ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଇଂଲଣ୍ଡ ବିଶ୍ୱକପ ବିଜେତା ଅଧିନାୟକ ଇୟନ ମୋର୍ଗାନ
ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଇଂଲଣ୍ଡ ବିଶ୍ୱକପ ବିଜେତା ଅଧିନାୟକ ଇୟନ ମୋର୍ଗାନ । ଇଂଲଣ୍ଡ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଇୟନ ମୋର୍ଗାନ ଆଜି ଅବସର ଘୋଷଣା କରିଛନ୍ତି ।
ଲଣ୍ଡନ: ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଇଂଲଣ୍ଡ ବିଶ୍ୱକପ ବିଜେତା ଅଧିନାୟକ ଇୟନ ମୋର୍ଗାନ । ଇଂଲଣ୍ଡ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଇୟନ ମୋର୍ଗାନ ଆଜି ଅବସର ଘୋଷଣା କରିଛନ୍ତି । ଗତ କିଛିଦିନ ହେବ ତାଙ୍କ ଅବସରକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଯାହା ଆଜି ସତରେ ପରିଣତ ହୋଇଛି । ନିଜର ଖରାପ ଫର୍ମ ଓ ଆହତ ସମସ୍ୟାକୁ ନେଇ ଗତି କରୁଥିଲେ ମୋର୍ଗାନ ।

୩୫ ବର୍ଷୀୟ ମୋର୍ଗାନ ଇଂଲଣ୍ଡର ସବୁଠୁ ଅଧିକ ରନ କରିଥିବା ଖେଳାଳି ସହ ଦିନିକିଆ କ୍ରିକେଟରେ ଦଳର ସବୁଠୁ ସଫଳ ଅଧିନାୟକ।୨୦୦୬ରେ ଆୟର୍ଲାଣ୍ଡ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପରେ ୨୦୦୯ରେ ଇଂଲଣ୍ଡ ଦଳରେ ସାମିଲ ହୋଇ ଅନ୍ତର୍ଜାତୀୟ କ୍ରିକେଟରେ ଖୁବ୍ ଖ୍ୟାତି ଅର୍ଜନ କରିଥିଳେ । ତାଙ୍କ ନେତୃତ୍ୱରେ ଇଂଲଣ୍ଡ ଘରୋଇ ମାଟିରେ ୨୦୧୯ ଦିନିକିଆ ବିଶ୍ୱକପ୍ ଚାମ୍ପିଅନ୍ ହୋଇଥିଲା । ସେ ଅଧିନାୟକ ଥିଲାବେଳେ ଇଂଲଣ୍ଡ ଉଭୟ ଦିନିକିଆ ଓ ଟି-୨୦ କ୍ରିକେଟରେ ନଂ-୧ ଟିମ୍ ମାନ୍ୟତା ପାଇଥିଲା ।
ସେ ଇଂଲଣ୍ଡ ପାଇଁ ସର୍ବାଧିକ ୨୨୫ଟି ଦିନିକିଆ ଓ ସର୍ବାଧିକ ୧୧୫ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଏହା ମଧ୍ୟରୁ ସେ ୧୨୬ଟି ଦିନିକିଆ ଓ ୭୨ଟି ଟି-୨୦ରେ ଇଂଲଣ୍ଡ ଦଳର ନେତୃତ୍ୱ ନେଇଛନ୍ତି । ଦିନିକିଆରେ ସେ ମୋଟ ୭,୭୦୧ ରନ୍ ସଂଗ୍ରହ କରିଥିଲାବେଳେ ଇଂଲଣ୍ଡ ପକ୍ଷରୁ ୬୯୫୭ ରନ୍ କରିଛନ୍ତି। ଟେଷ୍ଟ କ୍ରିକେଟରେ ୧୬ଟି ମ୍ୟାଚ୍ ଖେଳିବା ପରେ ସୀମିତ ଓଭର କ୍ରିକେଟ ଲାଗି ୨୦୧୨ରେ ଟେଷ୍ଟ କ୍ରିକେଟରୁ ଅବ୍ୟାହତି ନେଇଥିଲେ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications