Get Updates
Get notified of breaking news, exclusive insights, and must-see stories!

EURO 2024: ବେଲଜିୟମକୁ ୧-୦ରେ ହରାଇ ୟୁରୋ ୨୦୨୪ କ୍ୱାର୍ଟର-ଫାଇନାଲରେ ପ୍ରବେଶ କଲା ଫ୍ରାନ୍ସ

Euro Cup 2024 : ବେଲଜିୟମକୁ ପରାସ୍ତ କରି ୟୁରୋ ୨୦୨୪ କ୍ୱାର୍ଟର-ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ । ଜନ ଭର୍ଟୋଙ୍ଘେନଙ୍କ ଏକ ବିଳମ୍ବିତ ଗୋଲ ଫ୍ୟାନ୍ସକୁ କ୍ୱାର୍ଟର-ଫାଇନାଲକୁ ପହଞ୍ଚାଇବାରେ ସହାୟକ ହୋଇଥିଲା । ସୋମବାର ଦିନ ଖେଳାଯାଇଥିବା ଏହି ମ୍ୟାଚରେ ବେଲଜିୟମକୁ ୧-୦ରେ ପରାସ୍ତ କରି ଫ୍ରାନ୍ସ ବିଜୟ ହାସଲ କରିଥିଲା ।

ଫ୍ରାନ୍ସ ତରଫରୁ ରାଣ୍ଡଲ କୋଲୋ ମୁଆନୀ ଏକମାତ୍ର ଗୋଲ ସ୍କୋର କରିଥିଲେ । ଏହି ମ୍ୟାଚରେ ଦୁଇ ଟିମ୍ ପରସ୍ପରଙ୍କୁ ବେଶ୍ ଟକ୍କର ଦେଉଥିଲେ । କେହି କାହା ଉପରେ ଗୋଲ ସ୍କୋର କରିପାରୁନଥିଲେ ।

ଏହି ମ୍ୟାଚରେ ଷ୍ଟାର ଖେଳାଳି କିଲିଆନ ଏମବାପ୍ପେ ନିଜର ସମସ୍ତ ପ୍ରୟାସ ପରେ ବି ଗୋଟିଏ ବି ଗୋଲ ସ୍କୋର କରିପାରିନଥିଲେ । କୌଣସି ଟିମ୍ ଗୋଲ ସ୍କୋର କରି ନପାରିବାରୁ ଅତିରିକ୍ତ ସମୟ ଦିଆଯିବ ବୋଲି ଅନୁମାନ କରାଯାଉଥିଲା । ମାତ୍ର ଏହି ସମୟରେ ମ୍ୟାଚର ମୋଡ଼ ବଦଳି ଯାଇଥିଲା ।

France in quarterfinals

ର୍ୟାଣ୍ଡଲ କୋଲୋ ମୁଆନୀଙ୍କ ଏକ ଶର୍ଟ ଜନ ଭର୍ଟୋଙ୍ଘେନଙ୍କ ଠାରେ ବାଜି ଗୋଲ ପୋଷ୍ଟକୁ ଚାଲିଯାଇଥିଲା । ଏହାପରେ ଫ୍ରାନ୍ସ ୧-୦ରେ ଆଗେ ଯିବାରୁ ବେଲଜିୟମ ବରାବର କରିବାକୁ ବହୁ ପ୍ରୟାସ କରିଥିଲା, ମାତ୍ର ଫ୍ରାନ୍ସ ବେଲଜିୟମକୁ ସୁଯୋଗ ଦେଇନଥିଲା ।

ପୂର୍ବରୁ ଏକ ମ୍ୟାଚ ଖେଳିବା ସମୟରେ ଏମବାପ୍ପେଙ୍କ ନାକ ଫାଟିଯାଇଥିଲା । ସେଥିପାଇଁ ସେ ନାକରେ ମାସ୍କ ପିନ୍ଧି ଖେଳିଥିଲେ । ସେ ପାଞ୍ଚଟି ଶଟ ମାରିଥିଲେ ଗୋଟିଏ ବି ଟାର୍ଗେଟରେ ପହଞ୍ଚି ପାରିନଥିଲା । ଦ୍ୱିତୀୟ ସ୍ଥାନରେ ଥିବା ଫ୍ରାନ୍ସ ଓ ତୃତୀୟ ସ୍ଥାନରେ ଥିବା ବେଲଜିୟମ୍ ଟିମ୍ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ ବେଶ୍ ସଂଘର୍ଷପୂର୍ଣ୍ଣ ଥିଲା ।

ଫ୍ରାନ୍ସର ଏହି ବିଜୟ ପରେ ଦଳର କୋଚ ପ୍ରତିକ୍ରିୟା ଦେଇଥିଲେ । ଏକ ଶକ୍ତିଶାଳୀ ଦଳ ବେଲଜିୟମ ବିରୋଧରେ ବିଜୟ ହାସଲ ପରେ ସେ ଖୁସି ବ୍ୟକ୍ତ କରିବା ସହ ଫ୍ରାନ୍ସ ନିକଟରେ ଅନେକ ସୁଯୋଗ ରହିଥିଲା ବୋଲି ସେ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+