ବାରବାଟୀ ଷ୍ଟାଡ଼ିୟମରେ ଆଜି ଇଂଲଣ୍ଡ ଭାରତ ମ୍ୟାଚ୍ ; କ୍ରମାଗତ ଭାବେ ୨୦୦୭ରୁ ହାରିନି ଭାରତ

ବାରବାଟୀ ଷ୍ଟାଡ଼ିୟମରେ ମୋଟ୍‌ ୧୯ଟି ଦିିନିକିଆ ଖେଳାଯାଇଛି। ସେଥିମଧ୍ୟରୁ ଘରୋଇ ଭାରତ ୧୭ଟି ମ୍ୟାଚ ଖେଳି ୧୩ଟି ବିଜୟ ଓ ୪ଟି ପରାଜିତ ହୋଇଛି। ଭାରତ ବାରବାଟୀ ଷ୍ଟାଡ଼ିୟମରେ କ୍ରମାଗତ ଭାବେ ଶେଷ ୭ଟି ମ୍ୟାଚ ବିଜୟୀ ହୋଇଛି। ଦଳ ୨୦୦୭ରୁ ଖେଳିଥିବା ସମସ୍ତ ଦିନିକିଆ ମ୍ୟାଚ ଜିତିଛି। ଶେଷ ଥର ପାଇଁ ଭାରତ ବାରବାଟୀ ଷ୍ଟାଡ଼ିୟମରେ ୨୦୦୩ରେ ନ୍ୟୁଜିଲାଣ୍ଡ ନିକଟରୁ ୪ ୱିକେଟରେ ପରାଜିତ ହୋଇଥିଲା। ଏହା ଥିଲା ବାରବାଟୀରେ ପ୍ରଥମ ଫ୍ଳଡ ଲାଇଟ୍‌ ମ୍ୟାଚ । ଏହା ପରେ ଉକ୍ତ ଗ୍ରାଉଣ୍ଡରେ ଭାରତ ୭ଟି ଦିନିକିଆ ଖେଳି ୭ଟି ଯାକ ବିଜୟୀ ହୋଇଛି। ଉକ୍ତ ଗ୍ରାଉଣ୍ଡରେ ଭାରତ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ୪ଟି ମ୍ୟାଚ ଖେଳି ଦୁଇଟି ବିଜୟ ଓ ଦୁଇଟି ପରାଜିତ ହୋଇଛି।

England vs India match
୨୦୦୩ରେ ଭାରତ ​‌ଶେଷ ଥର ପାଇଁ ବାରବାଟୀରେ ଦିନିକିଆ ମ୍ୟାଚ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଥିଲା। ଏହା ପରଠାରୁ ଭାରତ ଏଠାରେ ଖେଳିଥିବା ୭ଟି ଯାକ ଦିନିକିଆରେ ବିଜୟୀ ହୋଇଛି।
୨୦୦୭ ଜାନୁଅୀରୀ ୨୪ରେ ୱେଷ୍ଟଇଣ୍ଡିଜ୍‌କୁ ୨୦ରନ​‌ରେ, ୨୦୦୮ ନଭେମ୍ବର ୨୬ରେ ଇଂଲଣ୍ଡକୁ ୬ ୱିକେଟରେ,୨୦୦୯ ଡିସେମ୍ବର ୨୧ରେ ଶ୍ରୀଲଙ୍କାକୁ ୭ ୱିକେଟରେ,୨୦୧୧ ନଭେମ୍ବର ୨୯ରେ ୱେଷ୍ଟଇଣ୍ଡିଜ୍‌କୁ ୧ ୱିକେଟରେ,୨୦୧୪ ନଭେମ୍ବର ୨ରେ ୧୬୯ରନରେ ଶ୍ରୀଲଙ୍କାକୁ, ୨୦୧୭ ଜାନୁଆରୀ ୧୯ରେ ୧୫ରନରେ ଇଂଲଣ୍ଡକୁ ଓ ୨୦୧୯ ଡିସେମ୍ବର ୨୨ରେ ୪ ୱିକେଟରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ଟି ଦିନିକିଆ ମ୍ୟାଚ ଖେଳାଯାଇଛି। ସେଥିମଧ୍ୟରୁ ଭାରତ ଓ ଇଂଲଣ୍ଡ ଦୁଇଟି ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି। ୧୯୮୨ ଜାନୁଆରୀ ୨୭ରେ ଭାରତ ୫ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଥିବାବେଳେ ୧୯୮୪ ଡିସେମ୍ବର ୨୭ରେ ଇଂଲଣ୍ଡ ୧ରନରେ ଭାରତକୁ ପରାସ୍ତ କରିଥିଲା। ୨୦୦୨ ଜାନୁଆରୀ ୨୨ରେ ଇଂଲଣ୍ଡ ୧୬ରନରେ ବିଜୟୀ ହୋଇଥିବାବେଳେ ୨୦୦୮ ନଭେମ୍ବର ୨୬ରେ ଭାରତ ୬ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଥିଲା।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+