ଭାରତକୁ ହରାଇ ୨୮ ରନରେ ଜିତିଲା ଇଂଲଣ୍ଡ
ହାଇଦ୍ରାବାଦରେ ଖେଳାଯାଉଥିବା ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟକୁ ଜିତିନେଇଛି ଇଂଲଣ୍ଡ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ୨୩୧ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର ୨୦୨ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଫଳରେ ୨୮ ରନରେ ବିଜୟ ସହ ୦-୧ରେ ଆଗୁଆ ରହିଛି ଇଂଲଣ୍ଡ। ଆଜି ଚତୁର୍ଥ ଦିନରେ ଇଂଲଣ୍ଡ ତା'ର ଦ୍ୱିତୀୟ ଇନିଂସରେ ୪୨୦ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ମ୍ୟାଚ୍ ଜିତିବାକୁ ହେଲେ ଭାରତ ଆଗରେ ୨୩୧ ରନର ଟାର୍ଗେଟ ରହିଥିଲା। ହେଲେ କୌଣସି ବ୍ୟାଟ୍ସମ୍ଯାନ୍ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ।

ରୋହିତ ଶର୍ମା କିଛି ସମୟ ଷ୍ଟାଡିୟମରେ ରହି ୩୯(୫୮) ରନ୍ କରିଥିଲେ ମଧ୍ୟ ଯଶସ୍ୱୀ ଜୈସ୍ୱାଲ ୧୫(୩୫) ରନ୍ କରି ପାଭିଲିଅନ୍ ଫେରି ଯାଇଥିଲେ। ସେହିପରି ଶୁବମନ ଗିଲ୍ ଖାତା ଖୋଲି ପାରିନଥିଲେ। କେ.ଏଲ ରାହୁଲ ଏବଂ ଅକ୍ଷର ପଟେଲ ମଧ୍ୟ ସଙ୍ଘର୍ଶ କରି ଯଥାକ୍ରମେ ୨୨ ଏବଂ ୧୭ ରନ୍ କରି ପାଭିଲିଅନ୍ ଫେରି ଯାଇଥିଲେ।
ରାହୁଲ ଆଉଟ୍ ହୋଇଯିବା ପରେ ରବୀନ୍ଦ୍ର ଜାଡେଜା ଆୟରଙ୍କ ସାଥ୍ ଦେଇଥିଲେ। ମାତ୍ର ୨ ରନ୍ କରି ଜାଡେଜା ରନ୍ ଆଉଟ୍ ହୋଇଥିଲେ। ଏହାପରେ ୧୩ ରନ୍ କରିଥିବା ବେଳେ ଜ୍ୟାକ୍ ଲିଚଙ୍କ ଶିକାର ହୋଇଥିଲେ ଆୟର। ତଥାପି ଶ୍ରିକାର ଭରତ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ଯୋଡି ଆସ୍ୱସ୍ଥି ଦେଇଥିଲେ।












Click it and Unblock the Notifications