ଆଜିଠୁ ଫୁଟବଲ ମହାକୁମ୍ଭ ଫିଫା ବିଶ୍ୱକପ
ଆଜିଠୁ ଆରମ୍ଭ ହେଉଛି ଫୁଟବଲ ମହାକୁମ୍ଭ ଫିଫା ବିଶ୍ୱକପ । କାତାର ରହିଛି ଭେନ୍ୟୁ । ବିଶ୍ୱର ସବୁଠୁ ବଡ କ୍ରୀଡା ଇଭେଣ୍ଟ ପାଇଁ ଷ୍ଟାଡିୟମ୍ ଓ ଖେଳାଳିଙ୍କ ସହ ସାରା ବିଶ୍ୱବାସୀ ବି ପ୍ରସ୍ତୁତ।
ୱାଶିଂଟନ: ଆଜିଠୁ ଆରମ୍ଭ ହେଉଛି ଫୁଟବଲ ମହାକୁମ୍ଭ ଫିଫା ବିଶ୍ୱକପ । କାତାର ରହିଛି ଭେନ୍ୟୁ । ବିଶ୍ୱର ସବୁଠୁ ବଡ କ୍ରୀଡା ଇଭେଣ୍ଟ ପାଇଁ ଷ୍ଟାଡିୟମ୍ ଓ ଖେଳାଳିଙ୍କ ସହ ସାରା ବିଶ୍ୱବାସୀ ବି ପ୍ରସ୍ତୁତ । ଆଜି ରାତି ସାଢ଼େ ୯ଟାରେ ଫିଫା ବିଶ୍ୱକପର ଉଦଘାଟନୀ ମ୍ୟାଚ୍ ରହିଛି । ଏହି ମ୍ୟାଚରେ ମୁହାଁମୁହିଁ ହେବେ କାତାର ଏବଂ ଇକ୍ୱେଡର । ଟି-20 କ୍ରିକେଟ୍ ବିଶ୍ୱକପ୍ ବିଜେତାଙ୍କ ଠାରୁ ୨୬ ଗୁଣା ଅଧିକ ରହିଛି, ଏଥରର ଫିଫା ବିଶ୍ୱକଫର ପ୍ରାଇଜ୍ ମନି ।

ଏଥର ଫୁଟବଲ୍ ମହାକୁମ୍ଭରେ ଭାଗ ନେଉଛନ୍ତି ବିଶ୍ୱର ୩୨ଟି ବଡ ଟିମ୍ । ୮ଟି ଗ୍ରୁପରେ ଏହି ଟିମ୍କୁ ଭାଗ କରାଯାଇଛି । ଲିଗ୍ ପଯ୍ୟାୟରେ ମୋଟ ୩୮ଟି ମ୍ୟାଚ ଡିସେମ୍ବର ୨ ପର୍ଯ୍ୟନ୍ତ ଖେଳାଯିବ। ପ୍ରତି ଗ୍ରୁପର ଶ୍ରେଷ୍ଠ ଦୁଇଟି ଲେଖାଏଁ ଦଳ ରାଉଣ୍ଡ-୧୬କୁ ଉନ୍ନୀତ ହେବେ। ନକ୍ଆଉଟ୍ ପଯ୍ୟାୟ ବା ପ୍ରିକ୍ବାର୍ଟରଫାଇନାଲ ଡିସେମ୍ବର ୩ରୁ ୬ ପର୍ଯ୍ୟନ୍ତ ଖେଳାଯିବ। ଡିସେମ୍ବର ୯ ଓ ୧୦ରେ କ୍ବାର୍ଟରଫାଇନାଲ, ୧୩ ଓ ୧୪ରେ ସେମିଫାଇନାଲ, ୧୭ରେ ୩ୟ ସ୍ଥାନ ପାଇଁ ମ୍ୟାଚ ଓ ୧୮ ଲୁସେଲାର ଆଇକନିକ୍ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯିବ। ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ ପାଇଁ କାତାର ଆଗରେ ରହିଛି ଏକାଧିକ ଆହ୍ବାନ। ୨ୟ ଥର ଏସୀୟ ମହାଦେଶରେ ଏହି ଫୁଟବଲ ମହାକୁମ୍ଭ ଆୟୋଜିତ ହେଉଛି।
