Fedetarion Cup: ଅଲମ୍ପିକ ପୂର୍ବରୁ ନୀରଜଙ୍କ କମାଲ, ଜିତିଲେ ସୂର୍ଣ୍ଣ ପଦକ
Fedetarion Cup: ଆଥଲେଟିକ୍ସ ଫେଡେରେସନ୍ କପ୍ 2024ରେ ପୁରୁଷ ଜାଭଲିନ୍ ଥ୍ରୋ ଇଭେଣ୍ଟରେ ବର୍ତ୍ତମାନର ଅଲିମ୍ପିକ୍ ତଥା ବିଶ୍ୱ ଚମ୍ପିଅନ୍ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏହି କପରେ ନୀରଜ 82.27 ମିଟର ଜାଭଲିନ୍ ଥ୍ରୋ କରି ସଫଳତା ହାସଲ କରିଥନ୍ତି । ତିନି ବର୍ଷ ପରେ ନୀରଜ ଚୋପ୍ରା ହୋମ ଟ୍ରାକରେ ଖେଳୁଛନ୍ତି ।
ନୀରଜ ଏହା ପୂର୍ବରୁ 2021 ମସିହାରେ 87.80 ମିଟର ଥ୍ରୋ ସହିତ ସମାନ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଗତ ସପ୍ତାହରେ, ନୀରଜ 88.36 ଜାଭଲିନ୍ ଥ୍ରୋ କରି ଦୋହା ଡାଇମଣ୍ଡ ଲିଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ନୀରଜ ଦୀର୍ଘ ସମୟ ଧରି 90 ମିଟର ମାର୍କ ଅତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି ।

ନୀରଜ 89.94 ମିଟର ଜାଭଲିନ୍ ଥ୍ରୋ କରି ନିଜର ଜାତୀୟ ରେକର୍ଡ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ତେବେ ପ୍ୟାରିସ ଅଲମ୍ପିକ 2024 ପୂର୍ବରୁ ନୀରଜଙ୍କର ଏହି ସଫଳତା ପୁଣି ପ୍ରଶଂସକଙ୍କ ମନ ଆଶା ସୃଷ୍ଟି କରୁଛି ।












Click it and Unblock the Notifications