Get Updates
Get notified of breaking news, exclusive insights, and must-see stories!

FIFA World Cup 2022: ଫ୍ୟାନ୍ସଙ୍କୁ ଲାଗିଲା ଝଟକା, ଷ୍ଟାଡିୟମରେ ମିଳିବ ନାହିଁ ମଦ

FIFA World Cup 2022: ଫ୍ୟାନ୍ସଙ୍କୁ ଲାଗିଲା ଝଟକା, ଷ୍ଟାଡିୟମରେ ମିଳିବ ନାହିଁ ମଦ

କତାର: ଆସନ୍ତାକାଲି ଅର୍ଥାତ୍ ରବିବାରଠୁ କତାରରେ ଆରମ୍ଭ ହେବା ପାଇଁ ଯାଉଛି 'ଫିଫା ଫୁଟବଲ ବିଶ୍ୱକପ 2022' । କିନ୍ତୁ ଏହା ପୂର୍ବରୁ ପ୍ରଶଂସକଙ୍କୁ ଲାଗିଛି ବଡ଼ ଝଟକା । ବିଶ୍ୱକପ ଆରମ୍ଭ ପୂର୍ବରୁ ବଦଳିଯାଇଛି ନିୟମ । ବର୍ତ୍ତମାନ ଫୁଟବଲ ଷ୍ଟାଡିୟମ ଭିତରେ ମଦ କିମ୍ବା ବିୟର ବିକ୍ରି ଉପରେ ଲାଗିଛି କଟକଣା ।

ନ୍ୟୁୟର୍କ ଟାଇମ୍ସ ଅନୁସାରେ, ଫିଫା ସହ ଜଡିତ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ କତାରରେ ମଦ୍ୟାପାନକୁ ନେଇ ନିୟମରେ ପରିବର୍ତ୍ତନ କରାଯାଇଛି । ଶୁକ୍ରବାର ଦିନ ଫୁଟବଲ୍ ପରିଚାଳନା ସଂସ୍ଥା ଫିଫା ଏହି ସୂଚନା ଦେଇଛି । କତାରରେ ମଦ୍ୟପାନ କିମ୍ବା ଡ୍ରଗ୍ସ ବ୍ୟବହାର ଉପରେ କଠୋର ନିୟମ ରହିଛି କିନ୍ତୁ ଫିଫା ବିଶ୍ୱକପ ଦେଖିବା ପାଇଁ ବିଭିନ୍ନ ଦେଶର ଲୋକ ଏଠି ଆସି ପହଁଚିଥାନ୍ତି ଏବଂ ଏହି ସମୟରେ ବିୟର, ମଦ୍ୟପାନ ଓ ଡ୍ରଗ୍ସର ବ୍ୟବହାର ସ୍ୱଭାବିକ ହୋଇଥାଏ । ହେଲେ ଚଳିତ ଥର ଫିଫା ଓ ଆୟୋଜକ ଦେଶର କର୍ତ୍ତୁପକ୍ଷଙ୍କ ସହ ଆଲୋଚନା ପରେ କତାରରେ ଫିଫା ବିଶ୍ୱକପ ସମୟରେ ଷ୍ଟାଡିୟମ ଭିତରେ ବିୟର ଏବଂ ମଦ ବିକ୍ରି କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ତେବେ କେବଳ ବିନା ଆଲକହଲ ଥିବା ବିୟର ବିକ୍ରି ହୋଇପାରିବ ।

FIFA World Cup 2022

ସେପଟେ କତାର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଏହି ନିୟମ ପାଇଁ ଏବେ ଫିଫାର ଚିନ୍ତା ବଢିଯାଇଛି । କାରଣ ବିୟର ତିଆରି କରୁଥିବା ବଡୱାଇଜର କମ୍ପାନୀ ଏହି ବିଶ୍ୱକପର ସ୍ପନ୍ସର ମଧ୍ୟରୁ ଅନ୍ୟତମ । ଯିଏ ଫିଫା ବିଶ୍ୱକପ ୨୦୨୨ ସ୍ପନସର ପାଇଁ ୭୫ ମିଲିୟନ ଡଲାର୍ ଇନଭେଷ୍ଟ କରିଛି । ଏହାପୂର୍ବରୁ ମଧ୍ୟ ଫିଫା କେବଳ ବଡୱାଇଜର ସହ ଜଡିତ ପ୍ରଡକ୍ଟ ବ୍ୟବହାରକୁ ନେଇ ମତ ଦେଇଥିଲା ଯାହାକୁ ନେଇ ଅନେକ ବିବାଦ ଦେଖିବା ପାଇଁ ମିଳିଥିଲା । କତାରରେ ମଦ୍ୟପାନ ବ୍ୟବହାରକୁ ନେଇ ଅନେକ ପ୍ରତିବନ୍ଧକ ରହିଛି, ଫୁଟବଲ ବିଶ୍ୱକପ ପୂର୍ବରୁ ମଧ୍ୟ ଏଠି ମଦ୍ୟପାନ, ଏବଂ ବିୟର ବ୍ୟବହାର ବ୍ୟାନ୍ କରାଯାଇଛି ।

ପୋଷାକ କଟକଣାରେ କୋହଳ

ବିଶ୍ୱକପକୁ ପାଇଁ ବିଭିନ୍ନ ଦେଶର ଲୋକ କତାରରେ ଆସି ପହଁଚିଥାନ୍ତି । ଯେଉଁଥି ପାଇଁ ଏହି ସମୟରେ ପ୍ରଶଂସକଙ୍କ ପାଇଁ ପୋଷାକ ପରିଧାନ ଉପରେ ଲାଗି ଥିବା କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ହେଲେ କତାରର ସଂସ୍କୃତିକୁ ନଜରରେ ରଖି ବା ସମ୍ମାନ ଜଣାଇ ପୋଷାକ ପରିଧାନ କରିବା ପାଇଁ ପ୍ରଶଂସକଙ୍କୁ ଅନୁରୋଧ କରାଯାଇଛି । ଉଭୟ ପୁରୁଷ ଓ ମହିଳା ଆଣ୍ତୁ ତଳକୁ ଓ କାନ୍ଧ ନ ଦିଶିବା ଭଳି ଡ୍ରେସ୍ ପିନ୍ଧିବା ପାଇଁ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେପରି ମଦ୍ୟପାନ, ଡ୍ରଗ୍ସ, ଯୌନ କାର୍ଯ୍ୟକଳାପ ଏବଂ ପୋଷାକ ଉପରେ କଟକଳା ଲାଗୁ କରାଯାଇଛି । ନଭେମ୍ବର ୨୦ ତାରିଖ ରବିବାର ପ୍ରଥମ ଦିବସରେ ଉକ୍ବେଡର୍‌-କାତାର ମୁକାବିଲାରୁ ଫିଫା ବିଶ୍ବକପ୍‌ର ୨୨ତମ ସଂସ୍କରଣ ଆରମ୍ଭ ହେବା ପାଇଁ ଯାଉଛି । କତାରର ପାଞ୍ଚଟି ସହରର ମୋଟ୍ ୮ଟି ଷ୍ଟାଡିୟମରେ ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବିଶ୍ୱକପ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+