ଭାରତର ୨୨୪ ରନ୍ ଜବାବରେ ଇଂଲଣ୍ଡ ୨୪୭ ରନ୍; ଦ୍ବିତୀୟ ପାଳିରେ ୨ ୱିକେଟ୍‌ ହରାଇ ୭୫ ରନ୍‌ କରିଛି ଭାରତ

ଭାରତ-ଇଂଲଣ୍ଡ ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍‌ର ଦ୍ବିତୀୟ ଦିନରେ ୱିକେଟ୍‌ ଝଡ଼ ଭିତରେ ଉଭୟ ଦଳର ପ୍ରଥମ ପାଳି ଶେଷ ହୋଇଛି। ବିସ୍ଫୋରକ ଆରମ୍ଭ କରିଥିବା ଘରୋଇ ଦଳ ପ୍ରଥମ ପାଳିରେ ୨୩ ରନ୍‌ ଅଗ୍ରଣୀ ବି ନେଇଯାଇଛି। ଭାରତର ୨୨୪ ରନ୍ ଜବାବରେ ଇଂଲଣ୍ଡ ୨୪୭ ରନ୍ ସଂଗ୍ରହ କରି ସମସ୍ତ ୱିକେଟ୍ ହରାଇଛି।

ଦ୍ବିତୀୟ ଦିବସରେ ଶେଷ ବେଳକୁ ଭାରତ ଦ୍ବିତୀୟ ପାଳିରେ ୨ ୱିକେଟ୍‌ ହରାଇ ୭୫ ରନ୍‌ କରିଛି। ରାହୁଲ (୭), ସୁଦର୍ଶନ (୧୧) ଆଉଟ୍‌ ହୋଇଥିବାବେଳେ ଜୟସ୍ବାଲ୍‌ (୫୧*) ଓ ଆକାଶ ଦୀପ (୪*) ବ୍ୟାଟିଂ କରୁଥିଲେ।

India scored 75 for 2 in the second innings

ଗସ୍ ଆଟ୍‌କିନ୍‌ସନ୍‌ଙ୍କ ପାଞ୍ଚ ୱିକେଟ୍‌ ସଫଳତା କାରଣରୁ ଭାରତ ପାଳି ୨୨୪ ରନ୍‌ରେ ଅଟକିଯିବା ପରେ ଇଂଲଣ୍ଡ ବାଜ୍‌ବଲ୍‌ ଷ୍ଟାଇଲ୍‌କୁ ଆପଣାଇଥିଲା। ପ୍ରାରମ୍ଭିକ ଯୋଡ଼ି ଜ୍ୟାକ୍ କ୍ରଲି ଏବଂ ବେନ୍‌ ଡକେଟ୍‌ଙ୍କ ଆକ୍ରମଣାତ୍ମକ ବ୍ୟାଟିଂ କାରଣରୁ ଘରୋଇ ଦଳ ମାତ୍ର ୧୪.୪ ଓଭରରେ ୧୦୦ ରନ୍ ପୂରଣ କରିଥିଲ‌ା। ଆକାଶ ଦୀପଙ୍କୁ ରିଭର୍ସ ଖେଳିବାକୁ ଯାଇ ବେନ୍ ଡକେଟ୍‌ (୪୩) ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଜୁରେଲ ନେଇଥିଲେ କ୍ୟାଚ୍‌। କ୍ରଲି (୬୪, ୫୭ ବଲ୍‌) ଓ ହ୍ୟାରି ବ୍ରୁକ୍ (୫୩, ୬୪ ବଲ୍‌) ଅର୍ଦ୍ଧଶତକ ହାସଲ କରିଥିବାବେଳେ ଓଲି ପୋପ୍ ଓ ଜୋ ରୁଟ୍‌ ଛୋଟ ଛୋଟ ପାଳି ଖେଳିଥିଲେ ମଧ୍ୟ ଦଳକୁ ଅଗ୍ରଣୀ ଦେବାରେ ସହଯୋଗ କରିଛନ୍ତି। ଇଂଲଣ୍ଡର ଶୀର୍ଷ ୪ ବ୍ୟାଟର୍‌ ପୋପ୍‌, ରୁଟ୍‌, ବେଥେଲ୍‌ ଓ ବ୍ରୁକ୍‌ଙ୍କୁ ଆଉଟ୍ କରି ମହମ୍ମଦ ସିରାଜ (୪/୮୬) ଏବଂ କ୍ରଲି, ସ୍ମିଥ, ଓଭରଟନ୍‌ ଓ ଆଟ୍‌କିନ୍‌ସନ୍‌ଙ୍କ ୱିକେଟ୍‌ ନେଇ ପ୍ରସିଦ୍ଧ କ୍ରିଷ୍ଣ (୪/୬୨) ଭାରତକୁ ଚମତ୍କାର ପ୍ରତ୍ୟାବର୍ତ୍ତନ କରାଇଛନ୍ତି। ଆହତ କ୍ରିସ୍ ଓକ୍ସ ବ୍ୟାଟିଂ ପାଇଁ ନ ଆସିବାରୁ ଇଂଲଣ୍ଡ ୨୪୭/୯ରେ ହିଁ ସୀମିତ ରହିଯାଇଥିଲା।

