Get Updates
Get notified of breaking news, exclusive insights, and must-see stories!

ଫିଫା ବିଶ୍ୱକପ: କ୍ରୋଏସିଆଠୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା ହେଲା ବ୍ରାଜିଲ, ଭୋଭୋ ହୋଇ କାନ୍ଦିଲେ ନେମାର

ଫିଫା ବିଶ୍ୱକପ: କ୍ରୋଏସିଆଠୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା ହେଲା ବ୍ରାଜିଲ, ଭୋଭୋ ହୋଇ କାନ୍ଦିଲେ ନେମାର

ଦୋହା: କ୍ରୋଏସିଆଠୁ କ୍ୱାର୍ଟର ଫାଇନାଲରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା ହେଲା ବ୍ରାଜିଲ । ପରାଜୟ ପରେ ଭୋଭୋ ହୋଇ କାନ୍ଦିଲେ ବ୍ରାଜିଲ ତଥା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲର ନେମାର । ଅଧାର ରହିଗଲା ବ୍ରାଜିଲର ଫିଫା ବିଶ୍ୱକପ ଜିତିବା ସ୍ୱପ୍ନ। କ୍ରୋଏସିଆ ଠାରୁ ପେନାଲ୍ଟି ଶୁଟ ଆଉଟରେ ହାରି ବ୍ରାଜିଲ ବିଶ୍ୱକପରୁ ବିଦାୟ ନେଇଛି ।

FIFA World Cup

ଗତକାଲି ଖେଳା ଯାଇଥିବା ସଂଘର୍ଷ ପୂର୍ଣ୍ଣ କ୍ୱାର୍ଟର ଫାଇନାଲରେ ପେନାଲ୍ଟି ସୁଟ୍‌ ଆଉଟରେ ୫ ଥରର ବିଜେତା ବ୍ରାଜିଲ ବିଦା ହୋଇଛି । ୨୦୧୮ର ଉପବିଜେତା କ୍ରୋଏସିଆ ୪-୨ରେ ବ୍ରାଜିଲକୁ ପରାସ୍ତ କରିଛି । ବ୍ରାଜିଲ ଶେଷ ୫ଟି ବିଶ୍ୱକପ କ୍ୱାର୍ଟର ଫାଇନାଲରୁ ୪ ଟିରେ ହାରିଛି । ୨୦୧୮ ବିଶ୍ୱକପରେ ମଧ୍ୟ ନେମାର ଓ ବ୍ରାଜିଲ କ୍ୱାର୍ଟର ଫାଇନାଲରୁ ବେଲଜିୟମ ଠାରୁ ହାରି ବିଦାୟ ନେଇଥିଲେ। ୨୦୧୪ ବିଶ୍ୱକପ ସେମି ଫାଇନାଲରେ ବ୍ରାଜିଲ ୭-୧ରେ ଜର୍ମାନୀ ଠାରୁ ଏକତରଫା ଭାବେ ପରାସ୍ତ ହୋଇଥିଲା।

ନିର୍ଦ୍ଧାରିତ ସମୟ ଗୋଲ ଶୂନ୍ୟ ରହିବାରୁ ଅତିରିକ୍ତ ସମୟ ମ୍ୟାଚ ଖେଳା ଯାଇଥିଲା। ଅତିରିକ୍ତ ସମୟ ଖେଳ ୧-୧ ଗୋଲ ବରାବର ରହିବାରୁ ପେନାଲ୍ଟି ସୁଟ୍ ଆଉଟର ଆଶ୍ରୟ ନିଆ ଯାଇଥିଲା। ଏଥିରେ କ୍ରୋଏସିଆ ୪-୨ ଗୋଲରେ ବିଜୟୀ ହୋଇଥିଲା। କ୍ରୋଏସିଆ ଗୋଲ ରକ୍ଷକ ମ୍ୟାଚରେ ୧୧ଟି ଓ ପେନାଲ୍ଟି ସୁଟ୍‌ ଆଉଟ୍‌ ରେ ଗୋଟିଏ ସଟ୍‌ ରୋକି ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପେନାଲ୍ଟି ସୁଟ ଆଉଟ୍‌ ରେ କ୍ରୋଏସିଆ ପକ୍ଷରୁ ଭାଲସିକ, ମେଜର, ମୋଡ୍ରିକ୍‌ ଓ ଓରେସିସ ଓ ବ୍ରାଜିଲ ପକ୍ଷରୁ କେସମିରୋ ଓ ପେଡ୍ରୋ ଗୋଲ ଦେଇଥିଲେ।

