For Quick Alerts
Turn On Notification  
For Daily Alerts
Oneindia App Download

ଦୂତିଙ୍କ ରାସ୍ତାରେ କରୋନା ସାଜିଛି କଣ୍ଟା, ମିଳି ନ ପାରେ ଅଲମ୍ପିକ୍ ଟିକେଟ୍

ଦେଶରେ ଜାରି ରହିଥିବା କରୋନା ବିପତ୍ତି କରାଣରୁ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରୁ ଖେଳିବାରୁ ବଞ୍ଚିତ ହୋଇପାରନ୍ତି ଦୂତି ।

|

ନୂଆଦିଲ୍ଲୀ: ଷ୍ଟାର ଓଡିଆ ଧାବିକା ତଥା ଓଡିଶାର ଦୌଡରାଣୀ ଦୂତି ଚାନ୍ଦଙ୍କ ଅଲମ୍ପିକ ରାସ୍ତରେ କରୋନା କଟକଣା ସାଜିଛି କଣ୍ଟା । ଦେଶରେ ଜାରି ରହିଥିବା କରୋନା ବିପତ୍ତି କରାଣରୁ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରୁ ଖେଳିବାରୁ ବଞ୍ଚିତ ହୋଇପାରନ୍ତି ଦୂତି ।

Dutee Chand

ସୂଚନାଥାଉ କି, ଆସନ୍ତା ମେ 1 ଓ 2 ତାରିଖରେ ପୋଲାଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଥିବା ଅଲମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ବିଶ୍ୱ ଆଥଲେଟିକ୍ ରିଲେ ପ୍ରତିଯୋଗିତାରେ ଯୋଗ ଦେବାକୁ ଓଡିଆ ଧାବିକା ଦୂତି ଚାନ୍ଦ ଓ ଆସାମ ଧାବିକା ହିମା ଦାସଙ୍କ କାର୍ଯ୍ୟକ୍ରମ ରହିଛି । ମାତ୍ର ଦେଶରେ ସଂପ୍ରତି କରୋନା ମାହାମାରୀ ପାଇଁ ଅମଷ୍ଟ୍ରଡାମକୁ ଭାରତୀୟ ଦଳର ସଂଯୁକ୍ତ ବିମାନ ବାତିଲ ହୋଇଛି । ଫଳରେ ନିର୍ଦ୍ଧାରିତ ସମୟରେ ଭାରତୀୟ ସ୍ପିଣ୍ଟର ମାନେ ପୋଲାଣ୍ଡରେ ପହଞ୍ଚି ପାରିବେ ନାହିଁ ବୋଲି ଆଶଙ୍କା କରଯାଉଛି ।

ତଥାପି ଭାରତୀୟ ଆଥଲେଟିକ୍ ଫେଡେରସନ ବିକଳ୍ପ ବିମାନ ଯୋଗାଡ କରିବା ପ୍ରୟାସରେ ରହିଛି । ଭାରତରୁ ପୋଲାଣ୍ଡକୁ କୌଣସି ସିଧାସଳଖ ବିମାନ ନଥିବାରୁ କୌଣସି ୟୁରୋପୀୟ ସହର ଦେଇ ପ୍ରତିଯୋଗିତା ସ୍ଥାନ ପୋଲାଣ୍ଡର ସେଲିଆସିଆରେ ପହଞ୍ଚିବା ଭଳି ବ୍ୟବସ୍ଥା ଉପରେ ଫେଡେରେସନ ନଡର ରଖିଛି । ଏହାସତ୍ତ୍ବେ ଆମ ଦଳ ବିଶ୍ବ ରିଲେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ନେଇ ଗୁରୁତର ସଂକଟ ସୃଷ୍ଟି ହୋଇଛି ବୋଲି ସଂଙ୍ଘର ଜଣେ ସଦସ୍ୟ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Dutee Chand may not be able to join in Olympic qualifier match
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X