ଦୂତିଙ୍କ ରାସ୍ତାରେ କରୋନା ସାଜିଛି କଣ୍ଟା, ମିଳି ନ ପାରେ ଅଲମ୍ପିକ୍ ଟିକେଟ୍

ଦେଶରେ ଜାରି ରହିଥିବା କରୋନା ବିପତ୍ତି କରାଣରୁ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରୁ ଖେଳିବାରୁ ବଞ୍ଚିତ ହୋଇପାରନ୍ତି ଦୂତି ।

ନୂଆଦିଲ୍ଲୀ: ଷ୍ଟାର ଓଡିଆ ଧାବିକା ତଥା ଓଡିଶାର ଦୌଡରାଣୀ ଦୂତି ଚାନ୍ଦଙ୍କ ଅଲମ୍ପିକ ରାସ୍ତରେ କରୋନା କଟକଣା ସାଜିଛି କଣ୍ଟା । ଦେଶରେ ଜାରି ରହିଥିବା କରୋନା ବିପତ୍ତି କରାଣରୁ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରୁ ଖେଳିବାରୁ ବଞ୍ଚିତ ହୋଇପାରନ୍ତି ଦୂତି ।

Dutee Chand

ସୂଚନାଥାଉ କି, ଆସନ୍ତା ମେ 1 ଓ 2 ତାରିଖରେ ପୋଲାଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଥିବା ଅଲମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ବିଶ୍ୱ ଆଥଲେଟିକ୍ ରିଲେ ପ୍ରତିଯୋଗିତାରେ ଯୋଗ ଦେବାକୁ ଓଡିଆ ଧାବିକା ଦୂତି ଚାନ୍ଦ ଓ ଆସାମ ଧାବିକା ହିମା ଦାସଙ୍କ କାର୍ଯ୍ୟକ୍ରମ ରହିଛି । ମାତ୍ର ଦେଶରେ ସଂପ୍ରତି କରୋନା ମାହାମାରୀ ପାଇଁ ଅମଷ୍ଟ୍ରଡାମକୁ ଭାରତୀୟ ଦଳର ସଂଯୁକ୍ତ ବିମାନ ବାତିଲ ହୋଇଛି । ଫଳରେ ନିର୍ଦ୍ଧାରିତ ସମୟରେ ଭାରତୀୟ ସ୍ପିଣ୍ଟର ମାନେ ପୋଲାଣ୍ଡରେ ପହଞ୍ଚି ପାରିବେ ନାହିଁ ବୋଲି ଆଶଙ୍କା କରଯାଉଛି ।

ତଥାପି ଭାରତୀୟ ଆଥଲେଟିକ୍ ଫେଡେରସନ ବିକଳ୍ପ ବିମାନ ଯୋଗାଡ କରିବା ପ୍ରୟାସରେ ରହିଛି । ଭାରତରୁ ପୋଲାଣ୍ଡକୁ କୌଣସି ସିଧାସଳଖ ବିମାନ ନଥିବାରୁ କୌଣସି ୟୁରୋପୀୟ ସହର ଦେଇ ପ୍ରତିଯୋଗିତା ସ୍ଥାନ ପୋଲାଣ୍ଡର ସେଲିଆସିଆରେ ପହଞ୍ଚିବା ଭଳି ବ୍ୟବସ୍ଥା ଉପରେ ଫେଡେରେସନ ନଡର ରଖିଛି । ଏହାସତ୍ତ୍ବେ ଆମ ଦଳ ବିଶ୍ବ ରିଲେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ନେଇ ଗୁରୁତର ସଂକଟ ସୃଷ୍ଟି ହୋଇଛି ବୋଲି ସଂଙ୍ଘର ଜଣେ ସଦସ୍ୟ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+