India vs England 2nd ODI: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି
କଟକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି ସୁପର ସଣ୍ଡେରେ ମହା-ମୁକାବିଲା। ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଇଂଲଣ୍ଡ ଟିମ୍।ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ। ଦିନିକିଆରେ ଡେବ୍ୟୁ କରିବେ ବରୁଣ ଚକ୍ରବର୍ତ୍ତୀ। ଟି-ଟ୍ବେଣ୍ଟିରେ ଦମଦାର ପ୍ରଦର୍ଶନ କରିଥିଲେ ବରୁଣ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଖେଳାଯାଉଛି। ଏହାର ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ବାଜି ମାରିଥିବା ଟିମ୍ ଇଣ୍ଡିଆ ସିରିଜ୍ କବଜା ଲକ୍ଷ୍ୟରେ ଆଜି ଗ୍ରାଉଣ୍ଡକୁ ଓହ୍ଲାଇଛି ।

ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର , ଶୁଭମନ ଗିଲ, କେଏଲ ରାହୁଲ (ଓ୍ବିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ ଓ ମହମ୍ମଦ ସାମି ।
ଇଂଲଣ୍ଡ ଦଳ: ବେନ୍ ଡକେଟ୍, ଫିଲିପ୍ ସଲ୍ଟ (ଓ୍ବିକେଟ କିପର), ଜୋ ରୁଟ୍, ହ୍ୟାରି ବ୍ରୁକ୍, ଜୋସ୍ ବଟଲର୍ (ଅଧିନାୟକ), ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜାମି ଓଭରଟନ୍ , ଗୁସ୍ ଆଟକିନ୍ସନ୍ ,ମାର୍କ ଉଡ୍ , ସାକିବ ମହମୁଦ,ଅଦିଲ ରସିଦ












Click it and Unblock the Notifications