳିଥାଏ ତାହା ଗୋଟିଏ ଗୋଟିଏ ଦେଶର ମୋଟ୍ ଜିଡିପି ଠାରୁ ମଧ୍ୟ ଅଧିକ ହୋଇଥାଏ ।

ସମଗ୍ର ଟୁର୍ନାମେଣ୍ଟରେ ପୁରସ୍କାର ଭାବରେ ୩.୬ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଏଥର ବିଶ୍ୱକପ୍‍ ଶେଷ ହେବା ପରେ ଫିଫା ମୋଟ୍‍ ଉପରେ ୩୫୦୦ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିବ। ବିଶ୍ୱ ଫୁଟବଲର ଏହି ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଚାମ୍ପିଅନ ଦଳକୁ ୩୪୪ କୋଟି ଟଙ୍କା (୪୨ ମିଲିଅନ ଆମେରିକୀୟ ଡଲାର) ପୁରସ୍କାର ପ୍ରଦାନ କରିବ। ସେହିପରି ଫାଇନାଲରେ ପରାସ୍ତ ହୋଇଥିବା ରନର୍ସଅପ ଦଳକୁ ୨୪୫ କୋଟି ଟଙ୍କା (୩୦ ମିଲିଅନ ଡଲାର) ପୁରସ୍କାର ପ୍ରଦାନ କରାଯିବ। ବିଶ୍ୱକପରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଦଳକୁ ଫିଫା କିଛି ନା କିଛି ପୁରସ୍କାର ଦେଇଥାଏ। ତୃତୀୟ ସ୍ଥାନ ଅଧିକାର କରିବାକୁ ଥିବା ଦଳକୁ ୨୨୦ କୋଟି, ଚତୁର୍ଥ ସ୍ଥାନ ଅଧିକାର କରିବାକୁ ଥିବା ଦଳକୁ ୨୦୪ କୋଟି ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥାଏ। ସେହିପରି ପଞ୍ଚମରୁ ଅଷ୍ଟମସ୍ଥାନରେ ରହିବାକୁ ଥିବା ଦଳଗୁଡିକୁ ୧୩୮ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯିବ। ସେହିପରି ୯ମ ରୁ ୧୬ତମ ସ୍ଥାନରେ ରହିଥିବା ଦଳଗୁଡିକୁ ୧୦୬ କୋଟି ଲେଖାଏ ଟଙ୍କା, ୧୭ରୁ ୩୨ତମ ସ୍ଥାନରେ ଥିବା ଦଳଗୁଡିକୁ ୭୪ କୋଟି ଲେଖାଏ ଟଙ୍କା ପ୍ରଦାନ କରାଯିବ ବୋଲି ଫିଫା ଘୋଷଣା କରିଛି।

ତେବେ ଯଦି ଟି-20 ବିଶକପ୍ ଏବଂ ଆଇପିଏଲ ଭଳି ଟୁର୍ନାମେଣ୍ଟ ସହ ଫିଫା ବିଶ୍ୱକପକୁ ତୁଳନା କରାଯାଏ, ତାହେଲେ ଆକାଶ ପାତାଳ ପାର୍ଥକ୍ୟ ରହିଛି । T20 ବିଶ୍ୱକପରେ ମିଳୁଥିବା ମୋଟ ପୁରସ୍କାର ରାଶି ହେଉଛି ୪୫.୬୮ କୋଟି ଟଙ୍କା। ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ମିଳୁଥିବା ପୁରସ୍କାର ରାଶି ଫୁଟବଲ ବିଶ୍ୱକପରେ ୩୨ ତମ ମାନ୍ୟତା ଦଳକୁ ମିଳୁଥିବା ପୁରସ୍କାର ରାଶି ଠାରୁ କମ। ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ ମୋଟ ୪୬.୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ। ହେଲେ ଫିଫା ବିଶ୍ୱକପରେ ମୋଟ ପୁରସ୍କାର ରାଶି ହେଉଛି ୩.୬ ହଜାର କୋଟି ଟଙ୍କା। ମୋଟାମୋଟି ଭାବେ କହିବାକୁ ଗଲେ, କ୍ରିକେଟ୍ ବିଶ୍ୱକପ୍ ପୁରସ୍କାର ରାଶି ଠାରୁ ଫିଫା ବିଶ୍ୱକପ୍ ରାଶି ୮୦ ଗୁଣ ଅଧିକ।

ଏହାପୂର୍ବରୁ ୨୦୧୮ ବିଶ୍ୱକପ୍‍ରେ ଚାମ୍ପିଅନ ଫ୍ରାନ୍ସ ଦଳ ୩୮ ମିଲିଅନ ଓ ରନର୍ସଅପ କ୍ରୋଏସିଆ ୨୮ ମିଲିଅନ ଆମେରିକୀୟ ଡଲାର ପୁରସ୍କାର ଜିତିଥିଲା। ୨୦୦୬ ବିଶ୍ୱକପ୍‍ ପୂର୍ବରୁ ଚାମ୍ପିଅନ ଦଳ କେବେବି ୧୦ମି ଆମେରିକୀୟ ଡଲାରରୁ ଅଧିକ ପୁରସ୍କାର ପାଇ ନଥିଲେ। ୧୯୮୨ ଚାମ୍ପିଅନ ଦଳ ଇଟାଲୀକୁ ମାତ୍ର ୨.୨ ମିଲିଅନ ଡଲାର ପୁରସ୍କାର ଦିଆଯାଇଥିଲା। ୨୦୦୨ରେ ଫିଫା ପୁରସ୍କାର ରାଶିରେ ବୃଦ୍ଧି କରିବାକୁ ଘୋଷଣା କରିଥିଲା।

୨୦୨୩ ମହିଳା ବିଶ୍ୱକପ୍‍ରେ ପୁରସ୍କାର ରାଶି ଦୁଇଗୁଣା ବୃଦ୍ଧି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳାଯିବାକୁ ଥିବା ୨୦୨୩ ମହିଳା ଫିଫା ବିଶ୍ୱକପ୍‍ରେ ପୁରସ୍କାର ରାଶିରେ ଦୁଇଗୁଣା ବୃଦ୍ଧି କରାଯାଇଛି। ଏହି ମେଗା ଇଭେଣ୍ଟରେ ମୋଟ ଉପରେ ୬୦ ମିଲିଅନ ଆମେରିକୀୟ ଡଲାର ପୁରସ୍କାର ପ୍ରଦାନ କରାଯିବ। ଫ୍ରାନ୍ସରେ ଅନୁଷ୍ଠିତ ୨୦୧୯ ମହିଳା ବିଶ୍ୱକପ୍‍ରେ ୩୦ ମିଲିଅନ ଡଲାର ପୁରସ୍କାର ପ୍ରଦାନ କରାଯାଇଥିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+