ଅଲମ୍ପିକ୍ ଟିକେଟ୍ ନେଇ ଓଡିଶା ଫେରିଲେ ଦୂତୀ; ସମାଲୋଚକଙ୍କୁ ଦେଲେ ମୁହଁ ତୋଡ ଜବାବ
କ୍ୟାରିଅର ଦ୍ୱିତୀୟ ଅଲମ୍ପିକ୍ ଟିକେଟ୍ ହାତେଇବା ପରେ ଆଜି ଓଡିଶା ଫେରିଛନ୍ତି ଦୌଡରାଣୀ ଦୂତୀ ଚାନ୍ଦ । କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ଭୁବନେଶ୍ୱର: କ୍ୟାରିଅର ଦ୍ୱିତୀୟ ଅଲମ୍ପିକ୍ ଟିକେଟ୍ ହାତେଇବା ପରେ ଆଜି ଓଡିଶା ଫେରିଛନ୍ତି ଦୌଡରାଣୀ ଦୂତୀ ଚାନ୍ଦ । କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ସାମିଲ ହୋଇ ଦୂତୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ତେବେ ଓଡିଶା ଫେରି ସମାନଲୋକଙ୍କୁ ମୁହଁ ତୋଡ ଜବାବ ଦେଇଛନ୍ତି ଦୂତୀ ।

ଆୟୋଜିତ କାର୍ଯ୍ୟକ୍ରମରେ ଦୂତି କହିଛନ୍ତି, ଓଡିଶାର ଏକମାତ୍ର ଆଥଲେଟ ଭାବେ ଦୁଇ ଦୁଇ ଥର ମୁଁ ଅଲମ୍ପିକ୍ ଯୋଗ୍ୟତା ଅର୍ଜନ କରିଛି । ଏଥି ପାଇଁ ମୋତେ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଥିଲା । ମାତ୍ର ସେହି ସମୟରେ ମଧ୍ୟ ଅନେକ ଲୋକ ମୋତେ ହତୋତ୍ସହିତ କରିଥିଲେ । ଅନେକ କହିଥିଲେ ଦୂତୀ ଦ୍ବାରା ଆଉ ଖେଳ ହେବନି । କାରଣ ମୁଁ ପ୍ରେମ କରୁଛି । ମାତ୍ର ମୁଁ ପ୍ରେମ ସହ ଖେଳକୁ ମଧ୍ୟ ଅଧିକ ଗୁରୁତ୍ବ ଦିଏ ବୋଲି ଦୂତୀ କହିଛନ୍ତି । ସେ କହିଛନ୍ତି ଆଥଲେଟ ଜଣେ ସାଧାରଣ ମଣିଷ, ତାର ମଧ୍ୟ ନିଜର ବ୍ୟକ୍ତିଗତ ଜୀବନ ଅଛି । ତେବେ 2021 ଅଲମ୍ପିକ୍ ଯୋଗ୍ୟତା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ ଆଥଲେଟିକ୍ ଫେଡେରେସନକୁ ଧନ୍ୟବାଦ ଦେଇଛନ୍ତି ।
ଉଲ୍ଲେଖଥାଉ କି, ୧୦୦ ଓ ୨୦୦ ମିଟର ମହିଳା ବର୍ଗ ଦୌଡ଼ରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି ଦୂତୀ । ବିଶ୍ୱ ମାନ୍ୟତା ଆଧାରରେ ଦୂତୀ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି । ବିଶ୍ୱ ମାନ୍ୟତାର ୧୦୦ ମିଟର ଦୌଡରେ ୪୪ ଓ ୨୦୦ ମିଟର ଦୌଡରେ ୫୧ ସ୍ଥାନରେ ଦୂତୀ ରହିଛନ୍ତି । ତେବେ ଟୋକିଓରେ ଦୌଡି ପଦକ ଆଣିବା ପାଇଁ ଆଶା ରଖିଛନ୍ତି ଦୂତୀ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications