ଟୋକିଓ ଟ୍ରାକରେ ଦୌଡ଼ିବେ ଦୌଡ଼ ରାଣୀ ଦୂତୀ ଚାନ୍ଦ

ଟୋକିଓ ଟ୍ରାକରେ ଦୌଡ଼ିବେ ଦୌଡ଼ ରାଣୀ । ଶେଷରେ ଦୂତୀ ଚାନ୍ଦଙ୍କୁ ମିଳିଲା ଅଲମ୍ପିକ ଟିକେଟ୍ । ବିଶ୍ବ ରାଙ୍କିଂ ଆଧାରରେ ତାଙ୍କୁ ମନୋନୀତ କରାଯାଇଛି ।

ଭୁବନେଶ୍ୱର: ଟୋକିଓ ଟ୍ରାକରେ ଦୌଡ଼ିବେ ଦୌଡ଼ ରାଣୀ । ଶେଷରେ ଦୂତୀ ଚାନ୍ଦଙ୍କୁ ମିଳିଲା ଅଲମ୍ପିକ ଟିକେଟ୍ । ବିଶ୍ବ ରାଙ୍କିଂ ଆଧାରରେ ତାଙ୍କୁ ମନୋନୀତ କରାଯାଇଛି । ନିକଟରେ ହୋଇଥିବା ଦୁଇଟି ଯୋଗ୍ୟତା ପର୍ଯ୍ୟାୟ ଦୌଡରେ ସେ ଅଲିମ୍ପିକ ଯୋଗ୍ୟତାରୁ ବଞ୍ଚିତ ହୋଇଥିଲେ ବି ବିଶ୍ବ ରାଙ୍କିଙ୍ଗ ଲାଗି ତାଙ୍କୁ ଟିକେଟ ମିଳିବ ବୋଲି ଅନୁମାନ କରାଯାଉଥିଲା ।

Dutee Chand

ସେ ଭାରତୀୟ ଗ୍ରାଣ୍ଡ ପିକ୍ସରେ ୧୧.୭ ସେକଣ୍ଡରେ ରେସ ଶେଷ କରି ନିଜ ପୂରୁଣା ରେକର୍ଡ ଭାଙ୍ଗିବା ସହ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ । ୧୦୦ ମିଟର ଦୌଡରେ ଦୂତୀ ବିଶ୍ବରେ ୪୪ ତମ ସ୍ଥାନରେ ଥିବାବେଳେ ୨୦୦ ମିଟର ରେସରେ ୫୧ତମ ସ୍ଥାନରେ ଅଛନ୍ତି ।

ଅନ୍ୟପଟେ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର 'ରାଜୀବ ଗାନ୍ଧୀ ଖେଳରତ୍ନ' ପୁରସ୍କାର ପାଇଁ ଓଡିଶାର ଦୌଡରାଣୀ ଦୂତୀ ଚାନ୍ଦଙ୍କ ନାମ ସୁପାରିସ କରିଛନ୍ତି ରାଜ୍ୟ ସରକାର । ଏହାସହ ପୁରୁଷ ହକି ଦଳର ଷ୍ଟାର୍ ଡିଫେଣ୍ଡର୍ ବୀରେନ୍ଦ୍ର ଲାକ୍ରାଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଣାଳୟକୁ ସୁପାରିସ୍ କରାଯାଇଛି ।

ଦୂତୀଙ୍କୁ ଗତବର୍ଷ ଅର୍ଜୁନ ପୁରସ୍କାର ମିଳିଥିଲା । ଦୂତୀ ୨୦୧୮ରେ ଏସିଆନ୍ ଗେମ୍ସରେ ଡବଲ୍ ରୌପ୍ୟ (୧୦୦ ଓ ୨୦୦ ମିଟର) ପଦକ ଜିତିଛନ୍ତି । ସେ ଏସିଆନ୍ସ ଚାମ୍ପିୟନଶିପରେ ୪ଟି ବ୍ରୋଞ୍ଜ, ୨୦୧୬ ସାଉଥ୍ ଏସିଆନ୍ ଗେମ୍ସରେ ଦୁଇଟି ପଦକ (୧୦୦ ମିଟରରେ ରୌପ୍ୟ ଓ ୨୦୦ ମିଟରରେ ବ୍ରୋଞ୍ଜ) ଜିତିଥିଲେ। ଦୂତୀ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ ହେଁ, ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+