ଟି-୨୦ ବିଶ୍ୱକପର ନୂଆ ଚାମ୍ପିଅନ ଇଂଲଣ୍ଡ
ଟି-୨୦ ବିଶ୍ୱକପର ନୂଆ ଚାମ୍ପିଅନ ଇଂଲଣ୍ଡ । ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ହରାଇ ଇଂଲଣ୍ଡ ବିଶ୍ୱ ବିଜେତା ବନିଛି । ଗୋଟିଏ କ୍ରିକେଟ ସାଇକଲରେ ଦ୍ୱିତୀୟ ଥର ପାଇଁ ପୁଣି ଲଂଲଣ୍ଡ ବିଶ୍ୱକପ ହାତେଇବାରେ ସଫଳ ହୋଇଛି ।
ମେଲ୍ବର୍ଣ୍ଣ: ଟି-୨୦ ବିଶ୍ୱକପର ନୂଆ ଚାମ୍ପିଅନ ଇଂଲଣ୍ଡ । ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ହରାଇ ଇଂଲଣ୍ଡ ବିଶ୍ୱ ବିଜେତା ବନିଛି । ଗୋଟିଏ କ୍ରିକେଟ ସାଇକଲରେ ଦ୍ୱିତୀୟ ଥର ପାଇଁ ପୁଣି ଲଂଲଣ୍ଡ ବିଶ୍ୱକପ ହାତେଇବାରେ ସଫଳ ହୋଇଛି । ପୂର୍ବରୁ 2019ରେ ଦିନିକିଆ ବିଶ୍ୱକପ ଜିତିଥିଲା ଇଂଲଣ୍ଡ ।

ଆଜି ପାକିସ୍ତାନକୁ ୫ ଓ୍ୱିକେଟ୍ରେ ହରାଇ ଇଂଲଣ୍ଡ ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି। ଷ୍ଟୋକ୍ସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଚାମ୍ପିଅନ୍ ହୋଇଛି। ସେପଟେ ବୋଲରଙ୍କ ପ୍ରଶଂସନୀୟ ଉଦ୍ୟମ ସତ୍ତ୍ୱେ ହାରିଛି ପାକିସ୍ତାନ।
ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ଇଂଲଣ୍ଡ ବୋଲରଙ୍କ ଆଗରେ ବେଶୀ ସମୟ ତିଷ୍ଠି ପାରିନଥିଲେ ପାକିସ୍ତାନୀ ବ୍ୟାଟର । ସାମ କୁରାନ, ଆଦିଲ ରସିଦ, କ୍ରିସ ଜୋର୍ଡାନଙ୍କ ବୋଲିଂରେ ମାତ୍ର ୧୩୭ ରନରେ ସୀମିତ ରହିଥିଲେ ପାକିସ୍ତାନ ଦଳ । ଦଳ ପକ୍ଷରୁ ବାବର ଆଜମ ୩୨ ରନ କରିଥିଲା ବେଳେ ମାସୁଦ ୩୮ ରନ କରିଥିଲେ ।
୧୩୮ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଇଂଲଣ୍ଡର ମଧ୍ୟ ୱିକେଟ ପତନ ଘଟିଥିଲା । ହେଲେ ବେନ ଷ୍ଟୋକ୍ସ ଶେଷ ଯାଏଁ ରହି ଦଳକୁ ବିଜୟୀ କରାଇଥିଲେ । ପଞ୍ଚମ ୱିକେଟ୍ରେ ବେନ୍ ଷ୍ଟୋକ୍ସ ମୋଇନ୍ ଅଲିଙ୍କ ସହିତ ଧୈର୍ଯ୍ୟର ସହିତ ବ୍ୟାଟିଂ କରି ୪୮ ରନ୍ କରିଥିଲେ। ବେନ୍ ଷ୍ଟୋକ୍ସ ଅପରାଜିତ ୫୨ ରନ୍ ସଂଗ୍ରହ କରିଥିଲେ। ସେ ୪୯ଟି ବଲ୍ ଖେଳି ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ମୋଇନ୍ ଅଲି ୧୯ ରନ୍ ଓ ଆମ ଲିଭିଂ ଷ୍ଟୋନ୍ ଅପରାଜିତ ୧ ରନ୍ କରିଥିଲେ।












Click it and Unblock the Notifications