ପ୍ରକୃତରେ ଆଇପିଏଲର ହଜାରତମ ମ୍ୟାଚ୍ କେଉଁଟା ? MI Vs RR ନା CSK vs MI ?
IPL 1000th Match: ଆଜି (ଏପ୍ରିଲ୍ 30) ରେ ଆଇପିଏଲ୍ 2023 ଡବଲ୍ ହେଡରର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବାକୁ ଯାଉଛି । ଏହି ମ୍ୟାଚ୍ ଆଇପିଏଲ୍ ଇତିହାସରେ 1000 ତମ ମ୍ୟାଚ ହେବାକୁ ଯାଉଛି ।
ତେବେ ମେଗା ଟୁର୍ଣ୍ଣାମେଣ୍ଟର 16ତମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଆସନ୍ତା ମେ 6 ତାରିଖରେ ଚେନ୍ନାଇର ସୁପର କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବାକୁ ଥିବା ହାଇ ପ୍ରୋଫାଇଲ୍ ମ୍ୟାଚ ଆଇପିଏଲ୍ ଇତିହାସରେ 1000 ତମ ମ୍ୟାଚ ହେବ ବୋଲି କୁହାଯାଉଥିଲା । ମାତ୍ର ବର୍ତ୍ତମାନ 1000ତମ ମ୍ୟାଚ 7 ଦିନ ପୂର୍ବରୁ ୱାନକେଡେ ଷ୍ଟାଡିୟମରେ କିଛି ପୁନଃ ଗଣନା ପରେ ଘଟୁଛି । ତେବେ ଏମିତି କେମିତି ହେଲା ? ତେବେ ପ୍ରକୃତରେ କେଉଁଟା ଆଇପିଏଲର ହଜାରେ ତମ ମ୍ୟାଚ ?

ପ୍ରକୃତରେ ଆଇପିଏଲର 2022 ସଂସ୍କରଣ ପର୍ଯ୍ୟନ୍ତ ସମୁଦାୟ 951 ମ୍ୟାଚ୍ ଖେଳା ଯାଇଥିଲା । ଏହାର ଅର୍ଥ ହେଉଛି IPL 2023 ର 49 ତମ ମ୍ୟାଚ୍ ଆଇପିଏଲର 1000 ତମ ମ୍ୟାଚ ହୋଇଥାନ୍ତା । ଯାହା କି ଆସନ୍ତା ମେ 6 ତାରିଖରେ ଚେନ୍ନାଇର ସୁପର କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ହେଉଛି ।
ମାତ୍ର ଗଣନା ହିସାବରେ ଆଇପିଏଲର 2022 ସଂସ୍କରଣରେ ଖେଳାଯାଇଥିବା 951 ମ୍ୟାଚ ମଧ୍ୟରେ ସମୁଦାୟ 7ଟି ମ୍ୟାଚର କୌଣସି ଫଳାଫଳ ବାହାରି ନାହିଁ । ଯଦିଓ ଏହି ମ୍ୟାଚରେ ଗୋଟିଏ ବଲ୍ ବୋଲିଂ କରାଯାଇ ନଥିଲା, କ୍ରିକେଟ୍ ନିୟମ ଅନୁଯାୟୀ ଏହି ସମସ୍ତଙ୍କୁ ଅଫିସିଆଲ୍ ମ୍ୟାଚ୍ ଭାବରେ ଘୋଷଣା କରିବାକୁ ପଡିବ । ତେଣୁ, ଆଇପିଏଲରେ ମୋଟ 958 ଅଫିସିଆଲ୍ ମ୍ୟାଚ ଖେଳାଯାଇଛି । ତେଣୁ ଆଇପିଏଲ୍ 2023 ର 42 ତମ ମ୍ୟାଚ ହିଁ ଇତିହାସର 1000 ତମ ମ୍ୟାଚ ଭାବରେ ପରିଣତ ହେବ ।
ତେବେ ଆଇପିଏଲର 1000ତମ ମ୍ୟାଚର ସେଲିବ୍ରେସନ ପାଇଁ ବିସିସିଆଇ ଏକ ଛୋଟ ଆୟୋଜନ କରିଛି । ଭଲିଣ୍ଟିୟର ମାନେ 1000 ତମ ମ୍ୟାଚ୍ ପତାକା, "ଧନ୍ୟବାଦ ପତାକା" ଏବଂ ଭାରତୀୟ ପତାକା ଧରି ପଡିଆ ଭ୍ରମଣ କରିବେ । ସମଗ୍ର ସମାରୋହ ମାତ୍ର 10-15 ମିନିଟ୍ ପର୍ଯ୍ୟନ୍ତ ଚାଲିବ । ରବି ଶାସ୍ତ୍ରୀ ଜନତାଙ୍କୁ ସମ୍ବୋଧିତ କରିବେ । ତା'ପରେ ଏକ ଭିଡିଓ ବାର୍ତ୍ତା ପ୍ରଦର୍ଶନ କରାଯିବ । ଯେଉଁଥିରେ ଆଇପିଏଲ ବିଷୟରେ କିଛି ଖେଳାଳି ନିଜ ନିଜର ବାର୍ତ୍ତା ରଖବେ ।












Click it and Unblock the Notifications