ୱେବ୍ ପୋର୍ଟାଲ ସମ୍ପାଦକଙ୍କ ନାମରେ ଏଫଆଇଆର ଦେଲେ ଦୂତୀ ଚାନ୍ଦ

ଅଶ୍ଳୀଳ ଖବର ପ୍ରକାଶ କରିବା ଏବଂ ତାଙ୍କୁ ଧମକ ଦେବା ଭଳି ଅଭିଯୋଗରେ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ସ୍ଥାନୀୟ ଏକ ୱେବ୍ ଚ୍ୟାନେଲର ସମ୍ପାଦକ (ଏଡିଟର-ଇନ୍-ଚିଫ୍) ଙ୍କ ସମେତ ତିନି ଜଣଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି।

ଭୁବନେଶ୍ୱର: ଅଶ୍ଳୀଳ ଖବର ପ୍ରକାଶ କରିବା ଏବଂ ତାଙ୍କୁ ଧମକ ଦେବା ଭଳି ଅଭିଯୋଗରେ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ସ୍ଥାନୀୟ ଏକ ୱେବ୍ ଚ୍ୟାନେଲର ସମ୍ପାଦକ (ଏଡିଟର-ଇନ୍-ଚିଫ୍) ଙ୍କ ସମେତ ତିନି ଜଣଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି।

Dutee Chand

ଏକ ପ୍ରେସ୍ କନଫରେନ୍ସ ଡାକି ଏଭଳି ଅଭିଯୋଗ ଆଣିଛନ୍ତି ଦୂତୀ ଚାନ୍ଦ । ସମ୍ପୃକ୍ତ ୱେବ୍ ପୋର୍ଟାଲ ସେ ସମୟରେ ଖବର ପ୍ରକାଶ କରୁଥିଲା ଯେ ଦୂତୀଙ୍କୁ ତାଙ୍କ ବାପା, ମା ନିନ୍ଦା କରୁଛନ୍ତି ଏବଂ ଏକ ଝିଅର ଦାୟିତ୍ୱ ନିର୍ବାହ କରୁନାହାନ୍ତି ଦୂତୀ । ଦୂତୀଙ୍କ ବିଷୟରେ ଅଶାଳୀନ କଥା ବି ସେହି ୱେବ୍ ପୋର୍ଟାଲ ପ୍ରକାଶ କରିଥିବା ଦୂତୀ ଅଭିଯୋଗ ଆଣିଛନ୍ତି ।

ଫୋକସ୍ ପ୍ଲସ୍ ଓଡିଶା ଚ୍ୟାନେଲର ସମ୍ପାଦକ ସୁଧାଂଶୁ ଶେଖର ରାଉତ, ସାମ୍ବାଦିକ ସ୍ମୁତି ରଂଜନ ବେହେରା ଏବଂ ପ୍ରଦୀପ ପ୍ରଧାନଙ୍କ ବିରୋଧରେ ଭୁବନେଶ୍ୱର ମହିଳା ଥାନାରେ ଦୂତୀ ଲିଖିତ ଅଭିଯୋଗ କରିଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଆଇପିସିର ୩୫୪-ଏ ଅର୍ଥାତ୍ ଯୌନ ନିର୍ଯାତନା, ଆଇପିସିର ଧାରା ୫୦୬ ଅର୍ଥାତ ଅପରାଧିକ ଧମକ, ଆଇପିସିର ଧାରା ୧୨୦-ବି ଅର୍ଥାତ ଅପରାଧିକ ଷଡଯନ୍ତ୍ର, ଧାରା ୩୮୫ ଅର୍ଥାତ୍ ଭୟଭୀତ କରି ବଟି ଆଦାୟ କରିବା, ଧାରା ୫୦୯ ଅର୍ଥାତ୍ ଜଣେ ମହିଳାଙ୍କ ଇଜ୍ଜତ୍ ଉପରେ ଆଞ୍ଚ ଆଣିବା ପରି କାର୍ଯ୍ୟ କରିବା ଭଳି ଧାରାରେ ମାମଲା ରୁଜୁ କରିଛି ଭୁବନେଶ୍ୱର ମହିଳା ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+