Get Updates
Get notified of breaking news, exclusive insights, and must-see stories!

Dutee Chand: ଦୂତି ଚାନ୍ଦଙ୍କ କାର୍‌କୁ ପିଟିଲା ଟ୍ରକ୍‌

୧୬ ନମ୍ବର ଜାତୀୟ ରାଜପଥର କଟକ ମଧୁପାଟଣା ନିକଟରେ ଗୁରୁବାର ରାତି ପ୍ରାୟ ୮ଟାରେ ଅଲିମ୍ପିଆନ ଦୂତି ଚାନ୍ଦଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୂତି ସୁରକ୍ଷିତ ଥିବାବେଳେ ତାଙ୍କ କାର୍‌ କ୍ଷତିଗ୍ରସ୍ତ ହୋଇଛି। ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଦୂତି କୌଣସି କାର୍ଯ୍ୟକ୍ରମରେ ଯୋଗଦେଇ ଯାଜପୁରରୁ ଭୁବନେଶ୍ୱର ଅଭିମୁଖେ କାର୍‌ରେ ଆସୁଥିଲେ ।

Dutee Chand

ମଧୁପାଟଣା ନିକଟରେ ତାଙ୍କ କାରକୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା । ପରେ ଟ୍ରକ୍‌ ଚାଳକ ତାଙ୍କୁ ଦୁର୍ବ୍ୟବହାର କରି ପଳାଇ ଯାଉଥିଲେ। ହେଲେ ଦୂତି ଗୋଡ଼ାଇ ଗୋଡ଼ାଇ ଉକ୍ତ ଟ୍ରକ୍‌କୁ କାବୁ କରିଥିଲେ । ଖବରପାଇ ମଧୁପାଟଣା ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିବା ସହ ଚାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏନେଇ ଦୂତି ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୩୩୧/୨୪) ରୁଜୁ କରିଥିବା ଆଇଆଇସି ଚିତ୍ତରଞ୍ଜନ ରାଉତ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+