ଇଂଲଣ୍ଡର ରୋମାଞ୍ଚକର ବିଜୟ, ଟେଷ୍ଟ ସିରିଜ ହାରିଲା ପାକିସ୍ତାନ
: ରୋମାଞ୍ଚକର ଟେଷ୍ଟ ମ୍ୟାଚରେ ପାକିସ୍ତାନକୁ ହରାଇଛି ଇଂଲଣ୍ଡ । ୨୬ ରନରେ ପାକିସ୍ତାନକୁ ହରାଇ ମ୍ୟାଚ୍ ସହ ଟେଷ୍ଟ ସିରିଜ ଜିତିଛି ଭ୍ରମଣକାରୀ ଇଂଲଣ୍ଡ । ବିଶେଷ କରି ଦ୍ୱିତୀୟ ଦିନ ନୂଆ ବଲରେ ମାର୍କ ଉଡଙ୍କ ଘାତକ ବୋଲିଂ ଯୋଗୁ ଇଂଲଣ୍ଡ ୬ ୱିକେଟ ଦଖଲ କରି ପାକିସ୍ତାନ
ମୁଲତାନ: ରୋମାଞ୍ଚକର ଟେଷ୍ଟ ମ୍ୟାଚରେ ପାକିସ୍ତାନକୁ ହରାଇଛି ଇଂଲଣ୍ଡ । ୨୬ ରନରେ ପାକିସ୍ତାନକୁ ହରାଇ ମ୍ୟାଚ୍ ସହ ଟେଷ୍ଟ ସିରିଜ ଜିତିଛି ଭ୍ରମଣକାରୀ ଇଂଲଣ୍ଡ । ବିଶେଷ କରି ଦ୍ୱିତୀୟ ଦିନ ନୂଆ ବଲରେ ମାର୍କ ଉଡଙ୍କ ଘାତକ ବୋଲିଂ ଯୋଗୁ ଇଂଲଣ୍ଡ ୬ ୱିକେଟ ଦଖଲ କରି ପାକିସ୍ତାନ ପଞ୍ଝାରୁ ନିଶ୍ଚିତ ବିଜୟକୁ ଛଡ଼ାଇ ଆଣିଛି ।

ମ୍ୟାଚର ତୃତୀୟ ଦିନରେ ରବିବାର ଭ୍ରମଣକାରୀ ଇଂଲଣ୍ଡ ତା'ର ଦ୍ୱିତୀୟ ଇନିଂସରେ ୨୭୫ ରନ୍ କରି ଅଲଆଉଟ୍ ହୋଇଥିଲା । ଫଳରେ ପାକିସ୍ତାନକୁ ୩୫୫ ରନର ବିଜୟ ଲକ୍ଷ୍ୟ ମିଳିତିଲା । ପାକିସ୍ତାନ ଏହାର ପିଛା କରି ଖେଳ ଶେଷ ବେଳକୁ ୪ ୱିକେଟ୍ ବିନିମୟରେ ୧୯୮ ରନ୍ କରିଥିଲା । ଦ୍ୱିତୀୟ ଇନିଂସରେ ସୌଦ ଶକୀଲ ଲଢ଼ୁଆ ୯୪ ରନର କରିଥିଲେ। ତଥାପି ପାକିସ୍ତାନ ମାର୍କ ଉଡ, ଜେମ୍ସ ଆଣ୍ଡରସନ ଓ ଓଲି ରବିନସନଙ୍କ ଘାତକ ବୋଲିଂ ଯୋଗୁ ୩୨୮ ରନରେ ଅଲଆଉଟ ହୋଇଯାଇଛି।
ଟସ୍ ଜିତି ପ୍ରଥମେ ମୁଲତାନରେ ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ଓଲି ପପଙ୍କ ୬୦ ରନ ବଳରେ ପ୍ରଥମ ଇନିଂସରେ ୨୮୧ ରନ କରିଥିଲା। ପାକିସ୍ତାନ ପକ୍ଷରୁ ଡେବ୍ୟୁଟାଣ୍ଟ ଅବ୍ରାର ଅହମଦ ୭ ୱିକେଟ ଦଖଲ କରିଥିଲେ। ପାକିସ୍ତାନ ତା'ର ପ୍ରଥମ ଇନିଂସରେ ଅଧିନାୟକ ବାବର ଆଜମଙ୍କ ୭୫ ଓ ଶକୀଲଙ୍କ ୬୩ ରନ ସତ୍ତ୍ୱେ କେବେଳ ୨୦୨ ରନ କରିଥିଲା। ଇଂଲଣ୍ଡର ଜ୍ୟାକ ଲିଚ୍ ୪ ୱିକେଟ ଦଖଲ କରିଥିଲେ।












Click it and Unblock the Notifications