Get Updates
Get notified of breaking news, exclusive insights, and must-see stories!

ସ୍ୱପ୍ନିଲ ଆଣିଲେ ବ୍ରୋଞ୍ଜ, ତାଙ୍କୁ ଏତିକି କୋଟି ଟଙ୍କା ଦେବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Paris Olympics 2024: ଅଲିମ୍ପିକ୍ସରେ ଆଜି ଭାରତକୁ ମିଳିଛି ଆଉ ଏକ ପଦକ । ମେନ୍ସ ୫୦ ମିଟର ରାଇଫଲ ୩ ପୋଜିସନରେ ସ୍ୱପ୍ନିଲ କୁସାଲେଙ୍କୁ ମିଳିଛି ବ୍ରୋଞ୍ଜ ପଦକ । ଭାରତ ପାଇଁ ତୃତୀୟ ପଦକ ହାସଲ କଲେ ଏହି ସୁଟର । ପ୍ରଥମ ଥର ପାଇଁ ଜଣେ ଭାରତୀୟ ସୁଟର ଅଲିମ୍ପିକ୍ ଇଭେଣ୍ଟରେ ମେନ୍ସ ୫୦ ମିଟର ରାଇଫଲ ୩ ପୋଜିସନରେ ପଦକ ଜିତିଛନ୍ତି ।

ସ୍ୱପ୍ନିଲ କୁସାଲେଙ୍କ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ବଡ଼ ଘୋଷଣା କରିଛନ୍ତି । ସେ ସ୍ୱପ୍ନିଲ କୁସାଲେଙ୍କୁ ଏକ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଏଥିସହିତ ସିଏମ ସ୍ୱପ୍ନିଲଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ପରିବାର ଏବଂ ତାଙ୍କ ପ୍ରଶିକ୍ଷକଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଏହା ଆମର ମହାରାଷ୍ଟ୍ରର ଗର୍ବ ।

Swapnil Kusale

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଶିନ୍ଦେ କହିଥିଲେ ଯେ କୋଲହାପୁରର ବାସିନ୍ଦା ସ୍ୱପ୍ନିଲ କୁସାଲେ ନିଶ୍ଚିତ ଭାବରେ ସରକାରଙ୍କଠାରୁ ଆବଶ୍ୟକ ସହାୟତା ପାଇବେ । ଏବେ ସିଏମ ତାଙ୍କୁ ୧ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+