ଟେଷ୍ଟ କ୍ରିକେଟର ବ୍ୟୟବହୁଳ ଓଭର

ଟେଷ୍ଟ କ୍ରିକେଟରେ ସବୁଠାରୁ ବ୍ୟୟବହୁଳ ଓଭର ବୋଲିଂ କରିଛନ୍ତି ଇଂଲଣ୍ଡର ଫାଷ୍ଟ ବୋଲର ଷ୍ଟୁଆର୍ଟ ବ୍ରଡ୍‌ । ଏଜବାଷ୍ଟନରେ ଚାଲିଥିବା ଭାରତ ବିପକ୍ଷ ଇଂଲଣ୍ଡ ଟେଷ୍ଟର ଦ୍ବିତୀୟ ଦିନ ଖେଳରେ ଶନିବାର ଭାରତୀୟ ଇନିଂସରେ ବୋଲିଂ କରିଥିବା ୮୪ ତମ ଓଭରରେ ବ୍ରଡ୍‌ ୩୫ ରନ୍‌ ବ୍ୟୟ

ବର୍ମିଂହାମ: ଟେଷ୍ଟ କ୍ରିକେଟରେ ସବୁଠାରୁ ବ୍ୟୟବହୁଳ ଓଭର ବୋଲିଂ କରିଛନ୍ତି ଇଂଲଣ୍ଡର ଫାଷ୍ଟ ବୋଲର ଷ୍ଟୁଆର୍ଟ ବ୍ରଡ୍‌। ଏଜବାଷ୍ଟନରେ ଚାଲିଥିବା ଭାରତ ବିପକ୍ଷ ଇଂଲଣ୍ଡ ଟେଷ୍ଟର ଦ୍ବିତୀୟ ଦିନ ଖେଳରେ ଶନିବାର ଭାରତୀୟ ଇନିଂସରେ ବୋଲିଂ କରିଥିବା ୮୪ ତମ
ଓଭରରେ ବ୍ରଡ୍‌ ୩୫ ରନ୍‌ ବ୍ୟୟ କରିଛନ୍ତି । ଏହା ମଧ୍ୟରୁ ଜସପ୍ରୀତ ବୁମରା ଏକାକୀ ୨୯ ରନ୍‌ ସଂଗ୍ରହ କରିଥିବା ବେଳେ ଅନ୍ୟ ୬ ରନ ଅତିରିକ୍ତରୁ ମିଳିଥିଲା । ପୂର୍ବରୁ ଦକ୍ଷିଣ ଆଫ୍ରିକାର ରବିନ୍‌ ପିଟରସନଙ୍କ ନାମରେ ଏହି ରେକର୍ଡ ରହିଥିଲା । ୨୦୦୩ରେ ପିଟରସନଙ୍କ ଗୋଟିଏ ଓଭରରୁ କିମ୍ବଦନ୍ତୀ ବ୍ୟାଟର ବ୍ରାଏନ ଲାରା ୨୮ ରନ୍‌ ସଂଗ୍ରହ କରିଥିଲେ । ଏବେ ପିଟରସନଙ୍କ ରେକର୍ଡକୁ ବ୍ରଡ ଭାଙ୍ଗି ଦେଇଛନ୍ତି ।

IND vs ENG 5th Test

ବ୍ରଡ୍‌ ପକାଇଥିବା ଏହି ଓଭରର ପ୍ରଥମ ବଲକୁ ବୁମରା ଟପ୍‌ ଏଜରେ ହୁକ୍‌ କରି ଫାଇନ୍‌ ଲେଗରେ ଚୌକା ମାରିଥିଲେ । ଦ୍ବିତୀୟ ବଲ୍‌ଟି ବାଉସର ଥିବାବେଳେ ବଲଟି ୱିକେଟ କିପର ସାମ ବିଲିଙ୍ଗସଙ୍କ ମୁଣ୍ଡ ଉପର ଦେଇ ଚାଲି ଯାଇଥଲା। ଯାହା ଫଳରେ ଏଥିରୁ ୱାଇଡ + ଚୌକା ମୋଟ୍ 5 ରନ ରନ୍‌ ମିଳିଥିଲା । ତୃତୀୟ ବଲକୁ ସେ ଟପ୍‌ ଏଜରେ ପୁଲ୍‌ କରି ଥାର୍ଡ ମ୍ୟାନ୍‌ ଅଞ୍ଚଳରେ ଛକା ମାରିଥିଲେ। ଏହା ନୋ ବଲ ହୋଇଥିବାରୁ ୭ ରନ ମିଳିଥିଲା। ଏହାର ପରବର୍ତୀ ୩ଟି ବଲରେ ସେ କ୍ରମାଗତ ୩ଟି ଚୌକା ମାରିଥିଲେ। ଚତୁର୍ଥ ବଲକୁ ମିଡ୍‌ ଅନ୍‌, ପଞ୍ଚମ ବଲ୍‌କୁ ଫାଇନ୍‌ ଲେଗ୍‌, ଷଷ୍ଠ ବଲ୍‌କୁ ସ୍କୋୟାର ଲେଗ୍‌ ଅଞ୍ଚଳରେ ବାଉଣ୍ଡରୀ ମାରିଥିଲେ। ସପ୍ତମ ବଲକୁ ପୁଳକରି ଡିପ୍‌ ବ୍ୟାକୱାର୍ଡ ଅଞ୍ଚଳରେ ଛକା ମାରିଥିଲେ । ଏହି ଓଭରରେ ବ୍ରଡ ବୋଲିଂ କରିଥୁବା ୮ମ ତଥା ଶେଷ ବଲଟି ୟର୍କର ଥିଲା ଏବଂ ଏଥିରେ ବୁମରା ଗୋଟିଏ ରନ୍‌ ନେଇଥିଲେ । ଯାହାଫଳରେ ବ୍ରଡ୍‌ ଗୋଟିଏ ଓଭରରେ ୩୫ ରନ୍‌ ବ୍ୟୟ କରି ବ୍ୟୟବହୁଳ ସାବ୍ୟସ୍ତ ହେବା ସହ ନ କରାତ୍ମକ ବିଶ୍ଵ ରେକର୍ଡ ସୃଷ୍ଟି କରିଛନ୍ତି ।

ଅନ୍ୟ ପକ୍ଷରେ ନଂ-୧୦ ପୋଜିସନରେ ବ୍ୟାଟିଂ କରି ବୁମରା ଅଧିନାୟକ ଭାବେ ପଦାର୍ପଣ ଟେଷ୍ଟରେ ସର୍ବାଧିକ ୩୧ ରନ ଟେଷ୍ଟ କ୍ରିକେଟରେ ବ୍ୟୟବହୁଳ ଓଭର କରିବାରେ ରେକର୍ଡ କରିଥିଲେ । ସେ ୧୬ ବଲରେ ୩୧ ରନ୍‌ କରି ଅପରାଜିତ ରହିବା ସହ ବିଶନ ସିଂ ବେଦୀ କରିଥବା ୩୦ ରନର ରେକର୍ଡକୁ ଅତିକ୍ରମ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+