ଭାରତ ୨୨୪ରେ ଆଉଟ୍‌
ଶୁକ୍ରବାର ଭାରତର ପ୍ରଥମ ପାଳି ୨୨୪ ରନ୍‌ରେ ଶେଷ ହୋଇଯାଇଥିଲା। ସକାଳେ ଭାରତ ୫.୪ ଓଭର ଖେଳି ମାତ୍ର ୨୦ ରନ୍ ଯୋଡ଼ି ଶେଷ ୪ ୱିକେଟ୍ ହରାଇ ଦେଇଥିଲା। କରୁଣ ନାୟର ଚଳିତ ଶୃଙ୍ଖଳାରେ ବହୁ ପ୍ରତୀକ୍ଷିତ ପ୍ରଥମ ଅର୍ଦ୍ଧଶତକ (୫୭ ରନ୍‌, ୧୦୯ ବଲ୍‌) ହାସଲ କରିଥିଲେ ମଧ୍ୟ ଶୁକ୍ରବାର ଆଗକୁ ବଢ଼ିପାରି ନଥିଲେ।

ଜୋସ୍ ଟଙ୍ଗ୍ ତାଙ୍କୁ ଏଲବିଡବ୍‌ଲ୍ୟୁ କରିଦେଇଥିବା ବେଳେ ପରବର୍ତ୍ତୀ ଓଭରରେ ୱାସିଂଟନ୍‌ ସୁନ୍ଦର (୨୬)ଙ୍କୁ ଆଟ୍‌କିନ୍‌ସନ୍‌ କଟ୍‌ ବିହାଇଣ୍ଡ୍‌ କରି ବିଦାୟ ରାସ୍ତା ଦେଖାଇଥିଲେ। ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଗୋଟିଏ ଓଭର ଓ ଗୋଟିଏ ବଲ୍ ବ୍ୟବଧାନରେ ଖାତା ଖୋଲିବାକୁ ଦେଇ ନଥିଲେ ଆଟ୍‌କିନ୍‌ସନ୍। ଏଥି ସହ ପ୍ରତ୍ୟାବର୍ତ୍ତନରେ ଆଟ୍‌କିନ୍‌ସନ୍ ୫ ୱିକେଟ୍ ସଫଳତା ବି ପାଇଛନ୍ତି। ତ୍ରୟୋଦଶ ଟେଷ୍ଟ୍‌ରେ ଏହା ତାଙ୍କ ଚତୁର୍ଥ ୫ ୱିକେଟ୍ ସଫଳତା।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୬୯.୪ ଓଭରରେ ୨୨୪/୧୦ (କରୁଣ ନାୟର-୫୭, ସାଇ ସୁଦର୍ଶନ-୩୮, ୱାସିଂଟନ୍ ସୁନ୍ଦର-୨୬, ଶୁବମନ ଗିଲ୍‌-୨୧, ଧ୍ରୁବ ଜୁରେଲ-୧୯, ଗସ୍ ଆଟ୍‌କିନ୍‌ସନ୍‌-୫/୩୩, ଜୋସ୍ ଟଙ୍ଗ୍‌-୩/୫୭, କ୍ରିସ୍ ଓକ୍ସ-୧/୪୬)। ଇଂଲଣ୍ଡ ପ୍ରଥମ ପାଳି: ୫୧.୨ ଓଭରରେ ୨୪୭/୯ (ଜ୍ୟାକ୍ କ୍ରଲି-୬୪, ହ୍ୟାରି ବ୍ରୁକ୍‌-୫୩, ବେନ୍ ଡକେଟ୍‌-୪୩, ଜୋ ରୁଟ୍‌-୨୯, ଓଲି‌ ପୋପ୍‌-୨୨, ପ୍ରସିଦ୍ଧ କୃଷ୍ଣ-୪/୬୨, ମହମ୍ମଦ ସିରାଜ-୪/୮୬, ଆକାଶ ଦୀପ-୧/୮୦)।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+