ଆଜି କଟକ ବାରବାଟୀରେ ଇଂଲଣ୍ଡ ଓ ଭାରତ ମୁହାଁମୁହିଁ, ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଆଜି ସୁପର୍ ସଣ୍ଡେରେ ସୁପରସୋ ମୁକାବିଲା । କଟକରେ ଭାରତ-ଇଂଲଣ୍ଡ ଦିନିକିଆ ଟକ୍କର । ମହାଲଢ଼େଇ ପାଇଁ ପ୍ରସ୍ତୁତ ରହିଛି ବାରବାଟୀ ଷ୍ଟାଡ଼ିୟମ । ଛକା, ଚୌକା ବର୍ଷା ଭିତରେ ହାଇସ୍କୋରିଂ ମ୍ୟାଚ୍ ଆଶା ।କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ,ଉତ୍କଣ୍ଠା । ପାଞ୍ଚବର୍ଷର ପ୍ରତୀକ୍ଷା ପରେ ବାରବାଟୀକୁ ଏକଦିବସୀୟ କ୍ରିକେଟ୍‌ ଫେରିଥିବାରୁ ଦର୍ଶକଙ୍କଠାରୁ ଆରମ୍ଭ କରି ଖେଳାଳି, ଅଧିକାରୀ ସମସ୍ତେ ଅଛନ୍ତି ଉତ୍ସାହିତ। ଆଜି ମ୍ୟାଚ ଜିତି ଭାରତ ୱାନଡେ ସିରିଜ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି। ବାରବାଟୀ ସବୁବେଳେ ଭାରତୀୟ ଦଳ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି ।

England and India

ଏଠାରେ ଭାରତୀୟ ଦଳ ମୋଟ ଉପରେ ୧୭ ଏକଦିବସୀୟ ମ୍ୟାଚ୍ ଖେଳିଥିଲା ବେଳେ ୧୩ଟି ମ୍ୟାଚ୍ ଜିତିଛି। ମାତ୍ର ୪ଟି ହାରିଛି। ୨୦୧୯ ମସିହାରେ ଭାରତ ଶେଷ ଥର ପାଇଁ ଏଠାରେ ୱେଷ୍ଟଇଣ୍ଡିଜ୍‌କୁ ଭେଟିଥିଲା। ଏଥର ମଧ୍ୟ ଭାରତ ସେହି ସଫଳତା ଦୋହରାଇ ଇଂଲଣ୍ଡ ବିପକ୍ଷରେ ବାରବାଟୀରେ ହିଁ ଶୃଙ୍ଖଳା ବିଜୟର ସଫଳତା ଛୁଇଁବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। କୋହଲି ଫେରିବା ଏକପ୍ରକାର ନିଶ୍ଚିତ ଥିବାରୁ ଭାରତୀୟ ଏକାଦଶରେ କିଛିଟା ଅଦଳ ବଦଳ ହେବ। ମ୍ୟାଚ୍‌ର ପୂର୍ବଦିନ ଆହତ ବ୍ୟାଟର୍ କୋହଲି କୋହଲି ଫିଟ୍ ଘୋଷିତ ହେବା ମଧ୍ୟ କ୍ରିକେଟ୍‌ପ୍ରେମୀଙ୍କ ଖୁସିକୁ ଦ୍ବିଗୁଣିତ କରିଛି। ଭାରତୀୟଦଳର ଅଭ୍ୟାସ ବେଳେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଆଗୁଆସେମାନେ ଟିମ୍ ଇଣ୍ଡିଆର ମନୋବଳ ବଢ଼ାଇଛନ୍ତି। ଅନ୍ୟପକ୍ଷରେ ଚଳିତ ଭାରତ ଗସ୍ତରେ ଖେଳିଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୧-୪ରେ ହାରିଥିବା ଇଂଲଣ୍ଡ ପ୍ରଥମ ଦିନିକିଆରେ ପରାସ୍ତ ହୋଇ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୦-୧ରେ ପଛୁଆ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+