ଏପଟେ ନେମାର ବ୍ରାଜିଲ ପାଇଁ ସର୍ବାଧିକ ୭୭ଟି ଗୋଲ କରି ପେଲେଙ୍କ ସମକକ୍ଷ ହୋଇଛନ୍ତି । ଏପରିକି ବିଶ୍ୱକପରେ ତାଙ୍କର ଗୋଲ ସଂଖ୍ୟା ୮ରେ ପହଞ୍ଚିଛି । ତେବେ ବ୍ରାଜିଲର ପରାଜୟ ପରେ ନେମାର ମଧ୍ୟ ସଂପୂର୍ଣ୍ଣ ଭାଙ୍ଗି ପଡି ପଡ଼ିଆରେ କାନ୍ଦିବାରେ ଲାଗିଥିଲେ। ନେମାର ତାଙ୍କ ଲୁହ ଭିଜା ଆଖିରେ ଷ୍ଟାଡିୟମକୁ ଆସିଥିବା ବ୍ରାଜିଲ ଫ୍ୟାନ୍ସକୁ ମଧ୍ୟ ଗୁଡବାଏ ଜଣାଇଛନ୍ତି। ତେବେ ନେମାର କହିଛନ୍ତି, "ଜାତୀୟ ଦଳର ଦ୍ୱାରକୁ ମୁଁ ବନ୍ଦ କରୁନି। କିନ୍ତୁ ମୁଁ ଫେରିବି ବୋଲି ୧୦୦% ଗ୍ୟାରେଣ୍ଟି ଦେଇ ପାରୁନି। ଏ ସମ୍ପର୍କରେ ମୋତେ ଅଧିକ ଭାବିବାକୁ ପଡ଼ିବ। ଜାତୀୟ ଦଳ ଓ ମୋ ପାଇଁ କ'ଣ ଠିକ୍‌, ସେକଥା ଭାବିବା ପରେ ମୁଁ ନିଷ୍ପତ୍ତି ନେବି।"

ଏପଟେ ୩ ଥରର ଉପବିଜେତା ନେଦରଲାଣ୍ଡସ୍‌ ଚଳିତ ବିଶ୍ୱକପରୁ ବାଦ ପଡିଛି । କ୍ୱାର୍ଟରଫାଇନାଲରେ ୨ ଥର ର ବିଜେତା ଆର୍ଜେଣ୍ଟିନା ନେଦରଲାଣ୍ଡ୍ସକୁ ସୁଟ୍ ଆଉଟ୍ ରେ ୪-୩ ରେ ପରାସ୍ତ କରିଛି । ନିର୍ଦ୍ଧାରିତ ସମୟରେ ୨-୨ ଗୋଲରେ ବରାବର ରହିବାରୁ ଫଳାଫଳ ପାଇଁ ମ୍ୟାଚ ଅତିରିକ୍ତ ସମୟ ଖେଳା ଯାଇଥିଲା । ୩୦ ମିନିଟ ଅତିରିକ୍ତ ସମୟ ଗୋଲ ଶୂନ୍ୟ ରହିଥିଲା । ଶେଷରେ ସୁଟ୍ ଆଉଟ୍ ରେ ବାଜି ମାରିଥିଲା ଆର୍ଜେଣ୍ଟିନା । ଆସନ୍ତା ମଙ୍ଗଳବାର ସେମିରେ କ୍ରୋଏସିଆ ସହ ଆର୍ଜେଣ୍ଟିନାର ମୁକାବିଲା ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+