FIFA World Cup: ୨୦୩୪ FIFA ବିଶ୍ବକପ ଆୟୋଜକ ସାଉଦି ଆରବ
ଫିଫା ବିଶ୍ବକପର ଆଗାମୀ ଦୁଇଟି ସଂସ୍କରଣର ଆୟୋଜକ ଦେଶ ଘୋଷଣା କଲା ଅନ୍ତର୍ଜାତୀୟ ଫୁଟବଲ ସଂଗଠନ ଫିଫା (FIFA) । ୨୦୨୩୪ ରେ ସାଉଦି ଆରବକୁ ବିଶ୍ବକପ ଆୟୋଜନ କରିବାର ଅନୁମତି ମିଳିଥିବା ବେଳେ, ୨୦୩୦ ଫିଫା ଟୁର୍ଣ୍ଣାମେଣ୍ଟ ତିନୋଟି ଦେଶ ମିଳିତ ଭାବେ ଆୟୋଜକ ରହିବେ । ସେହି ଦେଶ ଗୁଡ଼ିକ ହେଉଛନ୍ତି ସ୍ପେନ, ପର୍ତ୍ତୁଗାଲ ଏବଂ ମରକ୍କୋ ।
ସାଉଦି ଆରବ ଫିଫା ଆୟୋଜନ କରିବ ଫିପା ବିଶ୍ଵକପ:
କତାର ପରେ ସାଉଦି ଆରବ ଫିଫା ବିଶ୍ବକପ ଆୟୋଜନ କରିବାକୁ ଅଧିକାର ପାଇଛି । ଫଳରେ ସାଉଦି ଆରବ ଫୁଟବଲ ବିଶ୍ବକପ ଆୟୋଜନ କରିବାରେ ଦ୍ୱିତୀୟ ଇସଲାମ ରାଷ୍ଟ୍ର ହୋଇଛି । ୨୦୩୪ ରେ ସାଉଦି ଆରବର ୫ଟି ସହରରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ।
ରାଜଧାନୀ ରିୟାଦ, ଜେଡ୍ଡା ଏବଂ ଆବା, ଅଲ୍ ଖୋବର ଏବଂ ନେମଓମରେ ମ୍ୟାଚ ଖେଳାଯିବ । ୧୫ଟି ଷ୍ଟାଡିୟମରେ ବିଶ୍ୱକପ ମ୍ୟାଚ ହେବାକୁ ଥିବା ବେଳେ ପ୍ରତି ଷ୍ଟାଡିମୟରେ ୪୦ ହଜାର ଦର୍ଶକଙ୍କ ପାଇଁ ସିଟ୍ ଉପଲବ୍ଧ ରହିବ । ଉଦଘାଟନୀ ଓ ଫାଇନାଲ ମ୍ୟାଚ ରିୟାଦର ୯୨,୦୦୦ ସିଟ୍ ବିଶିଷ୍ଟ ଷ୍ଟାଡିମୟରେ ଆୟୋଜନ ହେବ । ସେହି ବର୍ଷ ଜାନୁଆରୀ ମାସରେ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇପାରେ । ବୁଧବାର ଦି ଆସୋସିଏଟେଡ୍ ପ୍ରେସ୍କୁ ସାକ୍ଷାତକାର ଦେଇ ସାଉଦି ବିଶ୍ୱକପ୍ ବିଡ୍ ଅଧିକାରୀ ହାମଦ ଅଲବାଲାୱି କହିଛନ୍ତି ଯେ, ଟୁର୍ଣ୍ଣାମେଣ୍ଟର ସଠିକ ତାରିଖ ଫିଫା ନିର୍ଣ୍ଣୟ କରିବ ।
୨୦୩୦ ଫୁଟବଲ ବିଶ୍ୱକପ:
୨୦୩୦ ଫୁଟବଲ ବିଶ୍ୱକପ ତିନି ମହାଦେଶର ୬ଟି ଦେଶରେ ଖେଳାଯିବ । ୨୦୩୦ ଫିଫା ମରକ୍କୋ, ପର୍ତ୍ତୁଗାଲ ଏବଂ ସ୍ପେନ୍ ଦ୍ୱାରା ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଣ୍ଟର ୧୦୦ ବର୍ଷ ପୂରଣ ଅବସରରେ ଟୁର୍ଣ୍ଣାମେଣ୍ଟର ତିନୋଟି ମ୍ୟାଚ୍ ଆର୍ଜେଣ୍ଟିନା, ପାରାଗୁଏ ଏବଂ ଉରୁଗୁଏରେ ୨୦୩୦ ଅନୁଷ୍ଠିତ ହେବ । ଉଦଘାଟନୀ ମୁକାବିଲା ଉରୁଗୁଏରେ ଖେଳାଯିବ ।

ସାଉଦି ଆରବର ଆୟୋଜକ ନେଇ ଅନେକ ଫିଫା ସଂଗଠନ ଖୁସି ନାହାନ୍ତି:
ଫିଫା ଦ୍ବାରା ସାଉଦି ଆରବକୁ ବିଶ୍ବକପ ଆୟୋଜକ ଦାୟିତ୍ବ ମିଳିବା ପରେ ଏହାର ଅନେକ ସଦସ୍ୟ ମାନବିକ ଅଧିକାର ଉଲ୍ଲଂଘନ ଦର୍ଶାଇ ଏହି ନିଷ୍ପତ୍ତିରେ ନିରାଶ ହୋଇଥିଲେ । ନରୱେ ଫୁଟବଲ ଫେଡେରେସନ ମଙ୍ଗଳବାର ଦିନ ଘୋଷଣା କରିଛି ଯେ, ସେ କୌଣସି ପ୍ରକାର ମତଦାନଠୁ ଦୂରେଇ ରହିବେ । ୨୦୩୦ ଏବଂ ୨୦୩୪ ଆୟୋଜକ ନିର୍ଣ୍ଣୟ କରିବା ପାଇଁ ଫିଫା ଆପଣାଇଥିବା ପ୍ରକ୍ରିୟା ଭୁଲ ଅଟେ । ମାନବ ଅଧିକାର ସଂଗଠନ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ଗତ ସପ୍ତାହରେ କହିଥିଲା ଯେ ସାଉଦି ଆରବର ଆୟୋଜନକୁ ନେଇ ନ୍ୟାସନାଲ ଗଭରର୍ଣ୍ଣିଂ ବଡି ପକ୍ଷରୁ ଗଭୀର ନୀରବତା ଅବଲମ୍ବନ କରାଯାଇଥିଲା ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା











Click it and Unblock the Notifications