ଇଂଲଣ୍ଡ ମୁହଁରୁ ବିଜୟ ଛଡ଼ାଇ ଆଣିଲେ କମିନ୍ସ, ଦୁଇ ୱିକେଟରେ ଜିତିଲା ଅଷ୍ଟ୍ରେଲିଆ
England vs Australia Ashes Series 2023: ଚଳିତ ବର୍ଷର ଆସେସ୍ ଟେଷ୍ଟ ସିରିଜ୍ ଅଷ୍ଟ୍ରେଲିଆ ଦଳର ବିଜୟ ସହିତ ଆରମ୍ଭ କରିଛି । ବର୍ମିଂହାମ ଠାରେ ଅନୁଷ୍ଠିତ ହୋଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ସିରିଜ୍ ମୁକାବିଲାରେ କଙ୍ଗାରୁ ଦଳ ୨ ୱିକେଟରେ ଚମତ୍କାର ଢଙ୍ଗରେ ମ୍ୟାଚ ଜିତି ନେଇଥିଲା ।

ବର୍ମିଂହାମର ଏଜ୍ବାଷ୍ଟନ୍ରେ ଖେଳାଯାଇଥିବା ଏହି ଟେଷ୍ଟ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ସମ୍ମୁଖରେ ୨୮୧ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା। ଉସମାନ ଖୱାଜାଙ୍କ ବ୍ୟତୀତ କଙ୍ଗାରୁ ଦଳ ପାଇଁ କେହି ଲମ୍ବା ଲଢ଼ି ପାରିନଥିଲେ। ବିଜୟ ପାଇଁ ଆହୁରି ୫୪ ରନ୍ ଆବଶ୍ୟକ ଥିବାବେଳେ ଅଷ୍ଟ୍ରେଲିଆ ଅଷ୍ଟମ ୱିକେଟ୍ ହରାଇଥିଲା। କିନ୍ତୁ ଅଧିନାୟକ ପ୍ୟାଟ୍ କମିନ୍ସ (୭୩ ବଲ୍ରୁ ୪୪* ରନ୍) ଏବଂ ନାଥନ୍ ଲାୟନ୍ (୨୮ ବଲରୁ ୧୬* ରନ୍) ନବମ ୱିକେଟ୍ ପାଇଁ ୧୨ ଓଭରରୁ ୫୫* ରନ୍ ଯୋଡ଼ି ଇଂଲଣ୍ଡ ହାତାରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ।
ରବିନସନଙ୍କୁ ଥାର୍ଡ ମ୍ୟାନ୍ ଅଞ୍ଚଳକୁ ଚୌକା (ମିସ୍ଫିଲ୍ଡ) ମାରି କମିନ୍ସ ମଧ୍ୟ ଏହି ସ୍ମରଣୀୟ ବିଜୟର ମୁଣ୍ଡି ମାରିଥିଲେ। ଏଥି ସହ ଅଷ୍ଟ୍ରେଲିଆ ମଧ୍ୟ ୨୦୦୫ ମସିହା ଏଜବାଷ୍ଟନ୍ ପରାଜୟ ସ୍ମୃତିକୁ ଭୁଲିଯାଇଛି। ୧୮ ବର୍ଷ ତଳେ ସମାନ ପରିସ୍ଥିତିରେ ୨୮୨ ରନ୍କୁ ପିଛା କରିଥିବା ଅଷ୍ଟ୍ରେଲିଆ ୨ ରନ୍ରେ ହାରିଯାଇଥିଲା।
ଏହି ମ୍ୟାଚରେ ଇଂଲଣ୍ଡ ଟିମ୍ ୮ୱିକେଟ ହରାଇ ୩୯୩ ରନ୍ କରିବା ପରେ ପ୍ରଥମ ଦିନରେ ୧୧ ଓଭର ପୂର୍ବରୁ ନିଜର ପାଳି ଘୋଷଣା କରିଦେଇଥିଲା । ଅଷ୍ଟ୍ରେଲିଆ ଏହାପରେ ୩୮୬ ରନ୍ କରିଥିଲା । ତୃତୀୟ ଦିନରେ ଇଂଲଣ୍ଡ ଦ୍ବିତୀୟ ପାଳିରେ ୨ ୱିକେଟ ହରାଇ ୨୮ ରନ୍ କରିଥିଲା । କିନ୍ତୁ ବର୍ଷା ଯୋଗୁଁ ଖେଳ ଅଧାରେ ବନ୍ଦ ହୋଇଥିଲା । ପ୍ରଥମ ପାଳିର ମାତ୍ର ୭ ରନରେ ଆଗୁଆ ଥିବା ଇଂଲଣ୍ଡ ଟିମ୍ ଖରାପ ବୋଲିଂ କରିଥିଲା । ଆଉ ଇଂଲଣ୍ଡର ଦ୍ବିତୀୟ ପାଳିରେ ମାତ୍ର ୨୭୩ ରନ୍ କରି ଅଲଆଉଟ୍ ହୋଇଥିଲା ଟିମ୍ ।












Click it and Unblock the Notifications