ଆଜି ଫିଫା ବିଶ୍ୱକପ ଫାଇନାଲ ଫାଇଟ୍

ଜି ଫିଫା ବିଶ୍ୱକପ ଫାଇନାଲ ମୁକାବିଲା । ଆଜି ସନ୍ଧ୍ୟା ସାଢେ ୮ଟାରେ କତାରର ଲୁସାଇଲ ଆଇକନିକ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବିଶ୍ୱର ସବୁଠୁ ବ୍ୟୟବହୁଳ ଟୁର୍ଣ୍ଣାମେଣ୍ଟ ଫାଇନାଲ ଫାଇଟ୍ । ତେବେ ଫୁଟବଲ ରାଙ୍କିଂରେ ୪ ନମ୍ବରରେ ଥିବା ଫ୍ରାନ୍ସ ତିନି ନମ୍ବରରେ ଥିବା ଆର୍ଜେ

FIFA World Cup Final: ଆଜି ଫିଫା ବିଶ୍ୱକପ ଫାଇନାଲ ମୁକାବିଲା । ଆଜି ସନ୍ଧ୍ୟା ସାଢେ ୮ଟାରେ କତାରର ଲୁସାଇଲ ଆଇକନିକ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବିଶ୍ୱର ସବୁଠୁ ବ୍ୟୟବହୁଳ ଟୁର୍ଣ୍ଣାମେଣ୍ଟ ଫାଇନାଲ ଫାଇଟ୍ । ତେବେ ଫୁଟବଲ ରାଙ୍କିଂରେ ୪ ନମ୍ବରରେ ଥିବା ଫ୍ରାନ୍ସ ତିନି ନମ୍ବରରେ ଥିବା ଆର୍ଜେଣ୍ଟିନାକୁ ଭେଟିବ। ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ଉଭୟ ଦୁଇଟି ଲେଖାଏଁ ବିଶ୍ୱକପ ଜିତିଥିବା ବେଳେ ଦୁଇ ଦଳ ତୃତୀୟ ଟାଇଟଲ ହାତେଇବା ଲକ୍ଷ୍ୟରେ ଲଢ଼େଇ କରିବେ। ଆର୍ଜେଣ୍ଟିନାର ଲିଓନେଲ ମେସି ଏହି ଫାଇନାଲ ମ୍ୟାଚ ପରେ ଅବସର ନେବେ ବୋଲି ଘୋଷଣା କରିସାରିଛନ୍ତି । ଏହା ତାଙ୍କର ଶେଷ ବିଶ୍ୱକପ ହୋଇଥିବାରୁ ଆର୍ଜେଣ୍ଟିନା ଜିତିବାକୁ ଚେଷ୍ଟା କରିବ ।

FIFA World

ଏହି ମ୍ୟାଚ୍‌ରେ ମେସି ଓ ଏମ୍‌ବାପେ ମୁଖ୍ୟ ଆକର୍ଷଣରେ ରହିବେ। ଉଭୟ ୫ଟି ଲେଖାଏଁ ଗୋଲ୍ ଦେଇ ଗୋଲ୍‌ଡେନ୍ ବୁଟ୍ ଦୌଡ଼ରେ ଏକାସାଙ୍ଗରେ ଆଗକୁ ବଢ଼ିଛନ୍ତି। ତେବେ ଆର୍ଜେଣ୍ଟିନାର ଲିଓନେଲ ମେସି ଏହି ଫାଇନାଲ ମ୍ୟାଚ ପରେ ଅବସର ନେବେ ବୋଲି ଘୋଷଣା କରିସାରିଛନ୍ତି। ଏହା ତାଙ୍କର ଶେଷ ବିଶ୍ୱକପ ହୋଇଥିବାରୁ ଆର୍ଜେଣ୍ଟିନା ଜିତିବାକୁ ଚେଷ୍ଟା କରିବ।

ସେହିପରି ଗତ ଥରର ଚାମ୍ପିୟନ ଫ୍ରାନ୍ସ ଏଥର ପୁଣି ବାଜିମାତ କରିବାକୁ ରଣନୀତି ପ୍ରସ୍ତୁତି କରିଛି । ଲିଗ ମ୍ୟାଚରୁ ଦୁଇଟି ଦଳ ଗୋଟିଏ ଲେଖାଏଁ ମ୍ୟାଚ ହାରି ଫାଇନାଲକୁ ଆସିଛନ୍ତି। ଆର୍ଜେଣ୍ଟିନାକୁ ସାଉଦି ଆରବ ୨-୧ ଗୋଲ୍‌ରେ ଏବଂ ଫ୍ରାନ୍ସକୁ ଟ୍ୟୁନିସିଆ ୧-୦ ଗୋଲ୍‌ରେ ହରାଇଥିଲା। ପୂର୍ବରୁ ଏହି ଦୁଇ ଦଳ ମଧ୍ୟରେ ଆନ୍ତର୍ଜାତିକ ସ୍ତରରେ ୧୨ ଥର ମୁକାବିଲା ହୋଇଥିବା ବେଳେ ଆର୍ଜେଣ୍ଟିନା ୬ ଥର ଏବଂ ଫ୍ରାନ୍ସ ୩ ଥର ବିଜୟୀ ହୋଇଛି ।

ଫିଫା ବିଶ୍ୱକପରେ ଉଭୟ ଦଳ ୩ ଥର ମୁହାଁମୁହିଁ ହୋଇଥିବା ବେଳେ ଆର୍ଜେଣ୍ଟିନା ଦୁଇ ଥର ଜିତିଛି । ତେଣୁ ଫ୍ରାନ୍ସ ତୁଳନାରେ ଆର୍ଜେଟିଂନାର ପଲା ଭାରି ରହିଛି । ହେଲେ ଫ୍ରାନ୍ସ ଏବେ ଫମରେ ଥିବାରୁ ମ୍ୟାଚର ଫଳାଫଳ କଣ ହେବ ତାହା କହିବା ଅସମ୍ଭବ । ଏପଟେ ୨-୦ରେ ମୋରୋକୋକୁ ହରାଇ ତୃତୀୟ ସ୍ଥାନ ପକ୍କା କଲା କ୍ରୋଏସିଆ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+