ବିଶ୍ୱକପ୍ ପାଇଁ ବଡ ଧରଣର ଆୟୋଜନ କରିଛି କତାର । ଖେଳାଳି ଓ ସେମାନଙ୍କ ପରିବାର ରହିବା ପାଇଁ ହୋଇଛି ଲଗଜୁରୀ କ୍ରୁଜର ବ୍ୟବସ୍ଥା । ସେଭେନ୍ ଷ୍ଟାର ହୋଟେଲରୁ କମ୍ ନୁହେଁ ଏହି ଷ୍ଟାର କ୍ରୁଜ୍ ସୁଇମିଂ ପୁଲରୁ ସପିଂ ମଲ୍ , ସବୁକିଛି ରହିଛି ଏହି କ୍ରୁଜରେ । ବିଶ୍ୱକପ୍ ଆଯୋଜନ ପାଇଁ ୩ଶହ ବିଲିୟନ୍ ଡଲାର ଖର୍ଚ୍ଚ କରିଛି କତାର । ତେବେ କାତାର ଭଳି ଏକ ଛୋଟ ଦେଶରେ ଏତେ ବଡ କ୍ରୀଡା ଇଭେଣ୍ଟର ଆୟୋଜନ ପାଲିଟିଛି ବଡ ଚ୍ୟାଲେଞ୍ଜ୍ ।
ସେପଟେ ବିଶ୍ୱକପ୍ ମ୍ୟାଚ୍ ବେଳେ ଷ୍ଟାଡିୟମ୍ ପରିସରରେ ମଦ ବିକ୍ରି ନକରିବାକୁ ନିଷ୍ପତ୍ତି ନେଇଛି କତାର । ଏହାରି ଭିତରେ ଫିଫାର ପୂର୍ବତନ ଅଧ୍ୟକ୍ଷ ସେପ୍ ବ୍ଲାଟର କହିଛନ୍ତି, କତାରକୁ ବିଶ୍ୱକପ୍ ଆୟୋଜନ ଅଧିକାର ଦେବା ଭୁଲ୍ ନିଷ୍ପତ୍ତି ଥିଲା । ୧୮ କ୍ୟାରେଟ୍ ସୁନାର ଚକଚକ୍ ଟ୍ରଫି ସହ ବିଜେତା ଟିମ୍ ଉପରେ ହେବ ଡଲାରର ବର୍ଷା । ଏଥର ବିଶ୍ୱକପ୍ ଚାମ୍ପିଅନ ଟିମକୁ ମିଳିବ ୪୨ ମିଲିୟନ୍ ଡଲାର ଅର୍ଥାତ୍ ୩୪୩ କୋଟି ଟଙ୍କାର ପୁରସ୍କାର ।
ନଜର ପକାନ୍ତୁ ଫିଫା ବିଶ୍ୱକପ୍ର ଟିମ୍ ଏବଂ ଗ୍ରୁପ୍ ଉପରେ ..
ଗ୍ରୁପ୍-A- କତାର, ଇକ୍ୱେଡର, ସିନେଗାଲ, ନେଦରଲ୍ୟାଣ୍ଡସ
ଗ୍ରୁପ-B- ଇଂଲଣ୍ଡ, ଇରାନ, ଆମେରିକା, ୱେଲସ
ଗ୍ରୁପ-C- ଆର୍ଜେଣ୍ଟିନା, ସାଉଦି ଆରବ, ମେକ୍ସିକୋ, ପୋଲାଣ୍ଡ
ଗ୍ରୁପ-D- ଫ୍ରାନ୍ସ, ଅଷ୍ଟ୍ରେଲିଆ, ଡେନମାର୍କ, ଟ୍ୟୁନିସିଆ
ଗ୍ରୁପ-E- ସ୍ପେନ୍, କୋଷ୍ଟାରିକା, ଜର୍ମାନୀ, ଜାପାନ
ଗ୍ରୁପ-F- ବେଲଜିୟମ୍, କାନାଡା, ମୋରକ୍କୋ, କ୍ରୋଏସିଆ
ଗ୍ରୁପ୍-G- ବ୍ରାଜିଲ୍, ସର୍ବିୟା, ସ୍ୱିଜରଲାଣ୍ଡ, କେମରୁନ୍
ଗ୍ରୁପ-H- ପର୍ତ୍ତୁଗାଲ, ଘାନା, ଉରୁଗୁଏ, କୋରିଆ ରିପବ୍ଲିକ୍
