ଟି-20 ବିଶ୍ଵକପ: ପାରମ୍ପରିକ ଲଢେଇରେ ଅଷ୍ଟ୍ରେଲିଆକୁ 8 ୱିକେଟ ମାତ ଦେଲା ଇଂଲଣ୍ଡ

ଦୁବାଇ : ଟି-20 ବିଶ୍ଵକପ ସୁପର-12 ଗୃପ ୱାନ ମ୍ଯାଚରେ ଅସ୍ଟ୍ରେଲିଆକୁ 8 ୱିକେଟରେ ପରାସ୍ତ କରିଛି ଇଂଲଣ୍ଡ। ପ୍ରଥମେ ବ୍ୟାଟି ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୧୦ ୱିକେଟ ହରାଇ ୧୨୫ ରନ୍ ହାସଲ କରିଥିଲା। ଧାର୍ଯ୍ଯ ୧୨୬ ରନର ପିଛା କରି ମାତ୍ର ୨ ୱିକେଟ୍ ହରାଇ ୧୧.୪ ଓଭରରେ ବିଜୟ ହୋଇଛି ଇଂଲଣ୍ଡ। ଇଂଲଣ୍ଡ ପକ୍ଷରୁ ଦୁଇ ଓପନର ଜେସନ୍ ଲୟ ଓ ଜସ୍ ବଟଲର୍ ପ୍ରଥମ ୱିକେଟ୍ ପାଇଁ ୬୬ ରନ୍ ଯୋଡିଥିଲେ। ବଟଲର ୩୨ ବଲରୁ ପାଞ୍ଚ ଚଉକା ଓ ପାଞ୍ଚ ଛକା ବଳରେ ସର୍ବାଧିକ ୭୧ ରନ୍ ସ୍କୋର୍ କରିଥିଲେ। ଶେଷରେ ଡେଭିଡ୍ ମଲାନ୍ (୮ ବଲରୁ ୮ ରନ୍) ଓ ଜନି ବେଆଷ୍ଟୋ (୧୧ ବଲରୁ ୧୬ ରନ୍) ଙ୍କ ଯୋଡି ଇଂଲଣ୍ଡ ପାଇଁ ବିଜୟ ପାଳି ଖେଳିଥିଲେ।

T-20 World Cup England vs Australia

ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଫଳରେ ପ୍ରଥମେ ବ୍ୟାଟିଙ୍ଗ କରୁଥିବା ଅଷ୍ଟ୍ରେଲିଆ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଚାଲିଥିବା ଟି-୨୦ ବିଶ୍ବକପ ଗ୍ରୁପ-୧ର ଏକ ମ୍ୟାଚରେ ଇଂଲଣ୍ଡ ଆଗରେ ୧୨୬ରନର ବିଜୟ ଲକ୍ଷ୍ୟ ରଖିଥିଲା ଅଷ୍ଟ୍ରେଲିଆ । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ନିୟମିତ ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅଧିନାୟକ ଆରନ ଫିଞ୍ଚ୍ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତି ନେଇଯାଇଥିଲେ । ସେ ୪୪ରନ କରିଥିଲେ । ଦଳର ନିମ୍ନଭାଗ ବ୍ୟାଟ୍ସମ୍ୟାନମାନଙ୍କ ଉପଯୋଗୀ ଯୋଗଦାନ ଫଳରେ ଦଳ ୨୦ ଓଭରରେ ୧୨୫ରନ କରି ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ କ୍ରିସ ଜୋର୍ଡାନ ୩ଟି, କ୍ରିସ ଓକ୍ସ ଓ ଟାଇମାଲ ମିଲ୍ସ ୨ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ଉଭୟ ଦଳ ଏପର୍ଯ୍ୟନ୍ତ ୨ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି ଓ ବିଜୟ ଲାଭ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+