ଇତିହାସ ରଚିଲେ ଓଡିଶା ଛାତ୍ରୀ ଭବାନୀ ଦେବୀ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଭାରତୀୟ ଫେନସର (ଖଣ୍ଡାଧାରୀ) ଭବାନୀ ଦେବୀ ଇତିହାସ ସୃଷ୍ଟି କରିଛନ୍ତି। ଭବାନୀ ଦେବୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

Fensar Bhavani Devi qualified for Olympics: ଭାରତୀୟ ଫେନସର (ଖଣ୍ଡାଧାରୀ) ଭବାନୀ ଦେବୀ ଇତିହାସ ସୃଷ୍ଟି କରିଛନ୍ତି। ଭବାନୀ ଦେବୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଭବାନୀ ଦେବୀ ପ୍ରଥମ ଭାରତୀୟ ଫେନସର ହୋଇଛନ୍ତି । 27 ବର୍ଷୀୟ ଭବାନୀ ଦେବୀ ଫେନସିଙ୍ଗରେ ସାବର ଇଭେଣ୍ଟରେ ପ୍ରତିଯୋଗୀତା କରିଥିଲେ ।

ତେବେ ଭବାନୀ ଦେବୀଙ୍କ ଏହି ସଫଳତା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟରେ ତାମିଲନାଡୁ ବାସିନ୍ଦା ଭବାନୀ ଦେବୀ ଭୁବନେଶ୍ବର ସ୍ଥିତ କିଟ୍ ବିଶ୍ବବିଦ୍ୟାଳୟର ଛାତ୍ରୀ ରହିସାରିଛନ୍ତି । ସେହିପରି କ୍ରୀଡାମନ୍ତ୍ରୀ କିରନ ରିଜିଜୁ ମଧ୍ୟ ଭବାନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭବାନୀ ଦେବୀ ଆଡଜଷ୍ଟ ଅଫିସିଆଲ୍ ର଼୍ୟାଙ୍କିଙ୍ଗ୍ (AOR) ଆଧାରରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଏହା ହେଉଛି ଭାରତର 50 ତମ ଅଲିମ୍ପିକ୍ କୋଟା । 2017 ରେ ଆଇଲ୍ୟାଣ୍ଡରେ ପ୍ରଥମ ଥର ପାଇଁ ଭବାନୀ ଦେବୀ ଏକ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ ଜିତିଥିଲେ । ସେ ମଧ୍ୟ ପ୍ରଥମ ଖେଳାଳି ଯିଏକି ଆନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଫେନସିଂରେ ପଦକ ଜିତିଥିଲେ ।

Bhavani Devi

ଭବାନୀ ଦେବୀଙ୍କ ଫେନସିଂ କ୍ୟାରିୟର:

ଭବାନୀ ଦେବୀ ଗତ 4 ବର୍ଷ ଧରି ନିକୋଲା ଜାନୋଟିଙ୍କ ସହ ତାଲିମ ନେଉଥିଲେ। ନିକୋଲା ଅନେକ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ତାଲିମ ଦେଇଛନ୍ତି । 2004 ରେ ଫେନସିଂକୁ କ୍ୟାରିୟର କରିଥିବା ଭବାନୀ ଦେବୀ 8 ଥର ଜାତୀୟ ଚାମ୍ପିଅନ୍ ହୋଇଛନ୍ତି । ତେବେ ଭବାନୀ ଦେବୀ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିନାହାଁନ୍ତି। ଏହି ଫେନସିଂ ହଙ୍ଗେରୀରେ ହେବାକୁ ଥିବା ବିଶ୍ୱକପ୍‌ରେ ମଧ୍ୟ ସ୍ଥାନ ପାଇଛି। ଅଲିମ୍ପିକ୍ସ ପାଇଁ ଏସିଆ ଏବଂ ଓସିୟାନ ଅଞ୍ଚଳରୁ 2ଟି ସ୍ଥାନ ଖାଲି ଥିଲା । ଭବାନୀ ଦେବୀ ବର୍ତ୍ତମାନ 45 ତମ ସ୍ଥାନରେ ଅଛନ୍ତି ଏବଂ ତାଙ୍କୁ 2ଟି ସ୍ଲଟ୍ ମଧ୍ୟରୁ ଗୋଟିଏ ନିଜ ନାମରେ କରିଛନ୍ତି ।

ଟୋକିଓ ଅଲିମ୍ପିକ୍ସ ଜୁଲାଇ 23 ରୁ ଆରମ୍ଭ ହୋଇ ଅଗଷ୍ଟ 8 ପର୍ଯ୍ୟନ୍ତ ଚାଲିବ । ଏଥି ସହିତ ପାରାଲିମ୍ପିକ୍ ଗେମ୍ସ ମଧ୍ୟ ଏହା ପରେ ଆରମ୍ଭ ହେବ । ପାରାଲିମ୍ପିକ୍ ଗେମ୍ସ 24 ଅଗଷ୍ଟରୁ 5 ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ଗତ ବର୍ଷ ଏହି ଦୁଇଟି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଥିଲା କିନ୍ତୁ କରୋନା କାରଣରୁ ଏହାକୁ ସ୍ଥଗିତ ରଖିବାକୁ ପଡ଼ିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+