ପ୍ରଥମ ଥର ମ୍ୟାଚ ପରିଚାଳନା ଦାୟିତ୍ବରେ ମହିଳା ରେଫରୀ ରହିବେ। ପ୍ରତିଯୋଗିତାରେ ବ୍ରାଜିଲର ନୈମାର, ଆର୍ଜେଣ୍ଟିନାର ଲିଓନେଲ ମେସି, ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲଡୋ , ଇଂଲଣ୍ଡର ହାରି କେନ୍ଙ୍କ ଭଳି ତାରକା ମୁଖ୍ୟ ଆକର୍ଷଣ ରହିଛନ୍ତି। ଅନ୍ୟପକ୍ଷରେ ୪ଥର ଚମ୍ପିଆନ ଇଟାଲି ,କଲମ୍ବିଆ , ଚିଲି, ପାରାଗୁଏ ଭଳି ଦଳ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିପାରିନଥିବାରୁ ବ୍ରାଜିଲ, ଜର୍ମାନୀ,ଆର୍ଜେଣ୍ଟିନା, ଫ୍ରାନ୍ସ, ନେଦରଲାଣ୍ଡ୍ସ ଓ ସ୍ପେନକୁ ଟାଇଟଲର ପ୍ରମୁଖ ଦାବିଦାର ଭାବେ ବିବେଚନା କରାଯାଉଛି।
ଉଲ୍ଲେଖଥାଉ କି, ୧୯୩୦ରୁ ଆରମ୍ଭ ହୋଇଥିବା ଏହି ଫୁଟବଲ ମହାକୁମ୍ଭରେ ବ୍ରାଜିଲ ସର୍ବାଧିକ ୫ଥର ଚମ୍ପିଅାନ ହୋଇଥିବା ବେଳେ ଜର୍ମାନୀ ଓ ଇଟାଲି ୪ଥର ଲେଖାଏଁ, ଆର୍ଜେଣ୍ଟିନା, ଉରୁଗୁଏ ଓ ଫ୍ରାନ୍ସ ୨ ଥର ଲେଖାଏଁ, ସ୍ପେନ ଓ ଇଂଲଣ୍ଡ ଥରେ ଲେଖାଏଁ ଚମ୍ପିଆନ ହୋଇଛନ୍ତି । ୨୦୧୮ରେ ବିଶ୍ବକପ୍ର ୨୧ତମ ସଂସ୍କରଣରେ ଫ୍ରାନ୍ସ ଚମ୍ପିଆନ ଓ କ୍ରୋଏସିଆ ରନର୍ସଅପ ହୋଇଥିଲା।
୨୧ ଟି ସଂସ୍କରଣ , ୮ ବିଜେତା
ଫୁଟବଲ ବିଶ୍ବକପର ୯୨ ବର୍ଷ ଇତିହାସରେ ୨୧ଟି ସଂସ୍କରଣ ଶେଷ ହୋଇଛି। ଏଥିରେ ମୋଟ ୮ଟି ଦେଶ ଟ୍ରଫି ଜିତିଛନ୍ତି। ବ୍ରାଜିଲ ସର୍ବାଧିକ ୫ଥର (୧୯୫୮, ୧୯୬୨, ୧୯୭୦, ୧୯୯୪ ଓ ୨୦୦୨)ରେ ଚମ୍ପିଆନ ହୋଇଥିଲା । ଜର୍ମାନୀ (୧୯୫୪, ୧୯୭୪, ୧୯୯୦, ୨୦୧୪) ଓ ଇଟାଲୀ (୧୯୩୪, ୧୯୩୮, ୧୯୮୨, ୨୦୦୬)ରେ ୪ଥର ଲେଖାଏଁ, ଆର୍ଜେଣ୍ଟିନା (୧୯୭୮, ୧୯୮୬), ଫ୍ରାନ୍ସ (୧୯୯୮, ୨୦୧୮), ଉରୁଗୁଏ (୧୯୩୦ ଓ ୧୯୫୦)ରେ ୨ ଥର ଲେଖାଏଁ, ଇଂଲଣ୍ଡ ୧୯୬୬ ଓ ସ୍ପେନ ୨୦୧୦ରେ ଥରେ ଲେଖାଏଁ ବିଶ୍ବକପ ଜିତିଛନ୍ତି । ନେଦରଲାଣ୍ଡ୍ସ ସର୍ବାଧିକ ୩ଥର ୧୯୭୪, ୧୯୭୮ ଓ ୨୦୧୦ରେ, ହଙ୍ଗେରୀ ୧୯୩୮ ଓ ୧୯୫୪ ଓ ଚେକ୍ ଗଣରାଜ୍ୟ ୧୯୩୪ ଓ ୧୯୬୨ରେ ୨ ଥର ଲେଖାଏଁ, ସ୍ବିଡେନ ୧୯୫୮ ଓ କ୍ରୋଏସିଆ ୨୦୧୮ରେ ଥରେ ଲେଖାଏଁ ରନର୍ସଅପ ହୋଇଛନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications