Get Updates
Get notified of breaking news, exclusive insights, and must-see stories!

ଭାରତୀୟ ଟିମର ଷ୍ଟାର ବୋଲର ମହମ୍ମଦ ସାମିଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍

ଭାରତୀୟ ଟିମର ଷ୍ଟାର ବୋଲର ହମମ୍ମଦ ଶାମି ନିର୍ବାଚନ କମିଶନଙ୍କ ପକ୍ଷରୁ ଡାକରା ଆସିଛି । ଏସଆଇଆର ସହ ଜଡ଼ିତ ଶୁଣାଣି ଲାଗି କୋଲକାତାର ଯାଦବପୁରରେ ଥିବା ଏକ ସ୍କୁଲକୁ ତାଙ୍କୁ ଡକାଯାଇଥିଲା । କିନ୍ତୁ ସେ ରାଜକୋଟରେ ବିଜୟ ହାଜରେ ଟ୍ରଫି ଖେଳୁଥିବାରୁ ଶୁଣାଣି ପାଇଁ ଆସିପାରିନଥିଲେ । ଏସଆଇର ପ୍ରସଙ୍ଗରେ ତାଙ୍କୁ ନୋଟିସ ହୋଇଥିଲା ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି ।

Mohammed Shami

ସୋମବାର ଶାମି ଏବଂ ତାଙ୍କ ଭାଇଙ୍କୁ ପହଞ୍ଚିବାକୁ କୁହାଯାଇଥିଲା । କିନ୍ତୁ ଶାମି ନିର୍ବାଚନ କମିଶନଙ୍କୁ ଆଉ ଏକ ତାରିଖ ମାଗିଥିଲେ । ଏବେ ନିର୍ବାଚନ କମିଶନ ତାଙ୍କର ଅନୁରୋଧ ରଖା କରି ନୂଆ ତାରିଖ ଦେଇଛନ୍ତି । ଏବେ ମହମ୍ମଦ ଶାମିଙ୍କ ଶୁଣାଣି ଜାନୁଆରୀ ୯ରୁ ଜାନୁଆରୀ ୧୧ ମଧ୍ୟରେ ହେବ । ମହମ୍ମଦ ଶାମି କୋଲକତା ମ୍ୟୁନିସିପାଲ କର୍ପୋରେସନର ୱାର୍ଡ ନମ୍ବର ୯୩ର ଜଣେ ଭୋଟର ।

ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ଶାମି ଏବଂ ତାଙ୍କ ଭାଇଙ୍କ ଦ୍ୱାରା ଦାଖଲ କରାଯାଇଥିବା ଗଣନା ଫର୍ମରେ କିଛି ତ୍ରୁଟି ମିଳିଛି । ତେଣୁ ଉଭୟଙ୍କୁ ଶୁଣାଣି ପାଇଁ ଡକାଯାଇଥିଲା । ଯଦିଓ ମହମ୍ମଦ ଶାମି ଉତ୍ତର ପ୍ରଦେଶର ମୂଳ ବାସିନ୍ଦା, ସେ ତାଙ୍କର କ୍ରିକେଟ କ୍ୟାରିୟର ଯୋଗୁଁ ବହୁ ବର୍ଷ ଧରି କୋଲକାତାରେ ରହୁଛନ୍ତି ।

ପଶ୍ଚିମବଙ୍ଗରେ ଚାଲିଥିବା ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ ଅଭିଯାନରେ ଏହି ଘଟଣା ସାମ୍ନାକୁ ଆସିଛି । ଭୋଟର ତାଲିକାଗୁଡ଼ିକୁ ଅପଡେଟ୍ କରାଯାଉଛି । ସାଧାରଣ ଭୋଟରଙ୍କ ପରି ଏହି ପ୍ରକ୍ରିୟାର ଅଂଶ ସ୍ୱରୂପ ଅନେକ ପ୍ରମୁଖ ବ୍ୟକ୍ତିଙ୍କୁ ନୋଟିସ୍ ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+