ଅଲିମ୍ପିକ୍ସରେ ଦୂତୀଙ୍କ ବିଫଳତା ପାଇଁ ପ୍ରେମ ବ୍ୟାପାର ଦାୟୀ: ସରସ୍ୱତୀ ଚାନ୍ଦ

ଚଳିତ ଟୋକିଓ ଅଲିମ୍ପିକ୍ସରେ ଉଭୟ ୧୦୦ ଓ ୨୦୦ ମିଟରରେ ନିରାଶ କରିଛନ୍ତି ଓଡିଶାର ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ। ତେବେ ଦୂତୀଙ୍କ ବିଫଳତାରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କର ବଡ ଭଉଣୀ ସରସ୍ୱତୀ ଚାନ୍ଦ ।

ଭୁବନେଶ୍ୱର: ଚଳିତ ଟୋକିଓ ଅଲିମ୍ପିକ୍ସରେ ଉଭୟ ୧୦୦ ଓ ୨୦୦ ମିଟରରେ ନିରାଶ କରିଛନ୍ତି ଓଡିଶାର ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ। ତେବେ ଦୂତୀଙ୍କ ବିଫଳତାରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କର ବଡ ଭଉଣୀ ସରସ୍ୱତୀ ଚାନ୍ଦ । ସେ କହିଛନ୍ତି, ଖେଳରେ ମନ ଦେବା ବଦଳରେ ଦୂତୀ ପ୍ରେମ ବ୍ୟାପାରରେ ମାତିଥିଲେ ।

Dutee Chands Elder Sister Saraswati Chand

ସରସ୍ୱତୀ ଚାନ୍ଦ ଫେସବୁକରେ ଏକ ଭିଡିଓ ପୋଷ୍ଟ କରି ଦୌଡରାଣୀ ଉପରେ ଖୁବ ବର୍ଷିଛନ୍ତି । ସେ କହିଛନ୍ତି, ଦୂତୀ ୧୦୦ ଓ ୨୦୦ ମିଟରରେ ଯେଉଁଭଳି ପ୍ରଦର୍ଶନ କରିଛନ୍ତି, ତାହା ଅତ୍ୟନ୍ତ ନିରୁତ୍ସାହିତ ଓ ଲଜ୍ଜାଜନକ। ଦୂତୀଙ୍କ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ସରକାର ଗତ ୪ ଚାରି ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। କିନ୍ତୁ ଦୂତୀ ସେ ପଇସାର ମୂଲ୍ୟ ଦେଇପାରିଲା ନାହିଁ।

ଏହା ପରେ ସରସ୍ୱତୀ, ଉଭୟ ଦୂତୀ ଓ ତାଙ୍କ ଷ୍ଚପ୍ ୱାଚ୍ କୋଚଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରିଛନ୍ତି। ବେକରେ ହ୍ୱିସିଲ୍ ଝୁଲାଇ, ହାପ୍ ପ୍ୟାଣ୍ଟ ପିନ୍ଧି ଷ୍ଟାଡିୟମରେ ବୁଲିଗଲେ କେହି କେବେ ଆନ୍ତର୍ଜାତୀୟ କୋଚ୍ ହୋଇଯାଆନ୍ତି ନାହିଁ। ଦୂତୀକୁ ଅଲମ୍ପିକରେ ଦୈଡାଇବା ଗୋଟିଏ ସଫଳତା ନୁହଁ, ସେ ଫାଇନାଲରେ ଯିବା କଥା। ତାହା ସେମାନେ କରାଇ ପାରିଲେ ନାହିଁ। କିନ୍ତୁ ମଜା କରିବା, ଭୁବନେଶ୍ୱରର ଗୋଟିଏ ରୁମରେ ରହି ଫିଷ୍ଟ କରିବା, କଲିକତା ବୁଲିବା, ପଞ୍ଜାବ ଟୁରରେ ମାତିଲେ। ଯେଉଁ ସମୟରେ କ୍ରୀଡା ଉପରେ ଧ୍ୟାନ ଦେବାର ଥିଲା ସେହି ସମୟରେ ପ୍ରେମ ବ୍ୟପାରର ମୁଣ୍ଡ ପୁରାଇଲେ। ସେଥିପାଇଁ ପ୍ରଦର୍ଶନ ଖରାପ ହେଲା ବୋଲି ଦୂତୀଙ୍କ ଭଉଣୀ କହିଛନ୍ତି।

ସେ ପୁଣି କହିଛନ୍ତି, ଯେଉଁ ସମୟରେ ଖେଳ ଉପରେ ଧ୍ୟାନ ଦେବା କଥା, ସେହି ସମୟରେ ସେ ପ୍ରେମ ବ୍ୟାପାରରେ ମୁଣ୍ଡ ପୁରାଇଥିଲେ। ଯେଉଁ କାରଣରୁ ଆଜିର ପ୍ରଦର୍ଶନ ଉପରେ ତାହା ପ୍ରଭାବ ପକାଇଛି। ଯଦି ଦୂତୀ ଦୁଇଥର ଅଲିମ୍ପିକ୍ସରେ ଭାଗ ନେଇ ମହାନ ହେଇଗଲା, ତାହେଲେ ସୀମା ପୁନିଆଙ୍କ ଠାରୁ ଆରମ୍ଭ କରି ଅନେକ ଆଥଲେଟ୍ ତିନି-ଚାରିଥର ଅଲିମ୍ପିକ୍ସ ଖେଳିଛନ୍ତି। ଏମାନଙ୍କୁ ମଧ୍ୟ ମହାନ କୁହାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+