ଭାରତକୁ 128 ରନରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଚାମ୍ପିଅନ୍ ବନିଲା ପାକିସ୍ତାନ

Emerging Asia Cup 2023: ଏମର୍ଜିଂ ଏସିଆ କପ୍ 2023ର ଫାଇନାଲ ମ୍ୟାଚ୍ କଲମ୍ବୋରେ ଇଣ୍ଡିଆ-ଏ ବନାମ ପାକିସ୍ତାନ-ଏ ମଧ୍ୟରେ ଖେଳା ଯାଇଥିଲା । ଏହି ହାଇ-ଭୋଲଟେଜ ମୁକାବିଲାକୁ ପାକିସ୍ତାନ-ଏ 128 ରନରେ ଜିତି ନେଇଛି ।

ଏହି ମ୍ୟାଚରେ ପାକିସ୍ତାନ-ଏ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 8 ୱିକେଟ୍ ହରାଇ 352 ରନ୍ ସଂଗ୍ରହ କରିଥିଲା । ତେବେ ଜବାବରେ ଭାରତୀୟ ଦଳ ମାତ୍ର 40 ଓଭର ଖେଳି 224 ରନରେ ଅଲଆଉଟ୍ ହୋଇଥିଲା । ପାକିସ୍ତାନ ପାଇଁ ତାଇୟାବ ତାହିର (108) ସବୁଠାରୁ ଚମତ୍କାର ପ୍ରଦର୍ଶନ କରିଥିଲା । ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ତାହିର 12 ଚୌକା ଓ ଚାରିଟି ଛକା ସହାୟତାରେ 71 ବଲରେ 108 ରନ୍ ସ୍କୋର କରି ଦଳକୁ ଏକ ଦୃଢ ସ୍ଥିତିରେ ପହଞ୍ଚାଇ ଥିଲେ ।

ପାକିସ୍ତାନ-ଏ ଟିମ୍ ଏହି ଫାଇନାଲ ମ୍ୟାଚ ଜିତି ଦ୍ୱିତୀୟ ଥର ପାଇଁ ଏମର୍ଜିଂ ଏସିଆ କପ୍ ଟାଇଟଲ୍ ଜିତିଛି । ଏହା ପୂର୍ବରୁ, 2019 ସଂସ୍କରଣରେ ଦଳ ବାଂଲାଦେଶକୁ ପରାସ୍ତ କରି ବିଜେତା ହୋଇଥିଲେ ।

Emerging Asia Cup 2023

ତାଇବ ତାହିରଙ୍କ ଶତକୀୟ (108) ପାଳି ଏବଂ ଓପନର୍ ସାଇମ ଆୟୁବ (59) ଏବଂ ସାହିବଜଡା ଫରହାନ (65)ଙ୍କ ଇଂନିସ ବଳରେ ପାକିସ୍ତାନ 353 ର ଏକ ବୃହତ୍ ଲକ୍ଷ୍ୟ ସ୍ଥିର କରିଥିଲା । ଭାରତୀୟ ବୋଲରମାନେ ପାକିସ୍ତାନର ଇନିଂସ ଶେଷ ହେବା ପର୍ଯ୍ୟନ୍ତ ବହୁ ରନ୍ ବ୍ୟୟ କରିଥିଲେ । ଅପରପକ୍ଷେ କିନ୍ତୁ ବ୍ୟାଟିଂ ପାଳିରେ ସମକକ୍ଷ ରନ କରିବାକୁ ଅସମର୍ଥ ହୋଇଥିଲେ ।

ପାକିସ୍ତାନ-ଏ'ର ଟାର୍ଗେଟକୁ ଗୋଡ଼ାଇ ଟିମ୍ ଇଣ୍ଡିଆର ବ୍ୟାଟିଂ ବହୁତ ଖରାପ ହୋଇଥିଲା । ଟିମ୍ ଇଣ୍ଡିଆ ପାଇଁ ଅଭିଷେକ ଶର୍ମା ସର୍ବାଧିକ 61 ରନ୍ ସଂଗ୍ରହ କରିଥିଲା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବିଶେଷ କିଛି କରିପାରି ନଥିଲେ । ଏହି କାରଣରୁ ଭାରତୀୟ ଦଳ 40 ଓଭରରେ 10 ୱିକେଟ୍ ହରାଇ ମାତ୍ର
224 ରନ କରି ପାରିଥିଲା ।

ତେବେ ଇଣ୍ଡିଆ-ଏ ର ବୋଲିଂ ବିଭାଗ ବିଷୟରେ କହିଲେ, ରିୟାନ୍ ପାରାଗ ନିଶ୍ଚିତ ଭାବରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିଥିଲେ । ରିୟାନ୍ 4 ଓଭରରେ 24 ରନ୍ ପାଇଁ 2 ୱିକେଟ୍ ନେଇଥିଲେ । ରାଜଭାରନ୍ ହଙ୍ଗର୍ଗକର 2ଟି ୱିକେଟ୍ ନେଇଥିବା ବେଳେ ହର୍ଷିତ ରାଣା, ମନଭ ସୂତାର ଏବଂ ନିଶାନ୍ତ ସିନ୍ଧୁ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+