ଟି-୨୦ ବିଶ୍ୱକପ ପାଇଁ ଟିମ ଘୋଷଣା କରିଲା ଇଂଲଣ୍ଡ, ଜାଣନ୍ତୁ ଦଳରେ କେଉଁ ଖେଳାଳି ପାଇଲେ ସ୍ଥାନ
ଟି-୨୦ ବିଶ୍ୱକପ ପାଇଁ ଟିମ ଘୋଷଣା କରିଛି ଇଂଲଣ୍ଡ । ଜୋସ୍ ବଟଲରଙ୍କ ଅଧିନାୟକତ୍ୱରେ ବିଶ୍ୱକପ ଖେଳିବ ଇଂଲଣ୍ଡ । ତେବେ ଦୀର୍ଘଦିନ ପରେ ଦଳରେ ସ୍ଥାନ ପାଇଛନ୍ତି ଜୋଫ୍ରା ଆଚର । ସେ ୧୩ ମାସ ପରେ ଦଳକୁ ଫେରିଛନ୍ତି । ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ଏବେ ଦମଦାର ଫର୍ମରେ ରହିଛନ୍ତି । ଆଇପିଏଲ ଚାଲିଥିବାବେଳେ ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ।
ଇଂଲଣ୍ଡର ୧୫ ଜଣିଆ ଦଳରେ ସ୍ପିନର ଭାବେ ଆଦିଲ ରଶିଦ ଓ ଟମ ହାର୍ଟଲେଙ୍କ ଚୟନ କରିଛି । ଏହା ବ୍ୟତୀତ ଦ୍ରୁତ ବୋଲର ଭାବେ ରିସ ଟପଲେ, ମାର୍କ ଉଡ, ଜୋଫ୍ରା ଆର୍ଟର ଓ କ୍ରିସ୍ ଜୋର୍ଡାନଙ୍କୁ ସାମିଲ କରାଯାଇଛି । ଉଲ୍ଲେଖନୀୟ ବର୍ଭମାନ ଜୋସ୍ ବଟଲରଙ୍କ ସମେତ ଇଂଲଣ୍ଡର ଅଧିକାଂଶ ଖେଳାଳି ଆଇପିଏଲ୍ ଖେଳୁଛନ୍ତି ।

ଇଂଲଣ୍ଡ ଟିମ୍ରେ ଜୋସ୍ ବଟଲର (ଅଧିନାୟକ), ମୋଇନ ଅଲ୍ଲୀ, ଜୋଫ୍ରା ଆର୍ଚର, ଜୋନି ବେୟାରଷ୍ଟୋ, ହ୍ୟାରି ବ୍ରୁକ, ସାମ କରନ, ବେନ ଡକେଟ୍, ଟମ୍ ହାର୍ଟଲେ, ୱିଲ ଜ୍ୟାକ୍, କ୍ରିସ ଜୋର୍ଡାନ, ଲିୟାମ ଲିଭିଙ୍ଗଷ୍ଟୋନ, ଆଦିଲ ରଶିଦ, ଫିଲ ସଲ୍ଟ, ରିସ୍ ଟପଲେ ଓ ମାର୍କ ଉଡ












Click it and Unblock the Notifications