IPL 2025: ମାର୍ଚ୍ଚ ୨୨ରୁ ଆରମ୍ଭ ହେବ IPL,ମେ ୨୫ରେ ଫାଇନାଲ୍
ମାର୍ଚ୍ଚ ୨୨ରୁ ଆରମ୍ଭ ହେବ IPL,ମେ ୨୫ରେ ଫାଇନାଲ୍ । ଆଇପିଏଲ ମହାସମର ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଏନେଇ ଆଜି ପୂରା ମ୍ୟାଚ ସୂଚୀ ଜାରି କରାଯାଇଛି । ପ୍ରଥମ ମ୍ୟାଚ ମାର୍ଚ୍ଚ ୨୨ରେ କୋଲକାତା- ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ଓପନିଂ ମ୍ୟାଚ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯିବ । ମେ ୨୫ରେ ଆଇପିଏଲ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

ମାର୍ଚ୍ଚ ୨୩ରେ ଆଇପିଏଲର ଦୁଇ ବଡ଼ ଦଳ ଚେନ୍ନାଇ ସୁପରକିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ଏଥର ଆଇପିଏଲରେ ୧୩ଟି ସହରର ୧୦ଟି ଦଳ ମଧ୍ୟରେ ନକଆଉଟ୍ କିମ୍ବା ପ୍ଲେଅଫ୍ ମ୍ୟାଚକୁ ମିଶାଇ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। ମାର୍ଚ୍ଚ ୨୨ରୁ ମେ ୧୮ ମଧ୍ୟରେ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ଗତଥର ଭଳି ଏଥର ବି ଆଇପିଏଲରେ ୧୦ ଟିମ ଭାଗନେବେ ।












Click it and Unblock the Notifications